ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ବିଭିନ୍ନ ବିଭାଗର ମହିଳା ଅଧିକାରୀ ଏବଂ ସାମ୍ବାଦିକା ମାନେ

ଭୁବନେଶ୍ଵର, ୨୬/୯: ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ମହିଳା ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମର ମହିଳା ପ୍ରତିନିଧି ତଥା କର୍ମଚାରୀମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିର ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ମହିଳା ସ୍ୱାସ୍ଥ୍ୟ ସଚେତନତା ଓ ସମାଜରେ ରକ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ”ରେ ଏହି ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଛଅ ଶହ ରୁ ଉର୍ଦ୍ଧ ମହିଳାଙ୍କ ସ୍ଵାସ୍ଥ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ଵର,୨୬/୯: ମୁଖ୍ୟମନ୍ତ୍ରୀ ମକା ମିଶନ (MMM) ଅଧୀନରେ ପ୍ରଥମ “ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା” ଆଜି କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ୱର,୨୫/୯: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ-୨୦୨୫ (28th ITTF-ATTU Asian Table Tennis Team Championships 2025) ର ଆୟୋଜନ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ପାର୍କରେ ୨୦ ହଜାର ଲାଞ୍ଚ ନେଉଥିବାବେଳେ ଯନ୍ତ୍ରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୫/୯ : ଜଣେ ବୈଦ୍ୟୁତିକ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଭୁବନେଶ୍ୱରର ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଗୁଣବତ୍ତା) ତୁଷାରକାନ୍ତ ରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଠିକାଦାର ତାଙ୍କ କାମ ପାଇଁ ଦେୟ ପାଇବା ପାଇଁ ଯାଇଥିଲେ। ତେ‌ବେ ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ବାରମ୍ବାର ଲାଞ୍ଚ ଦାବି କରିବା ପରେ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ।

ସଂପୂର୍ଣ୍ଣ ପଢନ୍ତୁ

ଅପହରଣ ବେଳେ ଅଟୋରୁ ଡେଇଁପଡ଼ି ଯୁବତୀ ଗୁରୁତର

ଭୁବନେଶ୍ବର,୨୫/୯: ରାଜଧାନୀରେ ପୁଣି ଏକ ଅପହରଣ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି, ମଙ୍ଗଳବାର ରାତି ପାଖାପାଖି ୭.୪୫ ମିନିଟ୍‌ ସମୟରେ ଯୁବତୀଜଣଙ୍କ ଆଚାର୍ଯ୍ୟବିହାରରୁ ନୂଆପଲ୍ଲୀ ଆସୁଥିଲେ। ଅଟୋଚାଳକ ଜଣଙ୍କ ସର୍ଭିସ୍‌ ରୋଡ୍‌ରେ ଯିବା ବଦଳରେ ଫ୍ଲାଏଓଭର୍‌ ଉପରେ ଦ୍ରୁତଗତିରେ ଆଗକୁ ମାଡ଼ିଚାଲିଥିଲା। ଯୁବତୀଜଣକ, ଚାଳକକୁ ବାଟ ବଦଳାଇବାର କାରଣ ପଚାରିବାରୁ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ହଠାତ୍ ତାଙ୍କ ମୁହଁକୁ ରୁମାଲ୍‌ରେ ଚାପି ଧରିଥିଲେ। ଫଳରେ ଯୁବତୀଜଣକ ପାଟି କରିପାରିନଥିଲେ। ସେ ଛାଟିପିଟି ହେବାରୁ ଦୁର୍ବୃତ୍ତଜଣକ […]

ସଂପୂର୍ଣ୍ଣ ପଢନ୍ତୁ

ରେଳ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ଵ

ଭୁବନେଶ୍ୱର, ୨୪/୯: ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମୀକ୍ଷା ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ , ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପି. ଫୁନକୁଲ, କମିଶନର ରେଳ ସଂଯୋଜନା ତଥା ଯୁଗ୍ମ ସଚିବ କୌସ୍ତୁଭ ଦୀପ୍ତ ପାଣିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ

