ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର : ଧର୍ମେନ୍ଦ୍ର ପ୍ରଧାନ

ବାରିପଦା ,୧୬/୯: ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଛନ୍ତି ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ବେତନଟୀ ଦେଇ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୟୂରଭଞ୍ଜ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀ ପ୍ରଧାନଙ୍କୁ ବାଲେଶ୍ଵର, ରେମୁଣା, ବଡ଼ସାହି, ମୋରଡ଼ା ଓ ବେତନଟୀ ସମେତ ଅନେକ ସ୍ଥାନରେ ସାଧାରଣ ନାଗରିକ ଓ […]

ସଂପୂର୍ଣ୍ଣ ପଢନ୍ତୁ

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର,୧୬/୯: ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ନିମନ୍ତେ ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୩୮ଟି ସିଡିପିଓ ୟୁନିଟରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୬/୯: ସାମ୍ପ୍ରତିକ ସମୟରେ ରାଜ୍ୟର ଦ୍ରୁତ ଗତିରେ ବଢୁଥିବା ସହରଗୁଡ଼ିକରେ ନାଗରିକମାନଙ୍କୁ ବିଦ୍ୟୁତ୍ ଯାନ (EV) ର ବ୍ୟାପକ ବ୍ୟବହାର ଏବଂ ଏହା ଦ୍ୱାରା ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସେମାନଙ୍କର ଭୂମିକା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି I ସୋମବାର ଦିନ ଭୁବନେଶ୍ୱରଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୨ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି ସମାରୋହରେ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର,୧୬/୯: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ରଖି, ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ସମ୍ପର୍କରେ ଆଜି ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ (ଭା.ପ୍ର.ସେ) ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳମାନେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର […]

ସଂପୂର୍ଣ୍ଣ ପଢନ୍ତୁ

୧୫ ମାସରେ ୩୦ ହଜାର ଟପିଲା ସରକାରୀ ନିଯୁକ୍ତି

ଭୁବନେଶ୍ୱର,୧୬/୯: ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଏକାଦଶତମ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ତ୍ତ ବିଭାଗ ପକ୍ଷରୁ ଇଞ୍ଜିନିୟର୍ସ ଡେ ପାଳିତ

ଭୁବନେଶ୍ୱର, ,୧୬/୯: ଆଜିର ଯୁଗ ହେଉଛି ଟେକନୋଲୋଜିର ଯୁଗ I ଯେଉଁ ଦେଶ ଟେକନୋଲୋଜିରେ ଯେତେ ଆଗୁଆ ସେ ଦେଶ ସେତେ ମାତ୍ରାରେ ପ୍ରଗତିଶୀଳ I ଆଜିର ଦଶକରେ ଭାରତ ଆଧୁନିକ ଜ୍ଞାନକୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ ଆଗରେ ପହଂଚି ପାରିଛି I ତେଣୁ କୋଠାବାଡି, ରାସ୍ତା ତଥା ସେତୁ ନିର୍ମାଣରେ ରାଜ୍ୟର ଇଞ୍ଜିନିୟର ମାନେ ନୂଆ ଟେକନୋଲୋଜି, ନୂଆ ଡିଜାଇନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଆଇନ, ପୂର୍ତ୍ତ ଓ […]

ସଂପୂର୍ଣ୍ଣ ପଢନ୍ତୁ

ଡ୍ରାଇଭିଂ ବେଳେ ରିଲ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬/୯: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍‌ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଛି। ଖୋର୍ଦ୍ଧା ଅତିରିକ୍ତ ଆରଟିଓ, ଜଗତସିଂହପୁର ଓ ଭୁବନେଶ୍ୱର-I ଆରଟିଓ ଏବଂ ପୋଲିସ ସହଯୋଗରେ ଖୋର୍ଦ୍ଧାର ହଳଦିଆରେ ଏକ ସ୍କୁଲ ସାମ୍ନାରେ […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ

କଟକ, ୧୫/୯ : ୪୨ ମୌଜା ଅର୍ନ୍ତଗତ ଶ୍ରୀରାମ, ଦଧିବାମନପୁର ସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବହୁସଂଖ୍ୟାରେ ଅଭିଭାବକ ଯୋଗ ଦେଇ ନିଜ ନିଜ ଶିଶୁର ପାଠପଢ଼ା ଏବଂ ବ୍ୟବସ୍ଥା ସମ୍ବନ୍ଧୀୟ କଥା ରଖିଥିଲେ । ଏହାପରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ଦେବତା, ସହ ସଂପାଦିକା ସୁମିତା ଦେବତା ଏବଂପ୍ରଧାନ ଆଚାର୍ଯ୍ୟ ବିଶ୍ୱରଞ୍ଜନ ତ୍ରିପାଠୀ ଅଭିଭାବକ ମାନଙ୍କର ସହିତ ଆଲୋଚନା କରି ସମସ୍ତ ସମସ୍ୟାର ନିର୍ଯ୍ୟାସ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ

କଟକ,୧୪/୯: ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ – ୪୨ମୌଜା ଶାଖା ର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତଥା ନେତୃତ୍ୱ, ଶ୍ରୀରାମ ମାଇନର ସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶ୍ରୀରାମ ମୌଜା ନିବାସୀ ଶ୍ରୀ ମେଘନାଦ ନାଏକ ଙ୍କର ତା:୧୧-୦୯-୨୦୨୫ ରିଖ ଗୁରୁବାର ଦିନ ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ସ୍ଵର୍ଗତ ନାଏକ ଜଣେ ନିଷ୍ଠାପର ଶିକ୍ଷକ, ପରୋପକାରୀ, ତ୍ୟାଗୀ, ସୁସଂଗଠକ ତଥା ଆମାୟିକ ବ୍ୟକ୍ତିତ୍ଵ ଭାବେ ବେଶ ଜଣା […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଆ ବିଭାଗ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

କଟକ, ୧୪/୯: 42 ମୌଜା ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟ ର ପ୍ରଥମ ବର୍ଷ ଓଡ଼ିଆ ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ଶ୍ରୀ ଗଣେଶ୍ଵର ଦାଶ ଙ୍କ ସଭାପତିତ୍ଵ ରେ ଏବଂ ବିଭାଗୀୟ ମୁଖ୍ୟ ଅଧ୍ୟାପିକ ଶ୍ରୀମତୀ ସୁପ୍ରିୟା ସାହୁ ଙ୍କ ଆବାହକତ୍ବ ରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଗୋବିନ୍ଦପୁର କଲେଜ ର ପୂର୍ବତନ ଅଧ୍ୟକ୍ଷ ଡଃ ଅଭିଳାଷ ବେହେରା ଓ ସମ୍ମାନିତ ଅତିଥି […]

ସଂପୂର୍ଣ୍ଣ ପଢନ୍ତୁ