ଭାରତ ନିଜ ବିମାନ ଧ୍ୱଂସାବଶେଷ ତଳେ ପୋତି ହୋଇଯିବ: ଖ୍ବାଜା ଆସିଫ୍‌

ରାଜ୍ୟ
Spread the love

ଇସ୍‌ଲାମାବାଦ,୬/୧୦: ଆଉ ଥରେ ସଂଘର୍ଷ ହେଲେ ଭାରତ ଏହାର ବିମାନଗୁଡ଼ିକର ଧ୍ୱଂସାବଶେଷ ତଳେ ପୋତି ହୋଇଯିବ ବୋଲି ରବିବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଧମକ ଦେଇଛନ୍ତି। ଏଥିସହ ଗତ ମେ’ରେ ‘ଅପରେଶନ୍‌ ସିନ୍ଦୂର’ ବେଳେ ପାକିସ୍ତାନ ଭାରତର ୬ଟି ଯୁଦ୍ଧବିମାନ ଖସାଇଥିବା ଦାବିକୁ ସେ ଦୋହରାଇଛନ୍ତି।
ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ରାଜସ୍ଥାନରେ ଯବାନମାନଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପାକିସ୍ତାନ ବିଶ୍ୱ ମାନଚିତ୍ରରେ ରହିବାକୁ ଚାହୁଁଥିଲେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦକରି ସଂଯମ ରହିବା ଉଚିତ ବୋଲି ଚେତାବନୀ ଦେଇଥିଲେ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ, ଭାରତ ଏପରି ଜବାବ ଦେବ ଯେ, ପଡ଼ୋଶୀ ଦେଶ ନିଜ ଇତିହାସ ଓ ଭୂଗୋଳକୁ ଭୁଲିଯିବ। ଏହାର ଜବାବରେ ଆସିଫ୍‌ କହିଛନ୍ତି, ଭାରତୀୟ ସାମରିକ ଓ ରାଜନୈତିକ ନେତାଙ୍କ ମନ୍ତବ୍ୟ ସେମାନଙ୍କ ମଳିନ ଛବିକୁ ସୁଧାରିବା ପାଇଁ ଏକ ବିଫଳ ଉଦ୍ୟମ। ୦-୬ ସ୍କୋର ସହ ଏଭଳି ଏକ ନିର୍ଣ୍ଣାୟକ ପରାଜୟ ପରେ ପୁଣି ଉତ୍ତେଜନା ଲାଗି ରହିଲେ ଭାରତକୁ ଆହୁରି କଡ଼ା ଜବାବ ଦିଆଯିବ ବୋଲି ଆସିଫ୍‌ Xରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *