ନୂଆପଡ଼ା ଉପନିର୍ବାଚନରେ ବିଜେପିହିଁ ଜିତିବ: ବସନ୍ତ ପଣ୍ଡା

ଭୁବନେଶ୍ବର ୧୨/୧୦: ଭାରତୀୟ ଜନତା ପାର୍ଟି (ବିଜେପି)ର କୋର କମିଟି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଜାରି ରହିଛି। ଏହା ପୂର୍ବରୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ନୂଆପଡ଼ା ଉପନିର୍ବାଚନ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ କରୁଛୁ। ମାନସିକତା ଥିଲେ ସବୁ ଠିକ୍ ହେଇଯିବ। ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଆଜି ବୈଠକରେ ଅନେକ ବିଷୟରେ ଆଲୋଚନା ହେବ। ନୂଆପଡ଼ା ଉପନିର୍ବାଚନ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀଲିଙ୍ଗରାଜ ମନ୍ଦିରରେ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ

ଭୂବନେଶ୍ଵର, ୧୧/୧୦:ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା ବନ୍ଧୁକଧାରୀ ଯୁବକ। ଆନନ୍ଦ ବଜାରରେ କିଛି ସେବାୟତ ଉକ୍ତ ଯୁବକକୁ କାବୁକରି ଫାଣ୍ଡି ପୁଲିସ ଜିମା ଦେଇଛନ୍ତି। ଉକ୍ତ ଯୁବକକୁ ଶ୍ରୀଲିଙ୍ଗରାଜ ଥାନାକୁ ହସ୍ତାନ୍ତର କରାଯାଇଛି। ସନ୍ଦିଗ୍ଧ ଯୁବକ ହେଲେ କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳର ବିକ୍ରମ ସ୍ବାଇଁ। ସେ ନିଜକୁ ଜଣେ ପିଏସଓ ବୋଲି ସେବାୟତଙ୍କୁ ପରିଚୟ ଦେଇଛି। ଉକ୍ତ ଯୁବକ ସହ ଅନ୍ୟଜଣେ ଯୁବକ ସାଙ୍ଗରେ ଥିଲେ। ସେ ହେଲେ କଟକରେ ଏକ ମୋବାଇଲ ଦୋକାନ […]

ସଂପୂର୍ଣ୍ଣ ପଢନ୍ତୁ

ବସ୍ତି ଉଚ୍ଛେଦ ବେଳେ ବିଦ୍ୟୁତ ଆଘାତରେ ଜଣେ ମୃତ

ଭୂବନେଶ୍ଵର, ୧୧/୧୦: ବସ୍ତି ଉଚ୍ଛେଦ ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ଜ​‌ଣକ ଜୀବନ। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଗଣ୍ଡମୁଣ୍ଡା ଅଞ୍ଚଳରେ। ଶନିବାର ପ୍ରଶାସନ ପକ୍ଷରୁ ଗଣ୍ଡମୁଣ୍ଡାରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଥିଲା। ଏହି ସମୟରେ ବିଦ୍ୟୁତ ତାର ଛିଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତାରେ ମୃତଦେହ ରଖି ଅବରୋଧ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡିର ଅଜବ ପ୍ରତିକ୍ରିୟା

ଭୂବନେଶ୍ଵର, ୧୧/୧୦: ବିଧାନସଭା ଉପନିର୍ବାଚନ ପୂର୍ବରୁ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, କିଛି ଦିନ ତଳେ ଜୟ କହିଥିଲେ ଯେ ମୋ ନେତା ନବୀନ ପଟ୍ଟନାୟକ। ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ। ହେଲେ ବିଜେପି ଦଳର ଘୋଡ଼ା ବେପାରରେ ସେ ବିକ୍ରି ହୋଇଗଲେ। ରାଜେନ୍ଦ୍ର ଢୋଲକିଆ ବଞ୍ଚିଥିଲେ ସେ କେଵେ ଏହାକୁ ଗ୍ରହଣ କରି ନ ଥାନ୍ତେ। ଜୟ ଢୋଲକିଆ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟାଡମିଣ୍ଟନ ତାରକା ଶ୍ଵେତପର୍ଣ୍ଣା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

