ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭାରେ ବଡ଼ ସୂଚନା

ଭୁବନେଶ୍ୱର,୨୨/୯: ବିଧାନସଭାର ମୌସୁମୀ ଅଧିବେଶନର ସୋମବାର ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ବଳଙ୍ଗା ପୀଡ଼ିତା ନିଜେ କିରୋସିନି ଢ଼ାଳି ଦେହରେ ନିଆଁ ଲଗାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୃହରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଳଙ୍ଗା ପୀଡ଼ିତା ଦିଲ୍ଲୀ ଏମ୍ସରେ ଚିକିତ୍ସା ବେଳେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହା କହିଥିଲେ। ଏପରିକି ଦିଲ୍ଲୀ କୋର୍ଟ ଏବଂ ଏମ୍ସ ଡାକ୍ତରଙ୍କ ଦ୍ବାରା […]

ସଂପୂର୍ଣ୍ଣ ପଢନ୍ତୁ

ଟାକ୍ସି ଚାଳକଙ୍କୁ ଅପହରଣ ପରେ ହତ୍ୟା ମାମଲା

ଭୁବନେଶ୍ବର, ୨୨/୯: ଟାକ୍ସିଚାଳକ ବିଦ୍ୟାଧର ସାହୁ ଓରଫ ମଣ୍ଟୁଙ୍କୁ ଅପହରଣ ପରେ ହତ୍ୟାକରି ଫୋପାଡ଼ି ଦେଇଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବା ଲାଗି କମିସନରେଟ୍‌ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଚଳାଇଛି। ଆଜି ପୁଲିସର ୨ଟି ଟିମ୍‌ ଯାଜପୁର ଓ ପାରଳାଖେମୁଣ୍ଡି ସମେତ ୫ଟି ଜାଗାରେ ଚଢ଼ଉ କରିଥିଲା। ଆଜି ପାରଳାଖେମୁଣ୍ଡିରୁ ୫ଜଣଙ୍କୁ ପୁଲିସ ଉଠାଇ ଆଣିଛି। ସେମାନେ ହେଲେ ରବୀନ୍ଦ୍ର ବେହେରା, କରୁଣା ସାଗର, ରମେଶ ବେହେରା, ଦୀପକ ସାହୁକାର ଓ ମୋହନ ବେହେରା। ପୂର୍ବରୁ ଜଣେ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟାଙ୍କ ସେବା ଅପହଞ୍ଚ ଥିବା ଅଞ୍ଚଳରେ ୩୬୨୧ ସିଏସପି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର , ୨୨/୯: ବ୍ୟାଙ୍କ ସେବା ଅପହଞ୍ଚ ଥିବା ଅଞ୍ଚଳରେ ୩୬୨୧ ସିଏସପି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଦ୍ବାରା ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ୟଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପଶ୍ନ ପଚାରିଥିଲେ ଯେ, ରାଜ୍ୟରେ ଅଦ୍ୟାବଧି କେଉଁ କେଉଁ ବ୍ଲକର କେଉଁ କେଉଁ ଗ୍ରାମ ପଂଚାୟତରେ ବ୍ୟାଙ୍କ ସେବା ଅପହଞ୍ଚ ଥିବାରୁ ଲୋକମାନେ ତ୍ୱରିତ ସେବା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାର […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

ଭୁବନେଶ୍ବର : ତୃଣମୂଳ ସ୍ତରରେ ଡିଜିଟାଲ୍ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଗ୍ରାମ ପଞ୍ଚାୟତଗୁଡ଼ିକୁ ଆଜି ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର (ଏନଏଇଜି) ୨୦୨୫ ପ୍ରଦାନ କରାଯାଇଛି। ଓଡ଼ିଶାର କେନ୍ଦୁଝରଜିଲ୍ଲା ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜୁରି ପୁରସ୍କାର ମିଳିଛି । ମହାରାଷ୍ଟ୍ରର ଧୁଲେ ଜିଲ୍ଲା ରୋହିଣୀ ଗ୍ରାମ ପଞ୍ଚାୟତକୁ ସ୍ବର୍ଣ୍ଣ ପୁରସ୍କାର ମିଳିଥିବାବେଳେ ତ୍ରିପୁରାର ପଶ୍ଚିମ ମଜଲିଶପୁର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ପାଇଛନ୍ତି । ଓଡ଼ିଶାର କେନ୍ଦୁଝର ଜିଲ୍ଲା ଶୁଆକାଟି ଗ୍ରାମ ପଞ୍ଚାୟତ ଓ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତରେ ପ୍ରାଣୀ ଖାଦ୍ୟ ପରିଚାଳନାର ଅଗ୍ରଗତି” ଶୀର୍ଷକ ପ୍ରଶିକ୍ଷଣ ଓ କର୍ମଶାଳା

ଭୁବନେଶ୍ୱର,୨୨/୯: “ଭାରତରେ ପ୍ରାଣି ଖାଦ୍ୟ ପରିଚାଳନାର ଅଗ୍ରଗତି” ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆଜିଠୁ ଆରମ୍ଭ ହୋଇଛି । ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା । ଜଳବାୟୁ-ଅନୁକୂଳ ପ୍ରାଣି ଖାଦ୍ୟର ଉତ୍ପାଦନ ଏବଂ ବର୍ଷ ସାରା ଉପଲବ୍ଧ ହେଉଥିବା ଉଚ୍ଚ-ଗୁଣମାନ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ

ନୂଆପଡା , ୨୨/୯: ନୂଆପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ (Assembly Constituency) ୭୧ ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଅସମୟ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି l ଏହି କ୍ରମରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ ଭି ଏମ୍ ଓ ଭି ଭି ପାଟ ଗୋଦାମ ଗୃହ ରେ ସଂରକ୍ଷିତ ଥିବା ୟୁନିଟ ଗୁଡିକର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ ହୋଇ ଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ମେଡିଏସନ୍‌ କର୍ମଶାଳା ନେଇ ଆଇନ ମନ୍ତ୍ରୀଙ୍କ ସମୀକ୍ଷା – ଗଠନ ହେବ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର ୨୨/୯: ଅନେକ ବଡ଼ ବଡ଼ ଇଭେଣ୍ଟର ସଫଳ ପରିଚାଳନା କରିବାରେ ଓଡ଼ିଶା ଖୁବ୍‌ ଆଗରେ । ରାଜ୍ୟରେ କାର୍ଯ୍ୟରତ ଦକ୍ଷ ଅଧିକାରୀଙ୍କ ନିକଟରେ ଏଥି ନେଇ ଅନେକ ଅଭିଜ୍ଞତା ରହିଛି । ତେଣୁ ନିଜର ଅଭିଜ୍ଞତାକୁ ଆଧାର କରି ଆସନ୍ତା ସେପେଫମ୍ବର ୨୮ରେ ହେବାକୁ ଥିବା ଜାତୀୟ ମେଡ଼ିଏସନ୍‌ କର୍ମଶାଳାକୁ ସଫଳ କରିବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ […]

ସଂପୂର୍ଣ୍ଣ ପଢନ୍ତୁ

କର୍କଟ ହାରିବ, ଜୀବନ ଜିତିବ: ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା

ଭୁବନେଶ୍ୱର, ୨୨/୯: ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ । କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପେଫମ୍ବର ୨୨ ତାରିଖକୁ ‘ବିଶ୍ୱ ଗୋଲାପ ଦିବସ’ ଭାବେ ପାଳନ କରାଯାଏ । କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜିଇଁବା ପାଇଁ ପ୍ରେରଣା ଦେବା […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ ଭୁବନେଶ୍ୱର ଆଜି ତ୍ରୟୋଦଶ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୧/୯:  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଆଜି ତ୍ରୟୋଦଶ ବାର୍ଷିକ ଉତ୍ସବକୁ ପ୍ରତିବଦ୍ଧତା ଏବଂ ଉତ୍ସାହର ସହିତ ପାଳନ କରିଛି। ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ସଫଳତା, ଡିଜିଟାଲ୍ ନବସୃଜନ ଏବଂ ଶିକ୍ଷାଗତ ଉତ୍କର୍ଷତାର ଏହି ବର୍ଷରେ ନବସୃଜନ ଏବଂ ଗବେଷଣାକୁ ଗୁରୁତ୍ବାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂର୍ବ ଭାରତରେ ଚିକିତ୍ସା ସେବାକୁ ରୂପାନ୍ତରିତ କରିବାରେ […]

ସଂପୂର୍ଣ୍ଣ ପଢନ୍ତୁ

ଇକୋ ରେଳପଥ ଶ୍ରମିକ ୟୁନିଅନର ୩୫ଟି ସମସ୍ୟା ନେଇ ଧାରଣା ଓ ମଣ୍ଡଳାଧୀଶଙ୍କୁ ଦାବିପତ୍ର ପ୍ରଦାନ

ଜଟଣୀ,୨୧/୯:  ସ୍ଥାନୀୟ ପୂର୍ବତଟ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ମୁଖ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଅଲଇଣ୍ଡିଆ ରେଲୱେ ମେକ୍ସ ଫେଡେରେସନ, ନୂଆଦିଲ୍ଲୀର ଆହ୍ୱାନ କ୍ରମେ ସର୍ବଭାରତୀୟ ସ୍ତରରେ ଅଷ୍ଟମ ବେତନର ତୁରନ୍ତ ରାଜପତ୍ର ବିଜ୍ଞପ୍ତି ପ୍ରକାଶ ଦାବିରେ ଶୁକ୍ରବାର ଏକ ଧାରଣା, ପ୍ରତିବାଦ ସଭା ଆୟୋଜନ ହୋଇ ଶେଷରେ ମଣ୍ଡଳାଧୀଶଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଲଇଣ୍ଡିଆ ରେଲପଥ ମେସ୍ଟ ଫେଡେରେସନ ସହ ଅନୁବନ୍ଧିତ ପୂର୍ବତଟ ରେଳପଥ ଶ୍ରମିକ ୟୁନିୟନର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀଙ୍କ ନିର୍ଦ୍ଦେଶରେ ୩୫ଟି ସମସ୍ୟା […]

ସଂପୂର୍ଣ୍ଣ ପଢନ୍ତୁ