Women

ଆର୍ଥିକ ସଚେତନ ହେଉଛନ୍ତି ମହିଳା – ନୀତି ଆୟୋଗ ରିପୋର୍ଟ

ପୂର୍ବ ବର୍ଷ ତୁଳନାରେ ମହିଳାମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ୪୨% ବୃଦ୍ଧି ପାଇଛି। ସୋମବାର ନୂଆଦିଲ୍ଲୀରେ ନୀତି ଆୟୋଗ ଦ୍ୱାରା ଉନ୍ମୋଚନ କରାଯାଇଥିବା ‘From Borrowers to Builders: Women’s Role in India’s Financial Growth Story’ ଶୀର୍ଷକ ଏକ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରାୟ ୨୭ ନିୟୁତ ମହିଳା ସେମାନଙ୍କ ଆର୍ଥିକ କାରବାର ଉପରେ ନଜର ରଖିଥିଲେ। ଏହି ରିପୋର୍ଟକୁ ଉନ୍ମୋଚନ କରି ନୀତି ଆୟୋଗର […]

ସଂପୂର୍ଣ୍ଣ ପଢନ୍ତୁ
Yi

ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ସୋ’ ଆରମ୍ଭ କରିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ ୩।୩: ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ମାତା-ପିତାଙ୍କୁ ନେଇ ଅଭଦ୍ର ଟିପ୍ପଣୀ କରିଥିବା ରଣବୀରଙ୍କୁ ସୁପ୍ରିମକୋର୍ଟ ଗୋଟିଏ ସର୍ତ୍ତରେ ‘ଦି ରଣବୀର ସୋ’ ପୁଣି ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ରଣବୀରଙ୍କ ଗିରଫ ଉପରେ ସଂରକ୍ଷଣ ବଢାଇ ଦେଇଥିବା ବେଳେ ତାଙ୍କୁ ଗୌହାଟୀରେ ଯାଞ୍ଚରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ପଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ନିଜ ସୋ’ରେ ଶାଳିନତା ରକ୍ଷା କରିବା ସର୍ତ୍ତରେ […]

ସଂପୂର୍ଣ୍ଣ ପଢନ୍ତୁ
2 179 1740999510502

ଫେସ୍‌ବୁକ୍‌ରେ ବନ୍ଧୁତା, ଝଗଡ଼ା ଓ ମୋବାଇଲ୍ ଚାର୍ଜରରେ ତଣ୍ଟି ଚିପି ହତ୍ୟା

ନୂଆଦିଲ୍ଲୀ: ହରିୟାଣାର ରୋହତକରେ କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଚିନକୁ ଦିଲ୍ଲୀରୁ ଗିରଫ କରିଛି । ଜେରାରେ ସଚିନ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ଏଥିରେ ଏହି ହତ୍ୟାକାଣ୍ଡର ପୂରା କାହାଣୀ ସାମନାକୁ ଆସିଛି । ହିମାନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କ ମୃତ ଦେହକୁ ସୁଟ୍‌କେସରେ ଭର୍ତ୍ତି କରି ସାମ୍ପଲା ଅଞ୍ଚଳରେ ଫୋପାଡ଼ି ଦେଇଥିଲା । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ସଚିନ ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ
2 184 1740994743887

‘ସ୍କୁଲକୁ ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍‌ ଆଣିବା ସମ୍ପୂର୍ଣ୍ଣ ବ୍ୟାନ୍ ଅସମ୍ଭବ’; ଗାଇଡଲାଇନ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିଦ୍ୟାଳୟରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ବ୍ୟବହାର କରିବା ଏକ ବଡ଼ ସମସ୍ୟା ଉଭା ହୋଇଛି । ସ୍କୁଲରେ ଫୋନ୍ ବ୍ୟବହାର କରିବା ବ୍ୟାନ ଥିଲା । ହେଲେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇବା ଅବାଞ୍ଛନୀୟ । ମାତ୍ର ଶିକ୍ଷା ବିଭାଗ ଏହା ଉପରେ ପୂର୍ବରୁ ପ୍ରତିବନ୍ଧକ ଲଗାଇଛି । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର […]

ସଂପୂର୍ଣ୍ଣ ପଢନ୍ତୁ
Madh

ଅଡୁଆରେ ପୂର୍ବ ସେବି ମୁଖ୍ୟ ମାଧବୀ ପୁରି ବୁଚ୍ : ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ମୁମ୍ବାଇର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଦାଲତ ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଜାଲିଆତି କରି ଏକ କମ୍ପାନିର ଲିଷ୍ଟିଂ ସହ ସଂପର୍କିତ । ଆଇପିସି, ଦୁର୍ନୀତି ନିବାରଣ ଆଇନ, ସେବି ଆଇନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ କୋର୍ଟ ଓର୍ଲିସ୍ଥିତ ଏସିବି ୟୁନିଟ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୩୦ […]

ସଂପୂର୍ଣ୍ଣ ପଢନ୍ତୁ
Secondary Us Passport

ପାସପୋର୍ଟ ପାଇଁ ଏଣିକି ଆବଶ୍ୟକ ଏହି ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ପାସପୋର୍ଟ କରିବାକୁ ଯାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ପାସପୋର୍ଟ ନିୟମରେ ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି, ଯାହା ଅନେକ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ | ନୂତନ ନିୟମ ଅନୁଯାୟୀ, ଅକ୍ଟୋବର ୧, ୨୦୨୩ ପରେ ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ କେବଳ ଜନ୍ମ ପ୍ରମାଣପତ୍ର ଜନ୍ମ ତାରିଖର ବୈଧ ପ୍ରମାଣ ଭାବରେ ବିବେଚନା କରାଯିବ | ଯଦି ଆପଣଙ୍କର ଅନ୍ୟ କୌଣସି ଡକ୍ୟୁମେଣ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Blue Ghost

