ଦୀପାବଳି ପାଳନ ବେଳେ ଆମେରିକାରେ ତୀବ୍ର ବିରୋଧ: ହିନ୍ଦୁ ବିରୋଧୀ ନାରା ଲଗାଇଲେ ଟ୍ରମ୍ପଙ୍କ ସମର୍ଥକ, ପ୍ରବଳ ହଙ୍ଗାମା

ରାଜ୍ୟ
Spread the love

ନୂଆଦିଲ୍ଲୀ: ଆମେରିକା ୱାଶିଂଟନର ସିଆଟେଲରେ ଶନିବାର ଦୀପାବଳି ପାଳନ ବେଳେ କିଛି ଆମେରିକୀୟ ଚରମ ଦକ୍ଷିଣପନ୍ଥୀ ବିରୋଧ ପ୍ରଦର୍ଶନ କରିଛନ୍ତି। ହିନ୍ଦୁ ବିରୋଧୀ ପ୍ଲାକାର୍ଡ ଧରିବା ସହ ଭାରତୀୟଙ୍କୁ ଆମେରିକାରୁ ବାହାର କରିଦେବାକୁ ସେମାନେ ନାରା ଲଗାଇଛନ୍ତି। ସୋସିଆଲ୍ ମିଡିଆରେ ଅଭଦ୍ର ଭାଷାରେ ଟିପ୍ପଣୀ ବି କରିଛନ୍ତି।
ରିପୋର୍ଟ ଅନୁସାରେ ଜ୍ୟାକେ ଲାଙ୍ଗ ନାମକ ଜଣେ ବ୍ୟକ୍ତି ଏହି ହିନ୍ଦୁ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଉତ୍ସବ ପାଳନ ବେଳେ ଏମାନେ ସେଠାକୁ ଆସି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହାପରେ ଉତ୍ସବରେ ସାମିଲ ହୋଇଥିବା କିଛି ସ୍ଥାନୀୟ ଅଧିବାସୀ ସେମାନଙ୍କୁ ବିରୋଧ କରିଥିଲେ। ଏବଂ ସେମାନଙ୍କୁ ଠେଲିଠେଲି ସେଠାରୁ ବିଦା କରିଥିଲେ।
ଏହି ଘଟଣା ପରେ ଲାଙ୍ଗ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ହିନ୍ଦୁ କମ୍ୟୁନିଟିର ଲୋକେ ତାଙ୍କୁ ମରାପିଟା କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ତା ଛଡ଼ା ଟ୍ରମ୍ପଙ୍କ ଦଳର ପରାଜୟ ପାଇ ସେ ହିନ୍ଦୁ କମ୍ୟୁନିଟିକୁ ଦାୟୀ ବି କରିଥିଲେ। ପ୍ରକୃତରେ ଲାଙ୍କ ହେଉଛନ୍ତି ଟ୍ରମ୍ପଙ୍କର ଜଣେ ପ୍ରଶଂସକ। ଆମେରିକାର ହିନ୍ଦୁବିରୋଧୀ ମୌଳବାଦୀ ଗୋଷ୍ଟୀର ସଦସ୍ୟ। ୨୦୨୧ରେ ଟ୍ରମ୍ପଙ୍କ ସମର୍ଥନରେ ୟୁଏସ କ୍ୟାପିଟୋଲ୍ରେ ହୋଇଥିବା ହିଂସାରେ ଲାଙ୍ଗର ହାତ ଥିଲା। ଏଥିପାଇଁ ସେ ୪ ବର୍ଷ ଜେଲ୍ ବି ଭୋଗିଛନ୍ତି। ଟ୍ରମ୍ପ ଆସିବା ପରେ ତାଙ୍କୁ ଦୋଷମୁକ୍ତ କରିଥିଲେ।
କିଛିଦିନ ତଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରିଥିଲେ। ଓଭାଲ୍ ଅଫିସରେ ଦୀପା ଜାଳିବା ସହ ସମସ୍ତଙ୍କୁ ଦୀପାଭଳିର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଭାରତୀୟ ଟେକ୍ ଉଦ୍ୟୋଗୀ ବିଶାଲ ଗୋଣ୍ଡଲ, ରୋଷେୟା ବିକାଶ ମେହେଟ୍ଟା ଏବଂ ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ଟ୍ରମ୍ପଙ୍କୁ ହନୁମାନ ଚାଳିସାର ଏକ କପି ମଧ୍ୟ ଉପହାର ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *