ଭାରତକୁ ପ୍ରଥମଥର ବିଶ୍ୱ ଚାମ୍ପିୟନ କରାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୨୩/୧୧: ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ ଇତିହାସ ରଚି ପ୍ରଥମ ଥର ପାଇଁ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। କଲମ୍ବୋରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ନେପାଳକୁ ୭ ୱିକେଟ୍‌ରେ ପରାସ୍ତ କରିଛି।ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନେପାଳକୁ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନ୍‌ରେ ସୀମିତ ରଖିଥିଲା। ଜବାବରେ ଭାରତୀୟ ବ୍ୟାଟର୍‌ମାନେ ଦମଦାର ପ୍ରଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ

ଦେଶରେ ଲାଗୁ ହେଲା ନୂଆ ଲେବର କୋଡ୍

ନୂଆଦିଲ୍ଲୀ, ୨୩/୧୧: କେନ୍ଦ୍ର ସରକାର ଦେଶରେ ୨୯ଟି ପୁରୁଣା ଶ୍ରମ ଆଇନ ବଦଳରେ ୪ଟି ନୂତନ ଶ୍ରମ ସଂହିତା (Labour Codes) କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟାପକ ସଂସ୍କାର ଦ୍ୱାରା ଦରମା, ଛୁଟି, କାର୍ଯ୍ୟ ସମୟ ଓ ସାମାଜିକ ସୁରକ୍ଷା ଭଳି ଅନେକ ନିୟମରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି, ଯାହା ପ୍ରାୟ ସବୁ କ୍ଷେତ୍ରର କର୍ମଚାରୀଙ୍କୁ ପ୍ରଭାବିତ କରିବ।କର୍ମଚାରୀଙ୍କ ପାଇଁ ୧୦ଟି ମୁଖ୍ୟ ପରିବର୍ତ୍ତନ:୧. ୧ ବର୍ଷରେ ମିଳିବ ଗ୍ରାଚୁଇଟି: ସ୍ଥାୟୀ କର୍ମଚାରୀଙ୍କ ସମେତ ଫିକ୍ସଡ୍-ଟର୍ମ (Fixed-Term) […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚଭୂତରେ ଲୀନହେଲା ଶତାୟୁ ଗୌରୀ ଦେବୀଙ୍କ ପାର୍ଥିବ ଶରୀର

ମାହାଙ୍ଗା, ୨୩ /୧୧: ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଶତାୟୁ ମହିଳା ଗୌରୀ ଦେବୀଙ୍କ ରବିବାର ଦିନ ଦେହାନ୍ତ ହୋଇଯାଇଛି l ସେ ଜଣେ ପରୋପକାରୀ, ସ୍ନେହିଁ, ମିଷ୍ଟଭାଷୀ ତଥା ଧର୍ମପ୍ରାଣା ମହିଳା ଥିଲେ l ସ୍ବର୍ଗୀୟ ବେନୁ ବେହେରାଙ୍କ ପତ୍ନୀ ଗୌରୀ ଦେଵୀଙ୍କ ମୃତ୍ୟୁ ଖବର ମିଳିବା ମାତ୍ରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଂଚି ଗୌରୀ ଦେବୀଙ୍କ ଅନ୍ତିମ ଦର୍ଶନ କରି ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ […]

ସଂପୂର୍ଣ୍ଣ ପଢନ୍ତୁ

ବାଲି ଦର ଧାର୍ଯ୍ୟ କରିବେ ସରକାର: ଲାଗୁ ହେବ ଏମ୍‌ଏସ୍‌ପି

ଭୁବନେଶ୍ବର, ୨୩/୧୧: ସାରା ରାଜ୍ୟରେ ବାଲି ଦର ସମାନ ରହିବ। ଏଥିପାଇଁ ରାଜ୍ୟ ସରକାର ବାଲି ପାଇଁ ଏମ୍‌ଏସ୍‌ପି (ସର୍ବାଧିକ ବିକ୍ରୟ ମୂଲ୍ୟ) ଲାଗୁ କରିବେ। ଏଣିକି ସରକାର ଯେଉଁ ଦାମ୍ ଧାର୍ଯ୍ୟ କରିବେ, ବାଲିଘାଟ ଲିଜ୍‌ଧାରୀ ସେହି ଦାମ୍‌ରେ ଲୋକଙ୍କୁ ବାଲି ବିକ୍ରି କରିବେ। ଯିଏ ଅଧିକ ଦାମ୍‌ରେ ବାଲି ବିକିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ଲଘୁ ଖଣିଜ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗ : ଦେବୀ ମିଶ୍ରଙ୍କ ବଡ ବୟାନ

