୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ପାଇଁ ମାଗଣା ପର୍ଯ୍ୟଟକ ଭିଜା

ନୂଆଦିଲ୍ଲୀ, ୪/୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ଦ୍ବିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରାଯାଇଛି। ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି ହୋଇଛି। ବିଶେଷ କରି ପ୍ରବାସୀ, ସ୍ବାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ରସାୟନିକ ଏବଂ ସାର ଭଳି ପ୍ରସଙ୍ଗରେ ଦୁଇ ଦେଶ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତରେ ପୁଟିନ, ସ୍ବାଗତ କଲେ ମୋଦୀ

ନୂଆଦିଲ୍ଲୀ, ୪/୧୨: ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରେ ପୁଟିନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରୋଟୋକଲ ଭାଙ୍ଗୀ ପୁଟିନଙ୍କୁ ସ୍ବାଗତ କରିଥିଲେ। ଉଭୟେ ଭେଟ ହେବା ପରେ କରମର୍ଦ୍ଦନ କରିବା ସହିତ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ପୁଟିନ ଏବଂ ମୋଦୀ ଗୋଟିଏ କାରରେ ବିମାନବନ୍ଦରରୁ ବାହାରିଯାଇଥିଲେ।ରୁଷ-ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ଏକ ଐତିହାସିକ […]

ସଂପୂର୍ଣ୍ଣ ପଢନ୍ତୁ

ରାୟପୁର ଦିନିକିଆ ଜିତିଲା ଦକ୍ଷିଣ ଆଫ୍ରିକା

ରାୟପୁର, ୪/୧୨: ରାୟପୁରରେ ଅନୁଷ୍ଠିତ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ୩୫୯ର ଭାରତୀୟ ସ୍କୋରର ପିଛା କରି ଦକ୍ଷିଣ ଆଫ୍ରିକା ଦଳ ୬ ଓ୍ୱିକେଟ ହରାଇ ୪୯.୨ ଓଭର୍‌ରେ ୩୬୨ ରନ୍‌ କରି ବିଜୟଲାଭ କରିଛି । ଏବେ ଏହି ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନସ୍ଥିତିରେ ରହିଛନ୍ତି । ଦକ୍ଷିଣଆଫ୍ରିକାର ପ୍ରାରମ୍ଭିକ ବ୍ୟାଟର ଐଡେନ୍‌ ମାର୍କମଙ୍କ ସର୍ବାଧିକ ୧୧୦ ରନ୍‌ କରିଛନ୍ତି । ଏହାସହ […]

ସଂପୂର୍ଣ୍ଣ ପଢନ୍ତୁ

ଲୋକସଭାରେ କେନ୍ଦ୍ରୀୟ ଅବକାରୀ ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୪/୧୨ : ସଂସଦର ଶୀତ ଅଧିବେଶନର ତୃତୀୟ ଦିନରେ ଲୋକସଭାରେ କେନ୍ଦ୍ରୀୟ ଅବକାରୀ (ସଂଶୋଧନ) ବିଲ୍‌ ୨୦୨୫ ବାଚନିକ ଭୋଟରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ବିଲ୍‌କୁ ଗୃହରେ ଆଗତ କରିଥିଲେ। ଏହି ବିଲ୍‌ ଅନୁଯାୟୀ ତମାଖୁ ଓ ଏ ସମ୍ପର୍କିତ ଉତ୍ପାଦ ଉପରେ ଟିକସ ଲାଗୁ କରାଯିବ। ବର୍ତ୍ତମାନ ଜିଏସ୍‌ଟି ଅନୁଯାୟୀ ତମାଖୁ ଜାତୀୟ ଉତ୍ପାଦ ଉପରେ ଟିକସ ଲାଗୁ କରାଯାଉଥିବାବେଳେ ଏହାକୁ ପରିବର୍ତ୍ତନ କରାଯିବ। ନୂଆ ବିଲ୍ ଅନୁଯାୟୀ […]

ସଂପୂର୍ଣ୍ଣ ପଢନ୍ତୁ

ବଦଳିଲା ତତ୍କାଳ ଟିକେଟ୍‌ କାଟିବାର ନିୟମ

ନୂଆଦିଲ୍ଲୀ, ୪/୧୨: ଭାରତୀୟ ରେଳବାଇ ଅନଲାଇନ୍‌ ଟିକେଟ୍‌ ବୁକିଂ ନିୟମରେ କିଛି ପରିବର୍ତ୍ତନ କରିଛି । ବର୍ତ୍ତମାନ ଅଫଲାଇନ୍‌ ରିଜର୍ଭେସନ କାଉଣ୍ଟରରୁ ତତ୍କାଳ ଟିକେଟ୍‌ କିଣୁଥିବା ଲୋକଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି । ରେଳବାଇ କାଉଣ୍ଟରରେ ଜାରି ହୋଇଥିବା ଟିକେଟ୍‌ ପାଇଁ ଏକ ଓଟିପି-ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ପ୍ରଚଳନ କରିଛି । ଏହାର ଅର୍ଥ ହେଉଛି ଯଦି ଆପଣ ରିଜର୍ଭେସନ କାଉଣ୍ଟରରୁ ତକ୍ରାଳ ଟିକେଟ୍‌ କିଣନ୍ତି, ତେବେ ଆପଣଙ୍କୁ ପ୍ରଥମେ ଓଟିପି ସେୟାର କରିବାକୁ ପଡିବ […]

ସଂପୂର୍ଣ୍ଣ ପଢନ୍ତୁ

ଭେନେଜୁଏଲା ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପଙ୍କ ଧମକ: ତୁରନ୍ତ ଦେଶ ଛାଡ଼ି ପଳାଅ

ନୂଆଦିଲ୍ଲୀ,୧/୧୨: ଭେନେଜୁଏଲା ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଫୋନ୍‌ରେ ଦେଶ ଛାଡ଼ି ପଳାଇଯିବାକୁ ଧମକ ଦେଇଛନ୍ତି। ମିଆମି ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଫୋନ୍‌ରେ ମାଦୁରୋଙ୍କୁ ଚେତାବନୀ ଦେଇ କହିଥିଲେ ଯେ, “ଯଦି ଆପଣ ନିଜକୁ ଏବଂ ଆପଣଙ୍କ ପରିବାରକୁ ବଞ୍ଚାଇବାକୁ ଚାହାଁନ୍ତି, ତେବେ ତୁରନ୍ତ ଭେନେଜୁଏଲା ଛାଡ଼ି ପଳାଇଯାଆନ୍ତୁ। ”ଟ୍ରମ୍ପ, ମାଦୁରୋ, ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ଏବଂ ତାଙ୍କ ପୁଅଙ୍କୁ ସୁରକ୍ଷିତ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

“ଦକ୍ଷ ଭାରତୀୟମାନେ ଆମେରିକାକୁ ବହୁତ ଲାଭ ଦେଇଛନ୍ତି”: ଏଲନ୍ ମସ୍କ

ନୂଆଦିଲ୍ଲୀ, ୧/୧୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସ୍ ଏକ୍ସ’ର ମୁଖ୍ୟ ଏଲନ୍ ମସ୍କ କହିଛନ୍ତି ଯେ ଦକ୍ଷ ଭାରତୀୟମାନଙ୍କୁ ନିଯୁକ୍ତି ଦେଇ ଆମେରିକା ବହୁତ ଲାଭବାନ ହୋଇଛି। ଜିରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥଙ୍କ ‘People by WTF’ ପୋଡକାଷ୍ଟରେ ଯୋଗ ଦେଇ ସେ ଏଚ୍-୧ବି (H-1B) ଭିସା ଏବଂ ପ୍ରବାସନକୁ ନେଇ ଚାଲିଥିବା ବିବାଦ ଉପରେ ଏହି ମନ୍ତବ୍ୟ ଦେଇଛନ୍ତି।ମସ୍କ ଦୃଢ଼ତାର ସହ କହିଛନ୍ତି, “ମୋ ମତରେ, ଆମେରିକା ଆସିଥିବା ଦକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ରୁଷିଆ ତେଲ କିଣିଲେ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୧/୧୨: ରୁଷିଆରୁ ଆସୁଥିବା ଅଶୋଧିତ ତୈଳ ଉପରେ ଅଧିକ ରିହାତି ମିଳିବା ଏବଂ ପ୍ରଚୁର ପରିମାଣରେ ଅଣ-ନିଷିଦ୍ଧ ବିକ୍ରେତାଙ୍କଠାରୁ ଯୋଗାଣ ଯୋଗୁଁ ଭାରତର ରାଷ୍ଟ୍ରାୟତ୍ତ ତୈଳ ବିଶୋଧନାଗାର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ଏବଂ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ (BPCL) ଜାନୁଆରୀ ମାସରେ ବିତରଣ ପାଇଁ ରୁଷୀୟ ଅଶୋଧିତ ତୈଳ କିଣିଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅଣ-ନିଷିଦ୍ଧ ବିକ୍ରେତାଙ୍କଠାରୁ ଅଜ୍ଞାତ ପରିମାଣର କାର୍ଗୋଗୁଡ଼ିକୁ ପ୍ରତି ବ୍ୟାରେଲ୍ ତୈଳ ପିଛା ୫ ଡଲାର୍ ରିହାତିରେ କିଣାଯାଇଛି। ମାସେ […]

ସଂପୂର୍ଣ୍ଣ ପଢନ୍ତୁ

ତାମିଲନାଡ଼ୁରେ ଭୀଷଣ ବର୍ଷା, ବନ୍ୟା, ୩ ମୃତ, ୧୦ ଜିଲ୍ଲାରେ ରେଡ୍‌ଆଲର୍ଟ

ଚେନ୍ନାଇ, ୧/୧୨: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦିତ୍‌ୱାହ’ ଆଜି ସନ୍ଧ୍ୟାରେ ତାମିଲନାଡୁ ଓ ପୁଡୁଚେରୀ ତଟରେ ପହଞ୍ଚିବା ସହ ସମଗ୍ର ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ଘଣ୍ଟାକୁ ୬୦-୭୦ କିଲୋମିଟର ବେଗର ପବନ ସହ ଲଗାଣ ବର୍ଷା ଜଟିଳ ସ୍ଥିତି ସୃଷ୍ଟି କରିଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତାକାଲି ମଧ୍ୟ ଚେନ୍ନାଇ, କୁଡ଼ଲୁର୍, ଭିଲୁପୁରମ୍, ନାଗାପଟ୍ଟିନମ୍, ଥଞ୍ଜାଭୂର, ତିରୁଭାରୁର୍, ମୟିଲାଦୁଥୁରାଇ, ରାମନାଥପୁରମ୍, ପୁଦୁକ୍କୋଟ୍ଟାଇ ଓ ତୁତିକୁଡ଼ିରେ ଅତି ପ୍ରବଳ ବର୍ଷା ଲାଗି ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ

ରାଜକ୍ଷମା ଲୋଡ଼ିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ, ୧/୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଦୀର୍ଘ ଦିନରୁ ଦୁର୍ନୀତି ମାମଲା ବିଚାରାଧୀନ ରହିଛି। ଏହି ପ୍ରସଙ୍ଗରେ ରାଜକ୍ଷମା ପ୍ରଦାନ କରିବାକୁ ନେତାନ୍ୟାହୁ ଇତିମଧ୍ୟରେ ରାଷ୍ଟ୍ରପତି ଆଇଜାକ୍‌ ହେର୍ଜୋଗଙ୍କୁ ଚିଠି ଜରିଆରେ ଅନୁରୋଧ କରିଥିବା ଜଣାପଡିଛି। ନେତାନ୍ୟାହୁ ଉକ୍ତ ଚିଠରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ବିବାଦୀୟ। ପ୍ରଧାନମନ୍ତ୍ରୀ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରୁଥିବାରୁ ମାମଲାର ଶୁଣାଣି ଓ ରାୟ ଦେଶ ପାଇଁ ସମସ୍ୟା ସୃଷ୍ଟି […]

ସଂପୂର୍ଣ୍ଣ ପଢନ୍ତୁ