ରାଜଧାନୀରେ ରାତି ୮ଟାେର ବୁଲିଲା ଖଣ୍ଡା, ଭୁଜାଲି

ଅପରାଧ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର, ୧୦/୧୧: ରବିବାର ରାତି ପାଖାପାଖି ସାଢ଼େ ୮ଟା। ହଠାତ୍‌ ୪/୫ ବାଇକ୍‌ରେ ୧୦ରୁ ଊର୍ଧ୍ବ ଯୁବକ ଆସି ଖଣ୍ଡା, ଭୁଜାଲି ଦେଖାଇ ଆତଙ୍କ ଖେଳାଇଲେ। ଯାହାକୁ ପାଇଲେ, ତାକୁ ଗାଳିମନ୍ଦ କଲେ। ସାମ୍ନାରେ ଯାହା ପଡ଼ିଲା ଭଙ୍ଗାରୁଜା କଲେ। ସେମାନଙ୍କ ଏଭଳି ଆତଙ୍କରାଜ୍‌ ଦେଖି ଭୟରେ ଯିଏ ଯୁଆଡ଼େ ପାରିଲେ ଜୀବନ ବିକଳରେ ଦୌଡ଼ିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଦୁଇ ଗୋ‌ଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରଣ ଯୋଗୁ ଜଣେ ଗୁରୁତର ‌ହୋଇଥିବା ବେଳେ ୩ ସାମାନ୍ୟ ଆହତ ହୋଇଛି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ କିଛିଦିନ ହେବ ଛକାପଞ୍ଝା ଲାଗି ରହିଥିଲା। ଆଜି ସନ୍ଧ୍ୟା ସମୟରେ ଗୋଟିଏ ଗୋଷ୍ଠୀର ଯୁବକ ସେଠାରେ ଖଟି ଜମାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଯୁବକ ସେମାନଙ୍କୁ କମେଣ୍ଟ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟିରୁ ଉତ୍ତେଜନା ବଢ଼ିଥିଲା। କିଛି ସମୟ ପରେ ଉଭୟ ପକ୍ଷ ସେଠାରୁ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ଗୋଟିଏ ଗୋଷ୍ଠୀର ୧୦ରୁ ଊର୍ଧ୍ବ ଯୁବକ ସଂଘବଦ୍ଧ ହୋଇ ୫ଟି ବାଇକ୍‌ରେ ଆସି ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଗାଳିଗୁଲଜ କରିଥିଲେ। ସେମାନେ ପ୍ରତିବାଦ କରିବାରୁ ବାଇକ୍‌ରେ ଆସିଥିବା ଯୁବକମାନେ ଅତର୍କିତ ଭାବେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଆ୍ରକମଣ ଯୋଗୁ ଜଣଙ୍କ ମୁଣ୍ଡ ଫାଟିଯାଇଥିଲା। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ। ଏନେଇ ଥାନାରେ କୌଣସି ମାମଲା ହୋଇନଥିବା ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *