Gttklrxb0aamtwt 600x430

ଜି-୭ରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ

୫୧ତମ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଲଢେଇକୁ ମଜବୁତ କରିବା ପାଇଁ ଆହ୍ୱନ ଦେଇଛନ୍ତି । ଏହାସହିତ ଆତଙ୍କବାଦଙ୍କ ବିରୋଧରେ ଲଢେଇରେ ଭାରତକୁ ଦିଆଯାଇଥିବା ଦୃଢ ସମର୍ଥନ ପାଇଁ ବିଶ୍ୱ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଥିଲେ । ସେ କହିଛନ୍ତି ଯେ ‘ପହଲଗାଓଁ ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ଉପରେ ନୁହେଁ, ବରଂ ସମଗ୍ର ମାନବତା ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
Khe

ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ ଆମେରିକା – ଇରାନ

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଷଷ୍ଠ ଦିନରେ ପହଞ୍ଚିଛି। କ୍ରମାଗତ କ୍ଷେପଣାସ୍ତ୍ର ବିନିମୟ ଏବଂ ବିମାନ ଆକ୍ରମଣ ଯୋଗୁ କ୍ଷୟକ୍ଷତି ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତି ବ୍ୟାପକ ଆଞ୍ଚଳିକ ସଂଘର୍ଷର ଆଶଙ୍କାକୁ ପ୍ରଶ୍ରୟ ଦେଉଛି। ଇସ୍ରାଏଲ ଇରାନରେ ସେଣ୍ଟ୍ରିଫ୍ୟୁଜ୍ ଏବଂ ଅସ୍ତ୍ର ଉତ୍ପାଦନ ସ୍ଥାନ ଉପରେ ଆକ୍ରମଣ କରିଛି। ଇରାନ ହାଇପରସୋନିକ୍ ଫତାହ ପ୍ରୋଜେକ୍ଟାଇଲ୍ ସମେତ ଇସ୍ରାଏଲ ଆଡକୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଏହି ଆକ୍ରମଣ ହୋଇଥିଲା। ଇସ୍ରାଏଲ […]

ସଂପୂର୍ଣ୍ଣ ପଢନ୍ତୁ
Mg

ମୋଦୀଙ୍କୁ ଭେଟିଲେ ଜର୍ଜିଆ ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । କାନାଡାର କାନାନାସକିସରେ ଅନୁଷ୍ଠିତ ୫୧ତମ ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ସାମିଲ ହୋଇଥିଲେ । ଏହି ଅବସରରେ ଉଭୟ ନେତା ପରସ୍ପରକୁ ଭେଟି କଥାବାର୍ତ୍ତା ହୋଇଛନ୍ତି ।

ସଂପୂର୍ଣ୍ଣ ପଢନ୍ତୁ
M

ଭାଇର ଶେଷକୃତ୍ୟ କରିବାକୁ ହସ୍ପିଟାଲରୁ ଆସିଲେ ବିଶ୍ବାସ କୁମାର

ଗାନ୍ଧୀନଗର: ମନରେ କୋହ, ଆଖିରେ ଲୁହ.. ଭାଇର ଶବକୁ କାନ୍ଧ ଦେଲା ବେଳେ ଆଖିରେ ଲୁହ ବୋଲ ମାନୁନି, ବନ୍ଧବାଡ ଭାଙ୍ଗି ବହି ଯାଉଛି । ନିଜକୁ ସମ୍ଭାଳି ହେଉନି, ଲୁହ କୋହକୁ ଅଟକାଇ ହେଉନି । ସାଙ୍ଗରେ ଦୁଇ ଭାଇ ଲଣ୍ଡନ ଯାଉଥିଲେ ହେଲେ ବିଧାତାର ଖେଳ, ଜଣେ ବଞ୍ଚିଲା, ଜଣେ ଚାଲିଗଲା । ଗୋଟିଏ ବିମାନରେ ଦୁହେଁ ଯାଉଥିଲେ ବି ଭାଗ୍ୟ କିନ୍ତୁ କାହା ପାଇଁ କଣ ଲେଖିଥିଲା କେହି ବି ଜାଣି ନଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
9e78a149 Afbe 43f9 A423 962e47c9

ଇସାରା ଇସାରାରେ ଇସ୍ତଫା ମାଗିଲେ ଅଖିଳେଶ

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ତଦନ୍ତ ଚାଲିଛି। ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କୌଣସି ଦୁର୍ଘଟଣା କିମ୍ବା କୌଣସି ମନ୍ତ୍ରୀଙ୍କ ନାମ ନ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ତଥାପି, ଅଖିଳେଶ ଯାଦବଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟରୁ ସ୍ପଷ୍ଟ ଯେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅହମ୍ମଦାବାଦ ଦୁର୍ଘଟଣା ସମ୍ପର୍କରେ ପରୋକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Jaff

