ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗ : ଦେବୀ ମିଶ୍ରଙ୍କ ବଡ ବୟାନ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୨୩/୧୧: ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ଯଦି ସେମିତି କରିବାର ଅଛି , ତେବେ ଏହି ଦଳର ସଭାପତି ଯେତେବେଳେ ଘୋଷଣା କରିବେ ସେବେ ଜଣାପଡିବ। ଯଦି ଦଳର ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦେଶ ଦିଅନ୍ତି , ତେବେ ସମସ୍ତେ ଜାଣିପାରିବେ। କିନ୍ତୁ ତାପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ କିଛି କହିହେବନାହିଁ। ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଥିବାବେଳେ ସେହିଦିନ ସୁପ୍ରିମୋ ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି।ବିଶେଷ କରି ଭିକେ ପାଣ୍ଡିଆନଙ୍କ ପତ୍ନୀ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ଙ୍କୁ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ନିଲମ୍ବନ ନେତ୍ରୀ ଶ୍ରୀମୟୀ ମିଶ୍ର ଓ ଯୁବ ନେତ୍ରୀ ଏଲିନା ଦାସ ନିଜ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏ ନେଇ ସୂଚନା ଦେଇଥିଲେ। ଏହାକୁ ନେଇ ପୂର୍ବରୁ ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଥିଲେ ନବୀନ ଯେଉଁ ନିଷ୍ପତ୍ତି ନେବେ , ତାହା ଦଳ ତଥା ରାଜ୍ୟର ହିତ ପାଇଁ ନେବେ।

Leave a Reply

Your email address will not be published. Required fields are marked *