ଶଙ୍କର ପୃଷ୍ଟି କେୟାର ଟେକର ଗିରଫ

ଭୁବନେଶ୍ବର, ୧୨/୧୧: ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ ହୋଇଛି। ଅଭିଯୁକ୍ତ ସାଗର କୁମାର ଗୌଡକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଦୀଘା ମଡ୍ୟୁଲର ଦାୟିତ୍ଵରେ ସାଗର ଥିବା ସୂଚନା ମିଳିଛି। ସାଗର ଜରିଆ ରେ ଏଜେଣ୍ଟ ଙ୍କ ସହ ଲିଙ୍କ ରେ ଆସୁଥିଲା ଶଙ୍କର । ସେପଟେ ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରାଯିବ। ଏଥିପାଇଁ କେନ୍ଦ୍ର ସରକାର […]

ସଂପୂର୍ଣ୍ଣ ପଢନ୍ତୁ

ବିଧାନସଭା ଆଗରେ ବିକ୍ଷୋଭ କରିବ ଶ୍ରମିକ ସଙ୍ଗଠନ

ଭୁବନେଶ୍ବର, ୧୨/୧୧: ରାଜ୍ୟ କ୍ୟାବିନେଟ‌୍‌ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଆସନ୍ତା ଡିସେମ୍ବର ୩ରୁ ୫ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ। ଶ୍ରମିକଙ୍କୁ ଦୈନିକ ୧୦ ଘଣ୍ଟା କାର୍ଯ୍ୟ ଓ ରାତିରେ ମହିଳାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ଆଦେଶକୁ ତୁରନ୍ତ ବାତିଲ୍‌ କରିବା ଦାବିରେ ଏହି ବିକ୍ଷୋଭ କରାଯିବ।ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟରେ ଆଇଏନ୍‌ଟିୟୁସି ନେତା ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୮ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଏହି […]

ସଂପୂର୍ଣ୍ଣ ପଢନ୍ତୁ

SI ପରୀକ୍ଷା କେଳେଙ୍କାରୀ, CBI ତଦନ୍ତ ପାଇଁ ପ୍ରକାଶ ପାଇଲା କେନ୍ଦ୍ର ବିଜ୍ଞପ୍ତି

ଭୁବନେଶ୍ୱର,୧୧/୧୧: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାର CBI ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ ଯାଇ ଜାମିନରେ ଆସିଛନ୍ତି। ଏପରିକି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତି ଗିରଫ ହୋଇ ଜେଲରେ ଅଛନ୍ତି। ଏହି ମାମଲାର CBI ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ।

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ରାତି ୮ଟାେର ବୁଲିଲା ଖଣ୍ଡା, ଭୁଜାଲି

ଭୁବନେଶ୍ବର, ୧୦/୧୧: ରବିବାର ରାତି ପାଖାପାଖି ସାଢ଼େ ୮ଟା। ହଠାତ୍‌ ୪/୫ ବାଇକ୍‌ରେ ୧୦ରୁ ଊର୍ଧ୍ବ ଯୁବକ ଆସି ଖଣ୍ଡା, ଭୁଜାଲି ଦେଖାଇ ଆତଙ୍କ ଖେଳାଇଲେ। ଯାହାକୁ ପାଇଲେ, ତାକୁ ଗାଳିମନ୍ଦ କଲେ। ସାମ୍ନାରେ ଯାହା ପଡ଼ିଲା ଭଙ୍ଗାରୁଜା କଲେ। ସେମାନଙ୍କ ଏଭଳି ଆତଙ୍କରାଜ୍‌ ଦେଖି ଭୟରେ ଯିଏ ଯୁଆଡ଼େ ପାରିଲେ ଜୀବନ ବିକଳରେ ଦୌଡ଼ିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଦୁଇ ଗୋ‌ଷ୍ଠୀ ମଧ୍ୟରେ ଆକ୍ରମଣ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ କର୍ମଚାରୀ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ଵର : ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ। ଭୁବନେଶ୍ଵର ଉପକଣ୍ଠ ସରକନ୍ତରାରେ ଏମ୍ସ କର୍ମଚାରୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ସଦାଶିବ ପ୍ରଧାନ (ଶିବା)କୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ଖଣ୍ଡଗିରି ପୁଲିସ୍‌। ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଅକ୍ଟୋବର ୧୩ ତାରିଖରେ ହତ୍ୟା କରାଯାଇଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା। ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଆପାଳରୁ ବାଲେଶ୍ଵର : ଯୁବ କଂଗ୍ରେସ ପଦଯାତ୍ରା