ଇକୋ ରେଳଶ୍ରମିକ କଂଗ୍ରେସର ୧୧ତମ ଦୁଇବାର୍ଷିକ ନିର୍ବାଚନ ସମ୍ପାଦକ ହେଲେ ରମେଶ ସାହୁ

ଜଟଣୀ,୨୪/୯:ସ୍ଥାନୀୟ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ୧୧ତମ ଦୁଇବାର୍ଷିକ ଅଧିବେଶନ ଓ ଦୁଇବର୍ଷିଆ ନିର୍ବାଚନ ଭିଶାଖାପାଟଣା ସ୍ଥିତ ଆଶୀର୍ବାଦ କମୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦ୍ୟୃତୀୟ ଦିନର ଅଧିବେଶନରେ ପୂର୍ବତଟ ରେଳପଥ ଅନ୍ତର୍ଗତ ତିନି ମଣ୍ଡଳରୁ ଯୋଗଦାନ କରିଥିବା ଦୁଇ ହଜାରରୁ ଉର୍ଦ୍ଧ କର୍ମୀମାନେ ନିଜ କାର୍ଯ୍ୟସ୍ଥଳିରେ ଉପୁଜୁଥିବା ଶ୍ରମିକ ମାରଣ ନୀତି ଉପରେ ନିଜ ମତ ମତ ସର୍ବ ସମ୍ମୁଖରେ ରଖିଥିଲେ। ଦ୍ଵିତୀୟ ଦିନ ଦ୍ୱିତୀୟାର୍ଦ୍ଧରେ ସଂଗଠନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଆ ସିନେମା ‘ବୋଉ ବୁଟୁ ଭୁତ’ର ହିନ୍ଦୀ ରିମେକ କରିବେ କରନ ଜୋହର

ଭୁବନେଶ୍ୱର,୨୩/୯: ଶେଷରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କଣ୍ଟେଣ୍ଟ ଉପରେ ପଡିଛି ବଲିଉଡ ନଜର। ଓଡ଼ିଆରେ ସର୍ବାଧିକ ଆୟ କରିଥିବା ସିନେମା ‘ବୋଉ ବୁଟୁ ଭୁତ’ର ରିମେକ ରାଇଟ୍ସ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କିଣିବାର ପ୍ରକ୍ରିୟାରେ ଆରମ୍ଭ କରିଛି। କୋମଲ ନହଟାର ‘ଫିଲ୍ମ ଇନ୍ଫର୍ମେସନ୍’ ମ୍ୟାଗାଜିନରେ ପ୍ରକାଶିତ ନୋଟିସ୍‌ରେ ଧର୍ମାର ମୁଖ୍ୟ ଆଇନୀ ଅଧିକାରୀ ରଖୀ ବାଜପେୟୀ ତିୱାରୀ ଏହା ଘୋଷଣା କରିଛନ୍ତି। ୨୦୨୫ରେ ଜୁନ୍‌ ୧୨ରେ ରିଲିଜ୍‌ ହୋଇଥିବା ଏହି ହରର୍-ଥ୍ରିଲର୍-କମେଡି ସିନେମାରେ ବାବୁଶାନ ମହାନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତସ୍କିଲ୍‌ଡ ଇନ୍‌ ଓଡ଼ିଶା ବ୍ରାଣ୍ଡକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁଏହି ଛାତ୍ରଛାତ୍ରୀମାନେ ଆମ୍ବାସାଡର ଭାବେ କାର୍ଯ୍ୟ କରିବେ : ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଭୁବନେଶ୍ୱର, ୨୩/୯: ଆଜି ଓଡ଼ିଶାର ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଦିବସ । ବିଶ୍ୱ ଦକ୍ଷତା କେନ୍ଦ୍ରରୁ ୧୦୮୮ ଜଣ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ କରି ଉତ୍ତୀର୍ଣ୍ଣ ହେବା ନିଶ୍ଚିତ ଭାବରେ ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି ।ଆଜି ୧୦୮୮ ଜଣ ଷଷ୍ଠ ବ୍ୟାଚ୍‌ର ଛାତ୍ରଛାତ୍ରୀ ଦୃଢ଼ ସଂକଳ୍ପ ଓ ଆତ୍ମବିଶ୍ୱାସର ସହ […]

ସଂପୂର୍ଣ୍ଣ ପଢନ୍ତୁ

ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ, ୧୩ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ଭୁବନେଶ୍ୱର,୨୩/୯: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ଖଟୁଆ ବିଭିନ୍ନ ଖାତାରେ ରେକର୍ଡ ମିଛରେ ପରିବର୍ତ୍ତନ କରି ଏହି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଅନୁନତି ବିନା ସଦସ୍ୟମାନଙ୍କ ସଞ୍ଚୟ ଜମାରୁ ଅର୍ଥ ଉଠାଇ, ଦୈନିକ ଖାତାରେ ଜମା ରାଶି କମ ଦେଖାଇବା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