କଟକ ସଦର ବ୍ଲକରେ ମଧୁବାବୁ ପେନ୍‌ସନ୍ ଯୋଜନା: ୫୬୩ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ

ରାଜ୍ୟ
Spread the love

କଟକ, ୧୩।୧୧: ମଧୁବାବୁ ପେନ୍‌ସନ୍ ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି।

କଟକ ସଦର ବ୍ଲକର ମୋଟ ୧,୯୬୦ ଜଣ ନୂତନ ହିତାଧିକାରୀଙ୍କ ମଧ୍ୟରୁ ଆଜି ଶୁକ୍ରବାର ଦିନ ୪୨ ମୌଜାର ୬ ଗୋଟି ପଞ୍ଚାୟତର ୫୬୩ ଜଣଙ୍କୁ ଗୋବିନ୍ଦପୁର ସ୍ୱର୍ଣ୍ଣ ମଣ୍ଡପଠାରେ ସଦର ବିଧାୟକ ଭତ୍ତା ବଣ୍ଟନ କରିଛନ୍ତି। ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଡିଓ ପ୍ରତୀକ ସାହୁ ଓ ଅତିରିକ୍ତ ବିଡିଓ ଗିରିଜା ପ୍ରସାଦ ବାରିକଙ୍କ ସମେତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏଥିସହିତ ସମାଜସେବୀ ଶିଶିର କୁମାର ରାଉତ, ପଦ୍ମନାଭ ଗୋଚ୍ଛାୟତ, ବିନୋଦ ବିହାରୀ ବେହେରା, ବନମାଳୀ ବିହାରୀ, ରବି ନାରାୟଣ ପ୍ରଧାନ, ଜୟନ୍ତ କୁମାର ଦାସ, ଅମରେନ୍ଦ୍ର ଦାସ, ଅମିତାଭ ବିଶ୍ୱାଳ, ଅର୍ଜୁନ ଦାସଙ୍କ ସମେତ ଦୁଇଶହରୁ ଊର୍ଦ୍ଧ୍ୱ କର୍ମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ଓ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *