ବ୍ୟାଙ୍କ ସେବା ଅପହଞ୍ଚ ଥିବା ଅଞ୍ଚଳରେ ୩୬୨୧ ସିଏସପି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର , ୨୨/୯: ବ୍ୟାଙ୍କ ସେବା ଅପହଞ୍ଚ ଥିବା ଅଞ୍ଚଳରେ ୩୬୨୧ ସିଏସପି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଦ୍ବାରା ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି।

ୟଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପଶ୍ନ ପଚାରିଥିଲେ ଯେ, ରାଜ୍ୟରେ ଅଦ୍ୟାବଧି କେଉଁ କେଉଁ ବ୍ଲକର କେଉଁ କେଉଁ ଗ୍ରାମ ପଂଚାୟତରେ ବ୍ୟାଙ୍କ ସେବା ଅପହଞ୍ଚ ଥିବାରୁ ଲୋକମାନେ ତ୍ୱରିତ ସେବା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାର ସବିଶେଷ ବିବରଣୀ ପ୍ରଦାନ କରିବେ କି? ସଂପୃକ୍ତ ଗ୍ରାମ ପଂଚାୟତରେ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା କଣ ଓ କେବେ ସୁଦ୍ଧା ବ୍ୟାଙ୍କ ପ୍ରତିଷ୍ଠା କରାଯିବ?

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରର ବ୍ୟାଙ୍କ ଶାଖା, ବିସି/ସିଏସପି ଏବଂ ଆଇପିପିବି ଆକ୍ସେସ୍ ପଏଣ୍ଟ ମାଧ୍ୟମରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦିଆଯାଉଛି।

ବ୍ୟାଙ୍କିଙ୍ଗ୍ ସୁବିଧାକୁ ତ୍ଵରାନ୍ବିତ କରିବା‌ ପାଇଁ ରାଜ୍ୟ ସରକାର ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯଥା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ୍ ନ୍ୟାସନାଲ ବ୍ୟାଙ୍କ, ୟୁନଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁ‌କୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବ୍ଂ ବ୍ୟାଙ୍କ ଅଫ୍ ବରୋଦା ସହଯୋଗରେ ଶାଖା ବିହୀନ ଗ୍ରାମ ପଞ୍ଚାୟତରର ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରୁଛନ୍ତି।
ଇତି ମଧ୍ୟରେ ମୋଟ ୩୬୨୧ଟି ଶାଖା ବିହୀନ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲାଯାଇ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦିଆଯାଉଛି । ଅନ୍ୟ ଶାଖା ବିହୀନ ଗ୍ରାମ ପଞ୍ଚାୟତରର ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ତୁରନ୍ତ ଖୋଲିବା ପାଇଁ ସରକାର ଆବଶ୍ୟକ ଅର୍ଥ ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି), ଜିଲ୍ଲା ପରାମର୍ଶଦାତା କମିଟି (ଡିସିସି) ଓ ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ କମିଟି (ବିଏଲବିସି)ରେ ନୂତନ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ସମସ୍ତ ବ୍ୟାଙ୍କମାନଙ୍କୁ ଉତ୍ସାହିତ କରୁଛନ୍ତି।

Leave a Reply

Your email address will not be published. Required fields are marked *