ବାଲିଆପାଳ, ୧୦/୧୧: ବାଲିଆପାଳ ଏନଏସିରୁ ବାଦ ପଡ଼ିବା, ସୁବର୍ଣ୍ଣରେଖା ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟାରୁ ବାଲିଆପାଳ ବ୍ଲକର ୧୦ଟି ପଞ୍ଚାୟତର ୬୦ହଜାର ଲୋକଙ୍କ ଜୀବନ ଜୀବିକାକୁ ରକ୍ଷା କରିବା ପାଇଁ ଯଥାଶୀଘ୍ର ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା ଏବଂ ବାଲିଆପାଳରେ ଥିବା ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଲିଆପାଳ ଓ ପ୍ରତାପପୁରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପ୍ରଭୃତି ପ୍ରମୁଖ ଦାବି ନେଇ ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ଡାକରାରେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଛି।କଂଗ୍ରେସ […]

ସଂପୂର୍ଣ୍ଣ ପଢନ୍ତୁ

ଚାଷୀଙ୍କୁ ଆତ୍ମନିର୍ଭର କରିବା ସରକାରଙ୍କ ଲକ୍ଷ୍ୟ: କେନ୍ଦ୍ର କୃଷି ମନ୍ତ୍ରୀ

ଭୂବନେଶ୍ୱର, ୧୦/୧୧: ଜାତୀୟ ଫସଲ ଯୋଜନାରେ କୃଷିଭିତ୍ତିକ ଉତ୍ପାଦନ ବୃଦ୍ଧି କରି ଚାଷୀମାନଙ୍କୁ ଆତ୍ମନିର୍ଭର କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୋମବାର କଟକ ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।କାର୍ଯ୍ୟକ୍ରମରେ ଶିବରାଜ ଚାଷୀଙ୍କୁ ସ୍ଵାବଲମ୍ବୀ ଏବଂ ଜାତୀୟ କୃଷି ମିଶନ ଉପରେ ଗୁରୁତ୍ଵାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଉପରେ […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ୟ ଜାତିରେ ବିବାହରେ ଓଡ଼ିଶା ଆଗରେ: କେନ୍ଦ୍ରମନ ମନ୍ତ୍ରୀ

ଭୂବନେଶ୍ୱର, ୯/୧୧: ଅନ୍ୟ ଜାତିରେ ବିବାହ ମାମଲାରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହାରଣ। ଏଭଳି ବିବାହ ଦ୍ବାରା ସମାଜ ଆଗକୁ ବଢ଼ିଥାଏ। ଦଳିତ-ସବର୍ଣ୍ଣ ଭିତରେ ଏକତା ସମାଜ ପାଇଁ ଭଲ ଲକ୍ଷଣ। ଦେଶରେ ବହୁତ ଲୋକ ଜାତି ବ୍ୟବସ୍ଥାକୁ ଭୁଲି ଗଲେଣି। କିନ୍ତୁ କିଛି ଲୋକଙ୍କ ମନରେ ଆଜି ବି ଜାତିଆଣ ଭାବନା ରହିଥିବା କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ। ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ଦିନରେ ଏଏସଓ, ଆରଆଇ ପରୀକ୍ଷା: ଦ୍ଵନ୍ଦ୍ଵରେ ଛାତ୍ରଛାତ୍ରୀ

କଟକ, ୮/୧୧: ଗୋଟିଏ ଦିନରେ ଦୁଇଟି ପରୀକ୍ଷା। ଯାହାକୁ ନେଇ ଦ୍ଵନ୍ଦ୍ଵରେ ରହିଛନ୍ତି ପରୀକ୍ଷାର୍ଥୀ। ଯେଉଁ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ କିପରି ଦୁଇଟି ଯାକ ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।ସୂଚନା ଅନୁସାରେ, ଆସନ୍ତା କାଲି ଅର୍ଥାନ ନଭେମ୍ବର ୯ ତାରିଖରେ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ ସୁପରଭାଇଜର ଆଦି ପଦବୀରେ ଲିଖିତ ପରୀକ୍ଷା ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଛି। ଅନ୍ୟପଟେ […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠାରୁ ମାଟ୍ରିକ୍ ଫର୍ମ ପୂରଣ

୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଆସନ୍ତାକାଲି ଠାରୁ ଫର୍ମ ପୂରଣ କରି ପାରିବେ । ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର୍ଯ୍ୟ କରାଯାଇଛି । ଛାତ୍ରଛାତ୍ରୀ ବିଦ୍ୟାଳୟର ମୁଖ୍ୟଙ୍କ ମାଧ୍ୟମରେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ ।

ସଂପୂର୍ଣ୍ଣ ପଢନ୍ତୁ