ଜୟପୁର ୮।୧୧: କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସପକ୍ଷରେ ବାହାରିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାୟକ କହିଲେ, ଏଥର କୋଟିଆ ଭିତରେ ପୋଲିଂ ବୁଥ୍ କରି ପାରିଲାନି ଆନ୍ଧ୍ର । ଏପରି DTP ଓ YSR Congress ତରଫରୁ ପ୍ରାର୍ଥୀ ହୋଇଥିବା ୨ ଜଣ ବି ଭୋଟ୍ ଦେଇନଥିବା ସେ କହିଛନ୍ତି ।
ଆନ୍ଧ୍ର ଜୋରଜବରଦସ୍ତ କିଛି ଲୋକଙ୍କୁ ନେଇ ସେଠାରେ ଭୋଟ୍ କରିଛି । ମାତ୍ର ୫ରୁ ୭ ପ୍ରତିଶତ କୋଟିଆର ଲୋକ ଆନ୍ଧ୍ରରେ ଭୋଟ୍ ଦେଇଛନ୍ତି । ଏହା ହିଁ ପ୍ରମାଣିତ କରୁଛି କୋଟିଆବାସୀ ଆନ୍ଧ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ସକାଳୁ ୭ରୁ ୧୨ଟା ଯାଏଁ ଭୋଟ୍ ଗ୍ରହଣ ସମୟ ସୀମା ଥିଲା କିନ୍ତୁ ଭୋଟର ନ ଆସିବାକୁ ପ୍ରଥମେ ଦିନ ୨ଟା ଓ ପରେ ଏହାକୁ ସଂଧ୍ୟା ୭ଟା ଯାଏଁ ବୃଦ୍ଧି କରିଥିଲା ଆନ୍ଧ୍ର । କୋଟିଆ ଲୋକଙ୍କ ପାଖରେ କେମିତି ୨ଟି ଲେଖାଏଁ ଭୋଟର କାର୍ଡ ଅଛି ? ନିର୍ବାଚନ କମିଶନ ଏହାର ତଦନ୍ତ କରି ଏହି ନିର୍ବାଚନକୁ ଅବୈଧ ଓ ବେଆଇନ ଘୋଷଣା କରିବାକୁ ସେ ଦାବି କରିଛନ୍ତି ।
