ଶିଶୁବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୧୫/୯ : ୪୨ ମୌଜା ଅର୍ନ୍ତଗତ ଶ୍ରୀରାମ, ଦଧିବାମନପୁର ସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବହୁସଂଖ୍ୟାରେ ଅଭିଭାବକ ଯୋଗ ଦେଇ ନିଜ ନିଜ ଶିଶୁର ପାଠପଢ଼ା ଏବଂ ବ୍ୟବସ୍ଥା ସମ୍ବନ୍ଧୀୟ କଥା ରଖିଥିଲେ । ଏହାପରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ଦେବତା, ସହ ସଂପାଦିକା ସୁମିତା ଦେବତା ଏବଂପ୍ରଧାନ ଆଚାର୍ଯ୍ୟ ବିଶ୍ୱରଞ୍ଜନ ତ୍ରିପାଠୀ ଅଭିଭାବକ ମାନଙ୍କର ସହିତ ଆଲୋଚନା କରି ସମସ୍ତ ସମସ୍ୟାର ନିର୍ଯ୍ୟାସ ବାହାର କରିଥିଲେ । ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ।ଶେଷରେ ତପସ୍ଵିନୀ ବେହେରା ଗୁରୁମା ସମସ୍ତ ଅଭିଭାବକଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଗଲା ।

Leave a Reply

Your email address will not be published. Required fields are marked *