ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ

କଟକ ଜିଲା ଖବର
Spread the love

କଟକ,୧୪/୯: ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ – ୪୨ମୌଜା ଶାଖା ର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତଥା ନେତୃତ୍ୱ, ଶ୍ରୀରାମ ମାଇନର ସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶ୍ରୀରାମ ମୌଜା ନିବାସୀ ଶ୍ରୀ ମେଘନାଦ ନାଏକ ଙ୍କର ତା:୧୧-୦୯-୨୦୨୫ ରିଖ ଗୁରୁବାର ଦିନ ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ସ୍ଵର୍ଗତ ନାଏକ ଜଣେ ନିଷ୍ଠାପର ଶିକ୍ଷକ, ପରୋପକାରୀ, ତ୍ୟାଗୀ, ସୁସଂଗଠକ ତଥା ଆମାୟିକ ବ୍ୟକ୍ତିତ୍ଵ ଭାବେ ବେଶ ଜଣା ଶୁଣା । ତାଙ୍କର ପୈତୃକ ଗ୍ରାମ ବାଙ୍କି ଓ ସେ ଦୀର୍ଘ ଦିନ ଧରି ୪୨ମୌଜା, ଶ୍ରୀରାମ ମୌଜା ରେ ମାଇନର ସ୍କୁଲ ପ୍ରଧାନ ଶିକ୍ଷକ ଭାବେ ଶିକ୍ଷକତା କରୁଥିବା ଅବସରରେ ସ୍ଥାୟୀ ଭାବେ ବସବାସ କରିଆସୁଥିଲେ ଓ ଚାକିରି ରୁ ୨୦୧୦ ମସିହାରେ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗ ରେ ୪୨ମୌଜା ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ସର୍ବଶ୍ରୀ ଶରତ କୁମାର ଦାସ, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ପରିଡା, ବାସୁଦେବ ସ୍ଵାଇଁ, ବିମଳ କିଶୋର ମହାନ୍ତି, କେଦାରନାଥ ସାହୁ ପ୍ରମୁଖ ନେତୃବୃନ୍ଦ, ଅଞ୍ଚଳର ପୂର୍ବତନ ସରପଞ୍ଚ ବରିଷ୍ଠ କଂଗେସ ନେତା ରାମଚନ୍ଦ୍ର ଗୋଛାୟତ, ବ୍ରହ୍ମପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ରବିନାରାୟଣ ପ୍ରଧାନ, ଯୁବ ସମାଜ ସେବୀ ସମୀର କୁମାର ପଣ୍ଡା, ବିଭୂଦତ୍ତ ସାହୁ, ନନ୍ଦ କିଶୋର ରାଉତ, ନିର୍ମଳ ପ୍ରଧାନ, ଦଧିବାମନପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର ପ୍ରମୁଖ ତାଙ୍କ ବାସଭବନ କୁ ଯାଇ ଶେଷ ଦର୍ଶନ ସହ ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ତାଙ୍କର ମରଶରୀର କୁ ଶୋଭାଯାତ୍ରା ରେ ଶ୍ରୀରାମ ମାଇନର ସ୍କୁଲ କୁ ନିଆଯାଇଥିଲା । ସେଠାରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶେଷ ଦର୍ଶନ କଲାପରେ ପୁରୀ ସ୍ଵର୍ଗଦ୍ଵାରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା, ସ୍ୱର୍ଗତ ନାଏକ ୪୨ମୌଜା ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ଗଠନରେ ତାଙ୍କର ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ସଂଘର ନେତୃତ୍ୱ ମାନଙ୍କ ଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *