ଜାତୀୟ ମହିଳା କମିସନ ମୁଖ୍ୟ ଭାବେ ପରିଚୟ ଦେଉଥିବା ୨ ଠକ ଗିରଫ

ଭୁବନେଶ୍ୱର, ୫/୧୦: ଜାତୀୟ ସାମାଜିକ ନ୍ୟାୟ ମହିଳା ସଶକ୍ତିକରଣ ଆୟୋଗର ଅଧ୍ୟକ୍ଷା ବୋଲି କହି ଲୋକଙ୍କୁ ଠକୁଥିବା ଦୁଇ ଜଣ ଆନ୍ତଃରାଜ୍ୟ ଠକଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଭୁବନେଶ୍ୱରର ମୈତ୍ରୀବିହାର ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ହରିୟାଣାର ଚୌଧୁରୀ ରିଙ୍କୁ ସାଇନି ଏବଂ ମନିନ୍ଦର ସିଂହ ବୋଲି ଚିହ୍ନଟ କରାଯାଇଥିବା ଡିସିପି ଜଗମୋହନ ମୀନା ଏକ ପ୍ରେସ୍ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଡିସିପି ଜଗମୋହନ ମୀନାଙ୍କ ଅନୁଯାୟୀ, ଠକମାନେ ଅକ୍ଟୋବର ୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚି […]

ସଂପୂର୍ଣ୍ଣ ପଢନ୍ତୁ

ଭାଗବତ ଟୁଙ୍ଗି ମାନଙ୍କର ହେବ ପୁନରୁଦ୍ଧାର

ଭୂବନେଶ୍ଵର, ୫/୧୦: ଅକ୍ଟୋବର ୨୦୨୫ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ବରର କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଏହାଏ ମଧ୍ୟ କହିଥିଲେ ଯେ ଯୁବବର୍ଗ ଆଜିର ସମାଜର […]

ସଂପୂର୍ଣ୍ଣ ପଢନ୍ତୁ

ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ପଛରେ ବଡ଼ ଷଡ଼ଯନ୍ତ୍ର

ଚୌଦ୍ୱାର,୫/୧୦: ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଛି ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ। ଚମ୍ପଟ ମାରିଥିବା ସେଲ ସର୍ଚ୍ଚ କରିବା ପରେ ମାବାଇଲ, ଚାର୍ଜର ମିଳିଛି। ଶୌଚାଳୟ ଭିତରୁ ମୋବାଇଲ, ଚାର୍ଜର ସହ ପାଓ୍ବାର ବ୍ୟାଙ୍କ ବି ମିଳିଥିବା ସୂଚନା ମିଳିଛି। ସେଲ୍‌କୁ ଫୋକସ କରାଯାଇଥିବା ସିସି କ୍ୟାମେରାର ଦିଗ ବଦଳା ଯାଇଛି।ଦଶହରାରେ ୨ ବିହାରୀ କଏଦୀଙ୍କୁ ସେଲ୍‌ ବାହାରକୁ ବୁଲିବାକୁ ଛଡ଼ାଯାଇଥିଲା। ଘଟଣା ପୂର୍ବରୁ କଏଦୀଙ୍କ ପାଖରେ ଆରି ଥିବା […]

ସଂପୂର୍ଣ୍ଣ ପଢନ୍ତୁ

୧,୦୮୫ ଦୁର୍ଗା ପୂଜା କମିଟିକୁ ୭,୦୧,୪୦,୦୦୦ ଟଙ୍କା ଆର୍ଥିକ ସହାୟତା

ଭୁବନେଶ୍ୱର, ୫/୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ, ଓଡ଼ିଶା ସରକାର ସାରା ରାଜ୍ୟରେ ଥିବା ବିଭିନ୍ନ ଦୁର୍ଗା ପୂଜା କମିଟିକୁ ମୋଟ ୭,୦୧,୪୦,୦୦୦ ଟଙ୍କା ବଣ୍ଟନ କରି ଏକ ଅଭୂତପୂର୍ବ ପଦକ୍ଷେପ ନେଇଛନ୍ତି।ରାଜ୍ୟର ମୋଟ ୧,୦୮୫ ଦୁର୍ଗା ପୂଜା କମିଟିକୁ ୭,୦୧,୪୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ଜଣାପଡ଼ିଛି। ଆର୍ଥିକ ସହାୟତା ପାଇଁ ଦୁର୍ଗା ପୂଜା କମିଟିଗୁଡ଼ିକୁ ତିନୋଟି ଗୋଷ୍ଠୀରେ ବର୍ଗୀକୃତ କରାଯାଇଛି। ସୂଚନା ଅନୁଯାୟୀ, ବର୍ଗ ‘କ’ ରେ ଐତିହ୍ୟ ଦୁର୍ଗା ପୂଜା […]

ସଂପୂର୍ଣ୍ଣ ପଢନ୍ତୁ

ଛଟେଇ ଚିନ୍ତାରେ ଟେକ୍ କର୍ମଚାରୀ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫/୧୦: ଆମେରିକୀୟ ଆଇନ ପ୍ରଣୟନକାରୀମାନେ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (TCS), Cognizant ଏବଂ ଅନ୍ୟ ୮ଟି ପ୍ରମୁଖ କମ୍ପାନୀକୁ ସମ୍ପ୍ରତି ବହୁ ସଂଖ୍ୟକ ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରିବା ପରେ ହଜାର ହଜାର H-1B ଭିଜା ଆବେଦନ ଦାଖଲ କରିବା ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ସିନେଟ୍‌ ନ୍ୟାୟପାଳିକା କମିଟିର ଅଧ୍ୟକ୍ଷ ଚାଲର୍‌ସ ଗ୍ରାସଲି ଏବଂ ରାଙ୍କିଂ ସଦସ୍ୟ ରିଚାର୍ଡ ଡର୍ବିନ ମଧ୍ୟ Amazon, Apple, Deloitte, Google, JPMorgan Chase, Meta, Microsoft ଏବଂ Walmart ଭଳି […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ହେଉଛି ବିଶ୍ୱ ଶିକ୍ଷକ ଦିବସ

