ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ଵକପ୍ ରେ ଭାରତ ଚାମ୍ପିଅନ୍

ଖେଳ ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୨୩/୧୧: ପୁଣି ଇତିହାସ ରଚିଲେ ଭାରତୀୟ ମହିଳା। ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ଵକପ୍ ରେ ଭାରତ ଚାମ୍ପିଅନ୍ ହୋଇଛି । କଲମ୍ବୋରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ନେପାଳକୁ ୭ ଓ୍ବିକେଟ୍‌ ରେ ହରାଇ ଭାରତ ଚାମ୍ପିଅନ୍ ହୋଇଛି। ଭାରତ ପ୍ରଥମଥର ପାଇଁ ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ଵକପ୍‌ ଜିତି ଇତିହାସ ରଚିଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଳିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ପିକେଟ୍ ହରାଇ ୧୧୪ ରଡ଼୍ରେ ସୀମିତ ରହିଥିଲା। ଜବାବରେ ଦମଦାର୍‌ ବ୍ୟାଟିଂ ବଳରେ ଭାରତ ୧୩ ଓଭରରେ ମ୍ୟାଚ୍ ଜିତି ଟାଇଟଲ୍‌ ନିଜ ନାଁରେ କରିଛି। ଫାଇନାଲ ମ୍ୟାଚ୍‌ରେ ଚମକିଛନ୍ତି ଓଡିଆ ଝିଅ ଫୁଲ ସୋରେନ୍। ଫୁଲଙ୍କର ଦମଦାର ବ୍ୟାଟିଂ ଭାରତର ବିଜୟକୁ ସହଜ କରିଦେଇଥିଲା।

Leave a Reply

Your email address will not be published. Required fields are marked *