ଭୂବନେଶ୍ଵର, ୧୧/୧୦: ଶ୍ଵେତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ବ୍ୟାଡମିଣ୍ଟନ ତାରକା ଶ୍ଵେତପର୍ଣ୍ଣାଙ୍କୁ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ୨୦୨୫ ପାଇଁ ଏହି ପୁରସ୍କାର ପାଇବେ ଏହି ଅନ୍ତର୍ଜାତୀୟ ଖେଳାଳି । ସେହିପରି ଭାରତ୍ତୋଳକ ପ୍ରୀତିସ୍ମିତା ଭୋଇ ଏବଂ ଟେନିସ ଖେଳାଳି ଆହନ ଉପବିଜେତା ଘୋଷିତ ହୋଇଛନ୍ତି । ଉଭୟଙ୍କୁ ପୁରସ୍କାର ବାବଦରେ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମବଙ୍ଗ​‌ରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୧/୧୦: ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ସେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଛୋଟ ଅପରାଧୀଙ୍କୁ ଦଣ୍ଡ ପରିବର୍ତ୍ତେ ଜୋରିମାନା: ରାଜ୍ୟ କ୍ୟାବିନେଟ ନିଷ୍ପତି

ଭୁବନେଶ୍ବର, ୧୧/୧୦ : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରି ବିଶ୍ବାସଭିତ୍ତିକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ, ୨୦୨୫କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଅଣ-ଗୁରୁତର ଅପରାଧଗୁଡ଼ିକୁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ମହିଳା କଂଗ୍ରେସରେ ୧୦ ଉପସଭାନେତ୍ରୀ ଓ ୨୨ ସାଧାରଣ ସମ୍ପାଦିକାଙ୍କୁ ନିଯୁକ୍ତି

ଭୁବନେଶ୍ବର, ୧୦/୧୦ : ସୁଦୃଢ଼ ହେବ ରାଜ୍ୟ ମହିଳା କଂଗ୍ରେସ। ଏଥିପାଇଁ ଉପସଭାପତି, ସାଧାରଣ ସମ୍ପାଦିକା, ସମ୍ପାଦିକା ଓ ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ କରିଛି ମହିଳା କଂଗ୍ରେସ। ୧୦ ଜଣ ଉପସଭାପତି, ୨୨ ଜଣ ସାଧାରଣ ସମ୍ପାଦିକା, ୪୫ଜଣ ସମ୍ପାଦିକା ଏବଂ ୪ଜଣ ସ୍ବତନ୍ତ୍ର ପରାମର୍ଶଦାତାଙ୍କ ନାଁ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଅନୁମୋଦନ କରିଛନ୍ତି। ଉପସଭାପତି ପଦରେ ୧୦ ମହିଳା ସଙ୍ଗଠକଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯେଗିତା

ଭୁବନେଶ୍ଵର, ୧୦/୧୦: ଭାରତୀୟ ଦୌଡ଼କୁଦ ସଂଘ, ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଓଡ଼ିଶା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ୧୪ ପର୍ଯ୍ୟନ୍ତ ୪୦ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୨୦୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ଜଣ ମହିଳା ସର୍ବମୋଟ ୭୫ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ସର୍ବାଧିକ କ୍ରୀଡ଼ାବିତ୍‌ (୧୪୭ ଜଣ) ହରିୟାଣା ରାଜ୍ୟରୁ ଅଂଶଗ୍ରହଣ […]

ସଂପୂର୍ଣ୍ଣ ପଢନ୍ତୁ

କ୍ରାଇମବ୍ରାଞ୍ଚ ପକ୍ଷରୁ ବଣିକ କୋଚିଂ ସେଣ୍ଟେରରେ ରେଡ୍‌

ଭୁବନେଶ୍ଵର, ୯/୧୦:ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଲିଙ୍କ୍‌ ଥିବା ସନ୍ଦେହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ଭୁବନେଶ୍ଵରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବଣିକରେ ଚଢ଼ାଉ କରାଯାଇଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଉକ୍ତ କୋଚିଂ ସେଣ୍ଟରରେ ପଶି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟନଗର ସ୍ଵତନ୍ତ୍ର କୋଚିଂ ପାଇଁ ଯାଉଥିବା ପରିକ୍ଷାର୍ଥୀମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟର ବୋଲି ତଦନ୍ତରୁ ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ସେଠାରେ ଚଢ଼ାଉ କରିଛି। ମାମଲାରେ ଅନୁଷ୍ଠାନର କିଛି ଲିଙ୍କ୍‌ ରହିଛି […]

ସଂପୂର୍ଣ୍ଣ ପଢନ୍ତୁ