ରେଶମ ସହରରେ ଫୁଟିଲା ଗୁଳି

ବ୍ରହ୍ମପୁର,୭/୧୦: ରେଶମ ସହରରେ ପୁଣି ଗୁଳି ଫୁଟିଛି। ଅନ୍ଧାର ରାତିରେ ରାଜରାସ୍ତା ଉପରେ ରକ୍ତର ଛିଟା ପଡ଼ିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଆଇନଜୀବୀ ତଥା ବିଜେପି ନେତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ପୀତବାସ ପଣ୍ଡା। ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡା ଆଜି ରାତି ପ୍ରାୟ ୧୦ଟାରେ ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗରସ୍ଥିତ ନିଜ ଘର ପାଖରେ ଛିଡ଼ା ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ର ସୋସିଆଲ ମିଡ଼ିଆ ସଂଯୋଜକ ହେଲେ ଯଶୋବନ୍ତ ରାଉତ

ଝଙ୍କଡ, ୬/୧୦ : ଗତ ଦୁଇ ତାରିଖ ଦିନ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରl ପଞ୍ଚାୟତ ଅଧିନ ବେଗୁନିଆ ଗ୍ରାମର ଯୁବ ସଂଗଠକ ଯଶୋବନ୍ତ ରାଉତ ଙ୍କୁ ଇଷ୍ଟ ଜୋନ ର ଜଗତସିଂହପୁର , ନୟାଗଡ଼, ଯାଜପୁର , କଟକ,କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଏହି ୭ ଟି ଜିଲ୍ଲା ପାଇଁ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରିଥିବାରୁ, ଶ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଜୋତା ଫିଙ୍ଗିବା ଘଟଣା: ଓକିଲଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କହିଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଆଜି ଶୁଣାଣି ଚାଲିଥିବା ବେଳେ ଜୋତା ଫିଙ୍ଗିଥିଲେ ଜଣେ ଓକିଲ। ତେବେ ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିନେଇଥିଲା। ହେଲେ କାବୁ କରାଯାଇଥିବା ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତାଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡ଼ି ଦିଆଯାଇଥିବା ଜଣାଯାଇଛି। ଏଭଳି କରିବା ପାଇଁ ମୁଖ୍ୟ ବିଚାତପତି ବି.ଆର. ଗଭାଇ କହିଥିବା ସାମ୍ନାକୁ ଆସିଛି। କୋର୍ଟରୁମ୍ ଭିତରେ ଘଟିଥିବା ଘଟଣାକୁ ଭୁଲିଯାଇ ଜୋତା ଫିଙ୍ଗିଥିବା ଓକିଲଙ୍କୁ ଛାଡ଼ିଦେବାକୁ ମୁଖ୍ୟ ବିଚାତପତି ବି.ଆର. […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ାରେ ଆଜି ଠାରୁ ଆଦର୍ଶ ଆଚରଣ ବିଧିଲାଗୁ

ଭୁବନେଶ୍ବର ୬/୧୦: ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଏଠାରେ ଆସନ୍ତା ନଭେମ୍ବର ୧୧ ତାରିଖରେ ମତଦାନ ହେବ। ନଭେମ୍ବର ୧୪ ତାରିଖରେ ମତଦାନର ଗଣତି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ଏଥି ପାଇଁ ଆସନ୍ତା ଅକ୍ଟୋବର ୧୩ ତାରିଖ ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୨୦ ତାରିଖକୁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ହାତୀ ଉପଦ୍ରବ: ଘର ଭାଙ୍ଗିବା ସହ ବ୍ୟାପକ ଧନ ସମ୍ପତ୍ତି ନଷ୍ଟ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ମାଲାନସୁଗା ଛକରେ ରବିବାର ରାତିରେ ହାତୀ ଉପଦ୍ରବରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। କିଛିଦିନ ଶାନ୍ତ ଥିବା ଅଞ୍ଚଳରେ ହଠାତ୍ ଦୁଇଟି ଦନ୍ତାହାତୀ ଆସି ଦୁଇଟି ଘର ନଷ୍ଟ କରିବା ସହ ଅନେକ ଧନ ସମ୍ପତ୍ତି କ୍ଷତି କରିଛନ୍ତି। ହାତୀ ଆକ୍ରମଣରେ ଭୀମସେନ ମଲ୍ଲିକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସୁମନ୍ତ ପ୍ରଧାନଙ୍କ ଘର ଆଂଶିକ ଭାବରେ ନଷ୍ଟ ହୋଇଛି। ଭୀମସେନ ଓ ତାଙ୍କ ସ୍ତ୍ରୀ ପନିପରିବା ଚାଷ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା,୬/୧୦: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆପଡ଼ାରେ ଜଳସେଚନ ପାଇଁ ୮୦୨ କୋଟି ଘୋଷଣା କରିଛନ୍ତି। ୭୫ କୋଟିର ଅନ୍ୟାନ୍ୟ କଲ୍ୟାଣମୂଳକ ପ୍ରକଳ୍ପ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡ଼ା ଜିଲାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ବତନ୍ତ୍ର ବିମାନରେ ଆସି ଖରିଆରରୋଡ ଗୋତମାସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରି […]

ସଂପୂର୍ଣ୍ଣ ପଢନ୍ତୁ

SI ପରୀକ୍ଷା ଜାଲିଆତି: ବାଲେଶ୍ୱରରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର,୬/୧୦: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତନାଘନା ଜାରି ରହିଛି। ତଦନ୍ତ ଯେତେ ଆଗକୁ ଯାଉଛି, ରହସ୍ୟ ସେତେ ପଦାକୁ ଆସୁଛି। ରାକେଟ୍‌ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର ସବୁ ଲିଙ୍କ୍‌ ଓ କେଳେଙ୍କାରୀର ପର୍ଦ୍ଦାଫାଶ କରିବାକୁ କ୍ରାଇମବ୍ରାଞ୍ଚ ଛାନ୍‌ଭିନ୍‌ ଚଳାଇଛି। ଏସଆଇ ପରୀକ୍ଷା ଜାଲିଆତିରେ ବାଲେଶ୍ୱରରୁ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ l ଗିରଫ ଅଭିଯୁକ୍ତ ହେଲେ ସଦର ବ୍ଲକ ଚାନ୍ଦିପୁର ଥାନା ତପସ୍ବୀ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳାଙ୍କୁ  ନଦୀକୂଳରୁ ଝାମ୍ପିନେଲା କୁମ୍ଭୀର

ବରୀ, ୬/୧୦: ବନ୍ୟାଜଳ କମ ଥାଇ ସୁଦ୍ଧା ବିଭିନ୍ନ ନଦୀରେ କୁମ୍ଭୀର ମାନଙ୍କର ଆତଙ୍କ ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ବରୀ ବ୍ଲକ ବୋଦୁଅ ପଞ୍ଚାୟତ ଅଧୀନ କନ୍ତିଆ ଗ୍ରାମର ମହଲା ସାହିର ସୌଦାମିନୀ ମହଲା(୫୭) ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀ କୂଳରୁ କୁମ୍ଭୀର ତାଙ୍କୁ ଟାଣି ନେଇଛି। ସ୍ଥାନୀୟ ଲୋକେ ଖବର ପାଇ ହୋ ହାଲ୍ଲା କରିବାରୁ କୁମ୍ଭୀର ସୌଦାମିନୀଙ୍କୁ ନଦୀ ଭିତରେ ବୁଡାଇ ମାରିଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହା ଲୋକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ନିଜ ବିମାନ ଧ୍ୱଂସାବଶେଷ ତଳେ ପୋତି ହୋଇଯିବ: ଖ୍ବାଜା ଆସିଫ୍‌

ଇସ୍‌ଲାମାବାଦ,୬/୧୦: ଆଉ ଥରେ ସଂଘର୍ଷ ହେଲେ ଭାରତ ଏହାର ବିମାନଗୁଡ଼ିକର ଧ୍ୱଂସାବଶେଷ ତଳେ ପୋତି ହୋଇଯିବ ବୋଲି ରବିବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଧମକ ଦେଇଛନ୍ତି। ଏଥିସହ ଗତ ମେ’ରେ ‘ଅପରେଶନ୍‌ ସିନ୍ଦୂର’ ବେଳେ ପାକିସ୍ତାନ ଭାରତର ୬ଟି ଯୁଦ୍ଧବିମାନ ଖସାଇଥିବା ଦାବିକୁ ସେ ଦୋହରାଇଛନ୍ତି।ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ରାଜସ୍ଥାନରେ ଯବାନମାନଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପାକିସ୍ତାନ ବିଶ୍ୱ ମାନଚିତ୍ରରେ ରହିବାକୁ ଚାହୁଁଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ୩୬ ଘଣ୍ଟା କର୍ଫ୍ୟୁ

କଟକ,୬/୧୦: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଦରଘା ବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗୁ ହେବ, ଯାହା ମଙ୍ଗଳାବାଗ, […]

ସଂପୂର୍ଣ୍ଣ ପଢନ୍ତୁ