୧୦ ଲକ୍ଷ ଟଙ୍କାର ହେରୋଇନ ଜବତ, ଜଣେ ଗିରଫ

କଟକ, ୨୮/୧୦: କଟକ ମର୍କତନଗର ଥାନା ଅନ୍ତର୍ଗତ ସତୀଚଉରା ଇମାମପଡ଼ା ବସ୍ତି ରୋଡ୍‌ ଅଞ୍ଚଳରୁ ସୋମବାର ପୁଲିସ ୧୦୪ ଗ୍ରାମ ହେରୋଇନ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି ସତୀଚଉରା ଅଞ୍ଚଳର ଅନିଲ ଦାସ ଓରଫ ଘାଟୁଆ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଜବତ ହୋଇଥିବା ହେରୋଇନର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର

ଜୟପୁର, ୨୭/୧୦: ଖାଦ୍ୟରେ ବିଷକ୍ରିୟା ଯୋଗୁଁ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ ତାଙ୍କ ପରିବାରର ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ୨ ଜଣଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ପଦ୍ମିନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

ସଂପୂର୍ଣ୍ଣ ପଢନ୍ତୁ

ଚାକିରି ନାଁରେ ୬୪ ଲକ୍ଷ ଠକେଇ: ଜୀବନ ହାରିଲେ ମହିଳା

ସମ୍ବଲପୁର, ୨୭/୧୦: ସମ୍ବଲପୁର ଜବ୍ ଫ୍ରଡ୍ କେସ୍ ବା ଚାକିରି ପାଇଁ ଠକେଇ ମାମଲାର ଅଭିଯୁକ୍ତ ମହିଳା ସ୍ଵର୍ଣ୍ଣପ୍ରଭା ପାଢ଼ୀ ଶେଷରେ ଜୀବନ ହାରିଛନ୍ତି। ଚାପଗ୍ରସ୍ତ ହୋଇ ବିଷ ପିଇ ଦେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି।୬୦୦ରୁ ଅଧିକ ଲୋକଙ୍କୁ ଚାକିରି ଦେବା ନାମରେ ସ୍ଵର୍ଣ୍ଣପ୍ରଭା ଏବଂ ଅନ୍ୟ ଜଣେ ବ୍ୟକ୍ତି ମିଶି ଟଙ୍କା ଆଦାୟ କରିଥିଲେ। ଲୋକଙ୍କଠାରୁ ସେମାନେ ୬୪ ଲକ୍ଷ ଟଙ୍କା ଠକି […]

ସଂପୂର୍ଣ୍ଣ ପଢନ୍ତୁ

ସିରିଜ ଦୁର୍ଘଟଣା ଘଟାଇବା ପରେ ରାସ୍ତା ମଝିରେ ମହିଳାଙ୍କ ହାଇଡ୍ରାମା

ଭୂବନେଶ୍ଵର, ୨୭/୧୦: ତ୍ସିରଜ ଦୁର୍ଘଟଣା ଘଟାଇଲେ। ଗୋଟିକ ପରେ ଗୋଟିଏ ୪ ଗାଡ଼ିକୁ ଧକ୍କା ଦେଲେ। ଶେଷରେ ନିଜ କାରକୁ ଡିଭାଇଡରରେ ପିଟିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ମଝି ରାସ୍ତାରେ ହଙ୍ଗାମା କଲେ। ଭୁବନେଶ୍ଵର ପଳାଶୁଣୀ ଛକ ନିକଟରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଙ୍କ ହାଇଡ୍ରାମାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି।ରାସ୍ତାରେ କାର ଦୁର୍ଘଟଣା କରିବା ପରେ ମହିଳା ଜଣକ ନିଜ […]

ସଂପୂର୍ଣ୍ଣ ପଢନ୍ତୁ

ଦେଢ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ଗିରଫ

ବାଣପୁର, ୨୭/୧୦: ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଗାଁରେ ଚଢାଉ କରାଯାଇ ୧୪ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ବେପାରୀକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଚାଷଙ୍ଗରା ଗାଁର ମୀନକେତନ ଗୁରୁ ଦୀର୍ଘ ଦିନ ହେବ ବେଆଇନ ଭାବେ ଗଞ୍ଜେଇ କାରବାର ଚଳାଇଥିବା ଅଭିଯୋଗ ହୋଇଆସୁଥିଲା । ଆଜି ଜିଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି, ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ […]

ସଂପୂର୍ଣ୍ଣ ପଢନ୍ତୁ

ବାତ୍ୟା ପାଇଁ ୩୨ ଟ୍ରେନ୍ ବାତିଲ

ଭୁବନେଶ୍ଵର, ୨୭/୧୦:ସାଇକ୍ଲୋନ ମନ୍ଥାକୁ ଦୃଷ୍ଟି ରଖି ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ ପରିଚାଳନା ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ବ୍ୟାପକ ପ୍ରସ୍ତୁତି ହୋଇଛି। ପରିସ୍ଥିତିର ତଦାରଖ ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି। ଘୂର୍ଣ୍ଣିଝଡ଼ ସମୟରେ ନିରନ୍ତର ସଂଯୋଗ ବଜାୟ ରଖିବା ପାଇଁ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି।ଘୂର୍ଣ୍ଣିଝଡ଼ ପ୍ରଭାବ ପରେ ଟ୍ରାକ୍, ସିଗନାଲିଂ ସିଷ୍ଟମ, ଓଏଚଇ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ବାଣିଜ୍ୟ, ଶିଳ୍ପ ଓ ନିଯୁକ୍ତିର ଇଞ୍ଜିନ ହେବ ଓଡ଼ିଶାର ବନ୍ଦର: ମୁଖ୍ୟମନ୍ତ୍ରୀ

ମୁମ୍ବାଇ, ୨୭/୧୦: ଓଡ଼ିଶା ଏକ ଦୃଢ଼ ବନ୍ଦର ନେତୃତ୍ୱାଧୀନ ଏବଂ ବନ୍ଦର ଭିତ୍ତିକ ଅର୍ଥନୀତି ଗଠନ ପାଇଁ ପ୍ରତିବଦ୍ଧ। ଆମର ବନ୍ଦରଗୁଡ଼ିକୁ ବାଣିଜ୍ୟ, ଶିଳ୍ପ ଏବଂ ନିଯୁକ୍ତିର ଇଞ୍ଜିନରେ ପରିଣତ କରାଯିବ, ଯାହା ଆଗାମୀ ୨୫ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ଯାତ୍ରାକୁ ଆଗେଇ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁମ୍ବାଇ ନେସ୍କୋ ଗ୍ରାଉଣ୍ଡରେ ଆୟୋଜିତ ମାରିଟାଇମ ସପ୍ତାହ ୨୦୨୫ ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡିଶାର ଗୌରବମୟ ନୌବାଣିଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ାରେ ଘାସିରାମଙ୍କ ପ୍ରଚାର

ନୂଆପଡ଼ା, ୨୭/୧୦: ନୂଆପଡ଼ା ବ୍ଲକ ଜୋନ ୭ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ସୋମବାର ପ୍ରଚାର କରିଛନ୍ତି । ପ୍ରଥମେ ବେଳଟୁକୁରି ପଞ୍ଚାୟତ ଟମକିଦାଦାର ଗାଁରେ ଘାସିରାମ ପ୍ରଚାର ଆରମ୍ଭ କରିଥିଲେ । ପରେ ବନ୍ଧାପଡ଼ା, ବେଳଟୁକୁରି, ବଖରମାଲ, ପଣ୍ଡ୍ରିପାଣି, ଗୁଡ଼ାପତରା, ନେଗିପାଲି, କୋଦୋମେରି, ବିଶୋରା, ଝିଟକି ଗାଁରେ ଭୋଟ ଭିକ୍ଷା କରିଥିଲେ । ଏଠାରେ ରାଷ୍ଟ୍ରୀୟ ମୁଖପାତ୍ର ଡ଼ ହମିଡ ହୁସେନ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତୁଲେଶ୍ବର ନାଏକ, ମହିଳା ନେତ୍ରୀ ସିଦ୍ଧେଶ୍ବରୀ ଠାକୁର, […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ସୁରକ୍ଷା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ

କଟକ, ୨୭/୧୦: ରାଜ୍ୟ ସାଇବର ସୁରକ୍ଷା ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ୧୬ଟି ସାଇବର ରଥ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି । ଏହି ରଥରେ ଖଚିତ LED ପ୍ୟାନେଲ୍ ରେ ପ୍ରଦର୍ଶିତ ହେଉଥିବା ଭିଡିଓ ବାର୍ତ୍ତାକୁ ଜନସାଧାରଣ ବିଶେଷ କରି ଛାତ୍ର ଛାତ୍ରୀମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କ ମନରେ ସାଇବର ସୁରକ୍ଷା ପ୍ରତି ବଢ଼ୁଥିବା ସଚେତନତା ଏବଂ ଆଗ୍ରହ ସ୍ପଷ୍ଟ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ଓ ତାଙ୍କ ଝିଅକୁ ବାନ୍ଧି କୋଟିଏ ଟଙ୍କାର ସୁନା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟ

ବଣାଇ, ୨୭/୧୦: ବଣାଇ ଥାନା ହାଟପଦା ନିକଟସ୍ଥ ରଶ୍ମି ଇଲେଟ୍ରିକ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ହୋଇଛି l ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ହାଟପଦା ନିକଟରେ ଜଣାଶୁଣା ରଶ୍ମି ଇଲ‌େଟ୍ରିକ ଦୋକାନ ରହିଛି l ଗତକାଲି ରାତି ପ୍ରାୟ ୧୨ଟାରେ ୫ ଜଣ ମୁଖା ପିନ୍ଧା ବନ୍ଧୁକ ଓ ମାରଣାସ୍ତ୍ର ଧରି ଦୋକାନ ମାଲିକଙ୍କ ଘରେ ପଶିଥିଲେ l ପ୍ରଥମେ କର୍ମଚାରୀଙ୍କୁ ମାଡ଼ମାରି ମାଲିକାଣୀଙ୍କୁ ଫୋନ କରି ମାଲିକାଣୀ […]

ସଂପୂର୍ଣ୍ଣ ପଢନ୍ତୁ