ଦେଢ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ଗିରଫ

ଖୋର୍ଦ୍ଧା ଜିଲା ଖବର ରାଜ୍ୟ
Spread the love

ବାଣପୁର, ୨୭/୧୦: ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଗାଁରେ ଚଢାଉ କରାଯାଇ ୧୪ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ବେପାରୀକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଚାଷଙ୍ଗରା ଗାଁର ମୀନକେତନ ଗୁରୁ ଦୀର୍ଘ ଦିନ ହେବ ବେଆଇନ ଭାବେ ଗଞ୍ଜେଇ କାରବାର ଚଳାଇଥିବା ଅଭିଯୋଗ ହୋଇଆସୁଥିଲା । ଆଜି ଜିଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି, ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ସମେତ ଅଶେଷ ପ୍ରଧାନ, ରଞ୍ଜିତ ପଟେଲ, ସୁନିତା ମହାରଣା ପ୍ରମୁଖ ମୀନକେତନଙ୍କ ଘରେ ଚଢାଉ କରି ବାରି ପଟୁ ୧୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଏ ନେଇ ବିଭାଗ ପକ୍ଷରୁ ଏକ ମକଦ୍ଦମା ରୁଜୁ କରାଯାଇ ମୀନକେତନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *