କଟକ, ୧୪/୯: 42 ମୌଜା ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟ ର ପ୍ରଥମ ବର୍ଷ ଓଡ଼ିଆ ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ଶ୍ରୀ ଗଣେଶ୍ଵର ଦାଶ ଙ୍କ ସଭାପତିତ୍ଵ ରେ ଏବଂ ବିଭାଗୀୟ ମୁଖ୍ୟ ଅଧ୍ୟାପିକ ଶ୍ରୀମତୀ ସୁପ୍ରିୟା ସାହୁ ଙ୍କ ଆବାହକତ୍ବ ରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଗୋବିନ୍ଦପୁର କଲେଜ ର ପୂର୍ବତନ ଅଧ୍ୟକ୍ଷ ଡଃ ଅଭିଳାଷ ବେହେରା ଓ ସମ୍ମାନିତ ଅତିଥି ଭାବେ ଡଃ ବିଜୟ କୁମାର ପଟ୍ଟନାୟକ ଓ ଶ୍ରୀ ବିଜୟ କୁମାର ସାହୁ ଉକ୍ତ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ସମ୍ବନ୍ଧୀୟ ମୂଲ୍ୟବାନ୍ ପରାମର୍ଶ ଦେଇଥିଲେ। ଉକ୍ତ ଉତ୍ସବରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହି ଉତ୍ସବ କୁ ସାଫଲ୍ଯ ମଣ୍ଡିତ କରିଥିଲେ।