ଚନ୍ଦ୍ରରେ ଓହ୍ଲାଇଲା ‘ନୀଳ ଭୂତ’

କେପ୍ କାନାଭେରାଲ: ନୀଳ ଭୂତ ବା ବ୍ଲୁ ଗୋଷ୍ଟ ଯେତେବେଳେ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଦ ରଖିଲା ସେତେବେଳେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା କୌଣସି ଭୂତ ପ୍ରେତ ନୁହେଁ । ଆମେରିକାର ଏକ ଘରୋଇ କମ୍ପାନି ଦ୍ବାରା ବିକଶିତ ଏକ ମହାକାଶ ଯାନର ନାମ । ଘରୋଇ କମ୍ପାନି ରବିବାର ଏହାର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିଥିଲା। ମହାକାଶ ଏଜେନ୍ସି ନାସା ପାଇଁ ଏହା କରାଯାଇଛି। ସୂଚନାଯୋଗ୍ୟ, ଫାୟାରଫ୍ଲାଇ […]

ସଂପୂର୍ଣ୍ଣ ପଢନ୍ତୁ
Ganga 750x430

ଗଙ୍ଗା ଜଳ ଗାଧୋଇବା ପାଇଁ ଅନୁପଯୁକ୍ତ: ବିହାର ଅର୍ଥନୈତିକ ସର୍ଭେ ରିପୋର୍ଟ

ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ। ବିହାର ଦେଇ ଯାଇଥିବା ଗଙ୍ଗା ନଦୀର ଏହି ଜଳ ଏବେ ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଜଳରେ ବ୍ୟାକ୍ଟେରିଆ ବା ଜୀବାଣୁ ସଂଖ୍ୟା ବହୁ ଅଧିକ ରହୁଥିବାରୁ ତାହା ପ୍ରଦୂଷିତ ହୋଇପଡ଼ିଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ ଦର୍ଶାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ମଧ୍ୟ ଗଙ୍ଗା ଜଳ ପ୍ରଦୂଷିତ ହୋଇପଡ଼ିଥିବା ନେଇ ରିପୋର୍ଟ ଜାରି କରିଥିଲା। ମହାକୁମ୍ଭ ସମୟରେ ଗଙ୍ଗା ଜଳ ଏତେ ପ୍ରଦୂଷିତ […]

ସଂପୂର୍ଣ୍ଣ ପଢନ୍ତୁ
As

କେନ୍ଦ୍ରମନ୍ତ୍ରୀଙ୍କ ଝିଅକୁ ଅସଦାଚରଣ, ଥାନାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

ମହାରାଷ୍ଟ୍ରରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଝିଅକୁ ରାସ୍ତାରେ ଅସଦାଚରଣ କରାଯାଇଛି। ସନ୍ଥ ମୁକ୍ତାଇ ଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ଏବଂ ତାଙ୍କ କିଛି ସାଙ୍ଗକୁ କେତେଜଣ ଯୁବକ ରାସ୍ତାରେ ଅଟକାଇ ଅସଦାଚରର କରିଛନ୍ତି। ଏପରି କି ପୀଡ଼ିତାମାନଙ୍କ ସାଥୀରେ ଥିବା ସୁରକ୍ଷାକର୍ମୀଙ୍କୁ ବି ଅଭିଯୁକ୍ତମାନେ ଠେଲାପେଲା କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ପରେ ନିଜେ କେନ୍ଦ୍ରମନ୍ତ୍ରୀ ରକ୍ଷା ଖଡସେ ମୁକ୍ତାଇନଗର ଥାନାରେ ପହଞ୍ଚି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସୁରକ୍ଷାକର୍ମୀଙ୍କ ଅଭିଯୋଗ ଆଧାରରରେ ଥାନାରେ […]

ସଂପୂର୍ଣ୍ଣ ପଢନ୍ତୁ
R

ବିଏସପିର ସବୁ ପଦବୀରୁ ପୁତୁରା ଆକାଶ ଆନନ୍ଦଙ୍କୁ ହଟାଇଲେ ମାୟାବତୀ

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସପି) ଅଧ୍ୟକ୍ଷ ମାୟାବତୀ ଦଳରେ ବଡ଼ ପରିବର୍ତ୍ତନ କରିଛନ୍ତି। ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ସେ ସମସ୍ତ ପଦବୀରୁ ହଟାଇଛନ୍ତି। ଏହା ସହିତ ଆକାଶଙ୍କ ସ୍ଥାନରେ ତାଙ୍କ ବାପା ତଥା ଦଳର ସମ୍ପାଦକ ଆନନ୍ଦ କୁମାର ଏବଂ ରାଜ୍ୟସଭା ସଦସ୍ୟ ରାମଜୀ ଗୌତମଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି। ରବିବାର ମାୟାବତୀ ଲକ୍ଷ୍ନୌରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଡକାଇବା ସହିତ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିରେ […]

ସଂପୂର୍ଣ୍ଣ ପଢନ୍ତୁ