ଜାଫର ଏକ୍ସପ୍ରେସରେ ବିସ୍ଫୋରଣ: ଲାଇନଚ୍ୟୁତ ହେଲା ୬ଟି ବଗି

ନୂଆଦିଲ୍ଲୀ: ପୁଣି ଜାଫର ଏକ୍ସପ୍ରେସକୁ ନେଇ ଆସିଲା ବଡ ଖବର । ଜାଫର ଏକ୍ସପ୍ରେସରେ ବିସ୍ଫୋରଣ । ରେଳ ଧାରଣାରେ ବିସ୍ଫୋରଣ ପରେ ଲାଇନ ଚ୍ୟୁତ ହେଲା ଜାଫର ଏକ୍ସପ୍ରେସର ୬ଟି ବଗି । ପାକିସ୍ତାନରେ ପୂର୍ବରୁ ହାଇଜାକ୍ ହୋଇଥିବା ଜାଫର ଏକ୍ସପ୍ରେସ ଏବେ ପୁଣିଥିରେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଯାତ୍ରୀଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ବାଲୁଚିସ୍ତାନ ପ୍ରଦେଶର ଜାକୋବାବାଦ ନିକଟରେ ରେଳ ଟ୍ରାକରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହେବା ଫଳରେ ଏହି […]

ସଂପୂର୍ଣ୍ଣ ପଢନ୍ତୁ
Ca

ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ ଏବଂ କେବେ କରିବ ନାହିଁ : ମୋଦୀ

କାନାନିସ୍କିସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଛି। ଉଭୟ ୩୫ ମିନିଟ୍ ଧରି କଥା ହୋଇଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପ୍‌ଙ୍କୁ କହିଥିଲେ ଯେ, ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ ଏବଂ କେବେ କରିବ ନାହିଁ। ଏପରି କହି ସେ ଟ୍ରମ୍ପ୍‌ଙ୍କୁ ଆଇନା ଦେଖାଇଛନ୍ତି। ପ୍ରକୃତରେ, ଟ୍ରମ୍ପ୍ ଅନେକ ଥର ଦାବି କରିଛନ୍ତି ଯେ, ଗତ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ
Nitin

ଫାସ୍ ଟ୍ୟାଗକୁ ନେଇ ବାର୍ଷିକ ପାସ୍ ଜାରି କରାଯିବ: ଗଡ଼କରୀ

ନୂଆଦିଲ୍ଳୀ: ବହୁ ଦିନ ଧରି ଆଲୋଚନା ହେଉଛି ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଏକ ନୂତନ ଟୋଲ୍ ନୀତି ଆଣିବାକୁ ଯୋଜନା କରୁଛି । ଯାହା ଅଧୀନରେ ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଯାତ୍ରାକୁ ସହଜ କରିବା ପାଇଁ ଅନେକ ନୂତନ ସୁବିଧା ଯୋଗାଇ ଦିଆଯିବ । ଆଉ ଏବେ ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆଜି ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଫାସ୍ […]

ସଂପୂର୍ଣ୍ଣ ପଢନ୍ତୁ
Ayatollah Ali Khamenei

ଖାମେନିଙ୍କୁ ଇରାନରେ ହିଁ ଫାଶୀ ଦେବୁ : ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ସୋମବାର ଇସ୍ରାଏଲର ପିଏମ୍‌ ବେଞ୍ଜାମିନ୍‌ ନେତନ୍ୟାହୁ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କୁ ହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଖାମେନିଙ୍କର ହତ୍ୟା ହେବ। ଏହାପରେ ହିଁ ଏହି ଯୁଦ୍ଧ ଥମିବ। କୁହାଯାଏ ଯେ, ଗତ ଦିନର ଇସ୍ରାଏଲ ଖାମେନିଙ୍କୁ ମାରିବାର ପୂରା ପ୍ଲାନିଂ କରି ଦେଇଥିଲେ , କିନ୍ତୁ ଶେଷ ମୁହୂର୍ତ୍ତରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଇସ୍ରାଏଲର […]

ସଂପୂର୍ଣ୍ଣ ପଢନ୍ତୁ
Shadmami

ତେହରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନର ସେନା ମୁଖ୍ୟ ଅଲ୍ଲୀ ଶାଦମାମୀ ନିହତ

ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ଇରାନକୁ ପୁଣି ବଡ଼ ଝଟକା । ଇସ୍ରାଏଲ ଆକ୍ରମଣରେ ଇରାନର ନୂଆ ଆର୍ମି ଚିଫ୍ ନିହତ । ୱାର ଟାଇମ୍ ଚିମିଅଫ୍ ଷ୍ଟାଫ ଅଲ୍ଲୀ ଶାଦମାମୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ୍ । ଇରାନ ତାଙ୍କୁ ଯୁଦ୍ଧ ସମୟରେ ସେନାର ମୁଖ୍ୟ ଭାବେ ନିଯୁକ୍ତ କରିଥିଲା । ଗତକାଲି ରାତିରେ ତେହରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଶାଦମାମୀଙ୍କ ମୃତ୍ୟୁ ହୋଇଥିବା କହିଛି ଇସ୍ରାଏଲ । ଇରାନର […]

ସଂପୂର୍ଣ୍ଣ ପଢନ୍ତୁ