ନଦୀରେ ଭାଷିଯାଇ ଚାଷୀ ମୃତ୍ୟୁ

ଗଞ୍ଜାମ ଜିଲା ଖବର ରାଜ୍ୟ
Spread the love

ଭଞ୍ଜନଗର,୭/୧୦:ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗିର ବିଜୟ କୁମାର ସାହୁ (୫୦) ଙ୍କର ଗ୍ରାମ ନିକଟ ନଦୀରେ ଭାସି ଯାଇ ମୃତ୍ୟୁ। ମଙ୍ଗଳବାର ସକାଳେ ପୋଲିସ ବିଜୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ଏନେଇ ତାରସିଂ ଥାନାରେ ୨୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ଘଟଣାରୁ ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ବିଜୟ ଗ୍ରାମ ନଦୀ ପାର ହୋଇ ଜମିରୁ ଘରକୁ ଫେରୁଥିଲେ। ଏହି ସମୟରେ ସେ ଭାସିଯାଇଥିଲେ। ଏହାପରେ ପରିବାର ଲୋକ ଭଞ୍ଜନଗର ଦମକଳ ବାହୀନିକୁ ସୂଚନା ଦେଇଥିଲେ। ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚି ରାତିରେ ଖୋଜାଖୋଜି କରିଥିଲେ ମଧ୍ୟ ବିଜୟଙ୍କ କୌଣସି ପତ୍ତା ପାଇ ନ ଥିଲେ। ଆଜି ସକାଳେ ଦମକଳ ବାହିନୀ ପୁଣି ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ମୃତଦେହ ଠାବ କରିଥିଲେ।

Leave a Reply

Your email address will not be published. Required fields are marked *