ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ଭୁବନେଶ୍ଵର, ୭/୧୨: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଓଡ଼ିଶାରେ ସରକାରଙ୍କ ଚେତା ପଶିଛି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ନିର୍ଦେଶ ଜାରି କରାଯାଇଛି। ରାଜ୍ୟରେ ଚାଲୁଥିବା କ୍ଲବ ଏବଂ ପବଗୁଡ଼ିକରେ ଯୁବପିଢ଼ିଙ୍କ ଭିଡ଼ ଲାଗିରହୁଛି। ମନୋରଞ୍ଜନ ସମୟରେ କୌଣସି ଅଘଟଣ ଘଟିଲେ କିମ୍ବା ଅଗ୍ନିକାଣ୍ଡ ଘଟିଲେ ତାହାର […]

ସଂପୂର୍ଣ୍ଣ ପଢନ୍ତୁ

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ମାମଲାରେ ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର, ୮/୧୨ :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାକୁ ସମବେଦନା ଜଣାଇଛନ୍ତି। ପୀଡିତାଙ୍କ ମୃତ୍ୟୁ ପରେ ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ଦାବି ପୂରଣର ପ୍ରତିଶ୍ରୁତି ପ​‌ରେ ପରିବାର ଲୋକେ ଧାରଣାରୁ ଉଠିଛନ୍ତି। ଘଟଣାସ୍ଥଳରେ […]

ସଂପୂର୍ଣ୍ଣ ପଢନ୍ତୁ

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, ୭/୧୨ : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି ଅଭିଯୋଗ ଆଣି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ଉପ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ଶନିବାର ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀମତୀ ମଲ୍ଲିକ କହିଲେ, ରାଉରକେଲାର ନାବାଳିକାଙ୍କୁ ନେଇ ରାଜସ୍ଥାନରେ ବିକ୍ରି କରାଯାଇଛି। ସେଠାରେ ସେମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷକଙ୍କ ଆନ୍ଦୋଳନ ୩ୟ ଦିନରେ ପହଞ୍ଚଲା

ଭୁବନେଶ୍ୱର, ୭/୧୨ : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ ଓଡିଶା ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନର ତୃତୀୟ ଦିନରେ ମହାସଂଘକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‌ଷ୍ଟା) ପକ୍ଷରୁ ସମର୍ଥନ ଜଣାଯାଇଛି। ୪୨୦୦ ଗ୍ରେଡ଼ ପେ, ୬ ବର୍ଷରେ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ଦାବିରେ ଆନ୍ଦୋଳନ କରାଯାଉଛି। ସରକାର ଦାବି ନ ଶୁଣିବା ପର୍ଯ୍ୟନ୍ତ ସ୍କୁଲ ଫେରିବେନି ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ରାଜ୍ୟର […]

ସଂପୂର୍ଣ୍ଣ ପଢନ୍ତୁ

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ବିହାରରୁ ଆଉ ଜଣେ ଗିରଫ

ଭୂବନେଶ୍ଵର, ୭/୧୨: ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌ ପୁଣି ଥରେ ସାମ୍ନାକୁ ଆସିଛି। ଏହି ମାମଲାରେ ସିବିଆଇ ବିହାରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣକ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ସହଯୋଗୀ ବୋଲି ଜଣାପଡ଼ିଛି। ଗିରଫ କରାଯିବା ପରେ ଅଭିଯୁକ୍ତକୁ ଟ୍ରାନଜିଟ୍‌ ରିମାଣ୍ଡରେ ଅଣାଯାଉଛି।ସୂଚନାଯୋଗ୍ୟ, ପୁଲିସ ଏସଆଇ ନିଯୁକ୍ତ ଦୁର୍ନୀତି ମାମଲାରେ ପ୍ରଥମେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା। କିନ୍ତୁ ମାମଲାରେ ଅନ୍ତଃରାଜ୍ୟ ଲିଙ୍କ ସାମ୍ନାକୁ ଆସିବା ପରେ […]

ସଂପୂର୍ଣ୍ଣ ପଢନ୍ତୁ

୨୦୩୬ ସୁଦ୍ଧା ରାଜ୍ୟ ହେବ ଗ୍ରୀନ୍‌ ଏନର୍ଜି ହବ୍- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୧୨: ପୁରୀ ଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍‌ ଏନର୍ଜି ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଗିରଫ

ଭୁବନେଶ୍ୱର, ୬/୧୨: ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ ବନ୍ଧୁକ କାରବାର ଘଟଣାରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୧୦ସେମି ଅଟୋମେଟିକ ପିସ୍ତଲ ଏବଂ ଜବଦ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ । ଘଟଣାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କମିଶନରେଟ ପୁଲିସ । ସୂଚନା ଅନୁସାରେ ବନ୍ଧୁକ ମାଫିଆ ଦୁଇଜଣ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଖଣ୍ଡଗିରିରୁ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର, ୬/୧୨: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଏବଂ ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଛନ୍ତି। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ, ଭଣ୍ଡାରିପୋଖରୀର ସୁମତି ସେଠୀ ଏବଂ ଭଦ୍ରକର ଉର୍ମିଲା ନାୟକ , ୭ ସମିତି ସଭ୍ୟଙ୍କ ସମେତ ୧୫ରୁ ଅଧିକ ସରପଞ୍ଚ ଓ ନାଏବ ସରପଞ୍ଚ ମଧ୍ୟ ବିଜେପିରୁ ମିଶିଛନ୍ତି। ଭଦ୍ରକ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଥମରୁ ଦ୍ୱାଦଶ ଯାଏଁ ବଦଳିବ ପାଠ୍ୟ ପୁସ୍ତକ

ଭୁବନେଶ୍ୱର,୫/୧୨: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ଭୂବନେଶ୍ଵର, ୫/୧୨: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରିଛି ସିବିଆଇ । ଦୀଘା ମଡେଲର ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ ସିବିଆଇ ଉଠାଇ ଆଣିଛି । ମାଷ୍ଟରମାଇଣ୍ଡକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଥିବା ସୂଚନା ମିଳିଛି । ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ପ୍ରଥମ ଆକ୍ସନ ଗ୍ରହଣ କରାଯାଇଛି । ପୂର୍ବରୁ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ କିଛି ପରୀକ୍ଷାର୍ଥୀଙ୍କୁ ଜେରା କରିଥିଲା ସିବିଆଇ […]

ସଂପୂର୍ଣ୍ଣ ପଢନ୍ତୁ