ରେଶମ ସହରରେ ଫୁଟିଲା ଗୁଳି

ଜିଲା ଖବର ବ୍ରହ୍ମପୁର ରାଜ୍ୟ
Spread the love

ବ୍ରହ୍ମପୁର,୭/୧୦: ରେଶମ ସହରରେ ପୁଣି ଗୁଳି ଫୁଟିଛି। ଅନ୍ଧାର ରାତିରେ ରାଜରାସ୍ତା ଉପରେ ରକ୍ତର ଛିଟା ପଡ଼ିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଆଇନଜୀବୀ ତଥା ବିଜେପି ନେତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ପୀତବାସ ପଣ୍ଡା। ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡା ଆଜି ରାତି ପ୍ରାୟ ୧୦ଟାରେ ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗରସ୍ଥିତ ନିଜ ଘର ପାଖରେ ଛିଡ଼ା ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ର ଶିକାର ହେଲା ପରେ ପୀତବାସ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କର ଛାତିରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସୂଚନାଯୋଗ୍ୟ, ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ। ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ନେଇ ସେ ଖୁଲାସା କରୁଥିଲେ। ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି। ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ଏମ୍‌ ଓ ବୈଦ୍ୟନାଥପୁର ଥାନାଧିକାରୀ ସୁଚିତ୍ରା ପରିଡ଼ା ଉଭୟ ଛୁଟିରେ ଥିବା ବେଳେ ଏହି ଘଟଣା ଘଟିଛି। ପୂର୍ବରୁ କଂଗ୍ରେସର ପ୍ରବକ୍ତା ଭାବେ କରୁଥିବା ବିଜେପିର ବହୁ ପଦ ପଦବିରେ ଥିଲେ। ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସମେତ ବିଜେପି ର ବହୁ କର୍ମକର୍ତ୍ତା ଘାଟଣା ସ୍ଥଳରେ ପହଂଚିଛନ୍ତି।

Leave a Reply

Your email address will not be published. Required fields are marked *