ନୂଆଦିଲ୍ଲୀ, ୫/୧୦: ଶିକ୍ଷକମାନଙ୍କର ସମାଜ ପ୍ରତି ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ। ଏଥିସକାଶେ ସେମାନଙ୍କୁ ସମ୍ମାନିତ କରିବା ପାଇଁ ୧୯୯୪ରେ ଅକ୍ଟୋବର ୫ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ଭାବରେ ପାଳନ ଲାଗି ୟୁନେସ୍କୋ ଘୋଷଣା କରିଥିଲା। ପୃଥିବୀର ୧୦୦ ରୁ ଅଧିକ ଦେଶ ଉକ୍ତ ଦିନ ବିଶ୍ୱ ଶିକ୍ଷକ ଦିବସ ପାଳନ କରିଆସୁଛନ୍ତି। ଆମ ଦେଶରେ ମହାନ୍‌ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ (ସେପ୍ଟେମ୍ବର ୫)କୁ ଗୁରୁ ଦିବସ ଭାବରେ ପାଳନ କରାଯାଉଛି। ତେବେ […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ରେ ଅଗ୍ନିକନ୍ୟା ସରଳl ଦେବୀଙ୍କ ୩୯ ତମ ଶ୍ରାଦ୍ଧୋତ୍ସବ ପାଳିତ

ଝଙ୍କଡ଼, ୪/୧୦: ମହିୟସୀ ନାରୀନେତ୍ରୀ, ଅଗ୍ନିକନ୍ୟା ସରଳl ଦେବୀ ଙ୍କ ୩୯ ତମ ଶ୍ରାଦ୍ଧ ବାର୍ଷିକୀ, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ,ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ପରିଷଦ ର ସଭପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି , ସରଳl ଦେବୀ ନାରୀ ଜାଗରଣ ର କର୍ଣ୍ଣଧାର ଥିଲେବୋଲି କହିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

ଅଠେଇସି ବର୍ଷ ବୟସରେ ୨୫ ଥର ରକ୍ତଦାନ କରିଥିବା ଯୁବକ ଚର୍ଚ୍ଚାରେ

ଝଙ୍କଡ଼,୪/୧୦: ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଧିନ ଗୋପାଳପୁର ପଞ୍ଚାୟତ, କୀର୍ତ୍ତନପୁର ଗ୍ରାମର ଯୁବ ପରିବେଶବିତ, ମାତ୍ର ୨୮ ବର୍ଷ ବୟସର ଯୁବକ ଶୁଭାଶିଷ ସ୍ଵାଇଁ, ରକ୍ତଦାନ ମହାପୁନ୍ୟ , ନୀତି କୁ ନିଜ ଜୀବନରେ ଅବଲମ୍ବନ କରି, ୨୫ ଥର ରକ୍ତଦାନ କରି, ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗତ ପବିତ୍ର ଗାନ୍ଧୀଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଓ ବିଜୟା ଦଶମୀ ଦିନ,ଜଗତସିଂହପୁର ଇଚ୍ଛାପୁର ଅଞ୍ଚଳର ଜଣେ ମହିଳା ଙ୍କ ପାଇଁ ରକ୍ତଦାନ […]

ସଂପୂର୍ଣ୍ଣ ପଢନ୍ତୁ

ଏସଆଇ ନିଯୁକ୍ତି ମାମଲାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚକୁ ଆଉ ଏକ ସଫଳତା

ବ୍ରହ୍ମପୁର, ୪/୧୦: ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (OPRB) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ମାମଲାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଘଟଣାର ଅନ୍ୟତମ ଅଭିଯୁକ୍ତ କଟକର ବିଦ୍ୟାଧରପୁରର ବାସିନ୍ଦା ବିଶ୍ୱରଞ୍ଜନ ବେହେରା (୨୯)ଙ୍କୁ ଗିରଫ କରିବା ସହ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଛି। ଏହା ସହ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି।ଉଲ୍ଲେଖ ଯୋଗ୍ୟ ଯେ, ଅଭିଯୁକ୍ତ ବିଶ୍ବରଞ୍ଜନ ଏହି ଘଟଣାରେ […]

ସଂପୂର୍ଣ୍ଣ ପଢନ୍ତୁ

ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର

ଭୁବନେଶ୍ୱର,୪/୧୦: ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର। ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ନିର୍ମାଣ କରାଯିବ। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଲୋକସେବା ଭବନ ନିକଟରେ ବିପର୍ଯ୍ୟୟ ଭବନ ତିଆରି ହେବ ।ଗୋଟିଏ ଛାତ ତଳେ ଏକାଠି କାମ କରିବେ SRC, ଅଗ୍ନିଶମ ଓ ପାଣିପାଗ ବିଭାଗ। କେନ୍ଦ୍ର ସହଯୋଗରେ ବିପର୍ଯ୍ୟୟ ମୁକାବିଲାର ଅତ୍ୟାଧୁନିକ କୌଶଳ ଅଣାଯିବ।

ସଂପୂର୍ଣ୍ଣ ପଢନ୍ତୁ