ଭୁବନେଶ୍ଵର, ୨୩/୧୧: ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ଯଦି ସେମିତି କରିବାର ଅଛି , ତେବେ ଏହି ଦଳର ସଭାପତି ଯେତେବେଳେ ଘୋଷଣା କରିବେ ସେବେ ଜଣାପଡିବ। ଯଦି ଦଳର ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦେଶ ଦିଅନ୍ତି , ତେବେ ସମସ୍ତେ ଜାଣିପାରିବେ। କିନ୍ତୁ ତାପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ କିଛି କହିହେବନାହିଁ। ଆସନ୍ତା […]

ସଂପୂର୍ଣ୍ଣ ପଢନ୍ତୁ

ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ଵର, ୨୩/୧୧: ଭୁବନେଶ୍ଵର ବୁଦ୍ଧ ପାର୍କ ନିକଟରେ ଅଭାବନୀୟ ଘଟଣା ଘଟିଛି। ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପାର୍କ ନିକଟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ସାମାନ୍ୟ ଝଗଡାକୁ ନେଇ ବଚସା ହୋଇଥିଲା। ଝଗଡା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଛୁରୀରେ ଯୁବତୀଙ୍କ ବେକ କାଟିବାକୁ ଉଦ୍ୟମ କରିଥିଲା।ପରେ କିଛି ସ୍ଥାନୀୟ ଲୋକ ଯୁବକ ଜଣଙ୍କୁ କାବୁ କରି ଚନ୍ଦ୍ରଶେଖରପୁର […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି

କଟକ, ୨୩/୧୧: କଟକ ବାରବାଟୀ ଷ୍ଟାଡିୟମରେ ଡ଼ିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ୨୦-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ବାରବାଟୀ ରେ ଏହା ହେବ ଚତୁର୍ଥ ଅନ୍ତରଜାତୀୟ ୨୦-୨୦ ମ୍ୟାଚ୍ । ପୂର୍ବରୁ ଏଠାରେ ତିନୋଟି ୨୦-୨୦ ମ୍ୟାଚ୍ ଖେଳାଯାଇଛି । ଭାରତ ତିନୋଟି ଯାକ ମ୍ୟାଚ୍ ଖେଳି ଗୋଟିଏ ଜିତିଥିବାବେଳେ ଦୁଇଟି ପରାଜିତ ହୋଇଛି। ଦକ୍ଷିଣ ଆଫ୍ରିକା […]

ସଂପୂର୍ଣ୍ଣ ପଢନ୍ତୁ

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ନୟାଗଡ,୨୩/୧୧: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଟାଉନ୍ ଥାନା ବୃନ୍ଦାବନପୁର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ପିଣ୍ଟୁ ମାଝୀ ବୋଲି ଜଣାପଡିଛି।ଟାଉନ୍ ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଅଧିକ ଛାନଭିନ୍ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତ ଫେରାର୍‌ ଥିବାବେଳେ ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି […]

ସଂପୂର୍ଣ୍ଣ ପଢନ୍ତୁ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରବୃତ୍ତି ହାର ବୃଦ୍ଧି

ଭୁବନେଶ୍ୱର,୨୨/୧୧: ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ଉନ୍ନତି ପାଇଁ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରାକ୍‌-ମାଟ୍ରିକ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ମନୋଜ […]

ସଂପୂର୍ଣ୍ଣ ପଢନ୍ତୁ

ଜାଭିୟର୍ସ ପବ୍ଲିକସ୍କୁଲ ରେ କୁଇଜ ପ୍ରତିଯୋଗିତା

ଝଙ୍କଡ଼, ୨୨/୧୧: ତିର୍ତ୍ତୋଲ ବ୍ଲକ, ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ, ବିଦ୍ୟାର୍ଥୀ ମାନଙ୍କ ସାଧାରଣଜ୍ଞ୍l ନ ବୃଦ୍ଧିପାଇଁ, ଗତ ଶନିବାର ଦିନ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଏହି ଦଳଗତ କୁଇଜ ପ୍ରତିଯୋଗିତା ର ନିୟମାବଳୀ ସମ୍ପର୍କ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ, ହଳଦିଆ, ସବୁଜ, ଲାଲ ଓ ନୀଳରଙ୍ଗରେ ଚାରିଭାଗରେ ବିଭକ୍ତ କରାଯିବାପରେ, […]

ସଂପୂର୍ଣ୍ଣ ପଢନ୍ତୁ