ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ମନ୍ଦିରର ଗର୍ଭଗୃହ କୁ କୌଣସିବ୍ୟକ୍ତି ମୋବାଇଲ ନେଇ, ମାଆଙ୍କ ଫଟୋ ଉଠାଇପାରିବେ ନାହିଁ, ମାତ୍ର ଆଜିକାଲି ମୋବାଇଲ ଫୋନପେ ର ବ୍ୟବହାର ବଢ଼ିଯାଇଥିବାରୁ ଯାତ୍ରୀମାନେ ବେଢାଭିତରେ ଫଟୋଉଠାଇବା ପାଇଁ ଅନୁମତିପ୍ରଦାନ, ବିଭିନ୍ନଅଞ୍ଚଳର ଜେଜମାନ ମାନଙ୍କୁ ନେଇ ବାରମ୍ବାର ବିବାଦ ଉପୁଜୁଥିବାରୁ ଯାତ୍ରୀମାନେ, କାର୍ଯ୍ୟାଳୟ ରେ ପ୍ରଶାସନିକ ଅଧିକାରୀ ଙ୍କୁ ନିଜନିଜର ଆଧାରକାର୍ଡର ଜେରକ୍ସ କପି ରେ ସ୍ଥାୟୀ ଅସ୍ଥାୟୀ ଠିକଣା ଲେଖି ସ୍ଵାକ୍ଷର କରିବାର ଵିଧି ପ୍ରଚଳନ l
ମନ୍ଦିର ବେଢାର ପଶ୍ଚିମପାର୍ଶ୍ଵରେ ଥିବା ଜଗନ୍ନାଥମନ୍ଦିର ଛାତର ମରାମତି, ଚନ୍ଦନପୁଷ୍କରିଣୀ ପୂର୍ବପାର୍ଶ୍ଵରେ ଥିବା ଘାଟରେ ଜରାଜୀର୍ଣ୍ଣ ବାଟବେଦୀ ର ପୁନଃନିର୍ମାଣ ବିଷୟରେ, ଗତବୁଧବାର ଅପରାହ୍ନ ରେ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ଅଧ୍ୟକ୍ଷତା ରେ ଏକ ସମୀକ୍ଷାବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହିବୈଠକ ରେ ସାରଳାମନ୍ଦିର ପ୍ରଶାସନର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା, ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ତିର୍ତ୍ତୋଲଥାନା ଏସ ଡି ପି ଓ ଅଜୟ କୁମାର ଦାସ ଓ ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଙ୍କ ସମେତ, ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ପ୍ରମୋଦ କୁମାର ପଣ୍ଡା, ମହେନ୍ଦ୍ର ପଣ୍ଡା, ତ୍ରିଲୋଚନ ରାଉଳ, ଦେବୀପ୍ରସାଦ ରାଉଳ, ହରେକୃଷ୍ଣ ନାୟକ, ରମେଶଚନ୍ଦ୍ର ରାଉଳ, ଜିତେନ୍ଦ୍ର ରାଉଳ ଓ ସାରଦା ପ୍ରସାଦ ରାଉଳ ପ୍ରମ୍ମୁଖ ସେବାୟତ ପ୍ରତିନିଧି ମାନେ ଉପସ୍ଥିତରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l
ସର୍ବସମ୍ମତିକ୍ରମେ ସମସ୍ତପ୍ରସ୍ତାବ ଗୃହୀତ ହୋଇଥିବା ବେଳେ, ରାଜ୍ୟସରକାର ଙ୍କ ବୟାଳିଶିକୋଟି ଟଙ୍କା ଆର୍ଥିକ ଅନୁଦାନ ରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରିବା, ବିଳମ୍ବିତ ହେଉଥିବାରୁ ସେବାୟତ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା l
