ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୮/୧୧: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ୧ରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ । ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି।ସୋସିଆଲ ମିଡ଼ିଆରେ ପୋଷ୍ଟ କରି କିରଣ କହିଛନ୍ତି, “ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଡିସେମ୍ବର ୧, ୨୦୨୫ ରୁ ଡିସେମ୍ବର ୧୯, […]

ସଂପୂର୍ଣ୍ଣ ପଢନ୍ତୁ

ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ

ନୁଆଦିଲ୍ଲୀ, ୮/୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। ଶନିବାର ଅନୁଷ୍ଠିତ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ୪.୫ ଓଭରରେ ୫୨ ରନ ସଂଗ୍ରହ କରିଥିଲା। ଏହା ପରେ ବର୍ଷା ହେବାରୁ ଖେଳକୁ ବନ୍ଦ ରଖାଯାଇଥିଲା। ଅନେକ ସମୟ ଧରି ବର୍ଷା ଜାରି ରହିବାରୁ ଶେଷରେ ମ୍ୟାଚକୁ ବାତିଲ କରାଯାଇଥିଲା। ଅଭିଶେଷ […]

ସଂପୂର୍ଣ୍ଣ ପଢନ୍ତୁ

DNA ଆବିଷ୍କାରକ ଜେମ୍ସ ଓ୍ବାଟସନ ପରଲୋକରେ

ଚିକାଗୋ,୮/୧୧: ଡିଏନଏ ଆବିଷ୍କାରକ ଏବଂ ନୋବେଲ ପୁରସ୍କାର ବିଜେତା ଜେମ୍ସ ୱାଟସନଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୫୩ ମସିହାରେ, ୱାଟସନ twisted-ladder structure(ଡବଲ ହେଲିକ୍ସ) ଆବିଷ୍କାର କରିଥିଲେ। ଏହି ଆବିଷ୍କାର ଚିକିତ୍ସା, ଅପରାଧ ତଦନ୍ତ, ବଂଶାବଳୀ ଏବଂ ନୀତିଶାସ୍ତ୍ରରେ ବିପ୍ଳବ ଆଣିଥିଲା।୧୯୫୩ ମସିହାରେ, ଜେମ୍ସ ୱାଟସନ, ବ୍ରିଟିଶ ବୈଜ୍ଞାନିକ ଫ୍ରାନ୍ସିସ କ୍ରିକ ସହିତ, ଡିଏନଏର ଡବଲ ହେଲିକ୍ସ ଗଠନ ଚିହ୍ନଟ କରିଥିଲେ। ଏହା ୨୦ ଶତାବ୍ଦୀର ସର୍ବୋତ୍ତମ ବୈଜ୍ଞାନିକ ଆବିଷ୍କାର ମଧ୍ୟରୁ ଗୋଟିଏ ଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ଝିଅ ଝାଡଖଣ୍ଡ ଡିଜିପି

ରାଞ୍ଚି, ୭/୧୧: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ।୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତାଦାଶା ମିଶ୍ର, ପୂର୍ବତନ ଡିଜିପି ଅନୁରାଗ ଗୁପ୍ତାଙ୍କ ସ୍ୱେଚ୍ଛାକୃତ ଅବସର ପରେ ନଭେମ୍ବର ୭ ତାରିଖରୁ ‘ଇନ୍-ଚାର୍ଜ ଡିଜି ଓ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ପୋଲିସ’ ଭାବେ ନିଯୁକ୍ତ ହୋଇଛନ୍ତି।ଡିସେମ୍ବର […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: ନିତିନ ଗଡ଼କରି

ଭୁବନେଶ୍ବର, ୭/୧୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଆଜି ଭୁବନେଶ୍ବରରେ ଆୟୋଜିତ ଭାରତୀୟ ରୋଡ କଂଗ୍ରେସର ୮୪ତମ ଅଧିବେଶନରେ ଯୋଗଦେଇ କହିଛନ୍ତି। ଏହି ଅବସରରେ ସେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ଭାରତକୁ ବିଶ୍ବଗୁରୁ କରାଯିବାର ଲକ୍ଷ୍ୟ ରଖାଯାଇଛି। ଭାରତ ଏବେ ଅନ୍ୟ ଦେଶରୁ ତେଲ ଆମଦାନୀ କରୁଛି। କିନ୍ତୁ ଭାରତର ଲକ୍ଷ୍ୟ ଯେ, ଆଗାମୀ ଦିନରେ ତେଲ ରପ୍ତାନୀ କରିବ। ଭାରତରେ ଇଥାନୋଲ, ମେଥାନୋଲ, ବାଓ-ଏଲ୍ଏନ୍‌ଜି, ସିଏନ୍‌ଜି ଏବଂ ଗ୍ରୀନ୍‌ ‌ହାଇଡ୍ରୋଜେନ୍‌ ଉତ୍ପାଦନ କରାଯିବ। ଦେଶର କିଛି […]

ସଂପୂର୍ଣ୍ଣ ପଢନ୍ତୁ

‘ହକ୍‌’ ଚଳଚ୍ଚିତ୍ରକୁ ହାଇକୋର୍ଟଙ୍କ ଅନୁମତି

ଭୋପାଳ, ୭/୧୧: ଇମ୍ରାନ ହାସ୍‌ମି ଓ ୟାମି ଗୌତମ ଅଭିନୀତି ହିନ୍ଦୀ ଚଳଚ୍ଚିତ୍ର ‘ହକ୍‌’ର ମୁକ୍ତିଲାଭକୁ ବିରୋଧ କରି ଶାହ ବାନୋ ବେଗମଙ୍କ ଝିଅ ସିଦ୍ଦିକା ବେଗମ ଯେଉଁ ପିଟିସନ ଦାଏର କରିଥିଲେ, ତାହାକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୁରୁବାର ଖାରଜ କରିଦେଇଛନ୍ତି। ଶୁକ୍ରବାର (ନଭେମ୍ବର ୭) ଚଳଚ୍ଚିତ୍ରଟି ମୁକ୍ତିିଲାଭ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କଟକଣା ଲାଗୁ କରିବା ଅଯୁକ୍ତିକର ବୋଲି ହାଇକୋର୍ଟ କହିଛନ୍ତି। ସିଦ୍ଦିକା ଅତିକମରେ ଏକ ମାସ […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ଦେ ମାତରମ୍ : ସାଂସ୍କୃତିକ ରାଷ୍ଟ୍ରବାଦ ପ୍ରଥମ ଉଦ୍‌ଘୋଷଣା- ଅମିତ ସାହା

ଆମ ଦେଶର ଇତିହାସରେ ବେଳେବେଳେ ଏଭଳି କିଛି ବିଶେଷ ଅବସର ଆସିଛି, ଯେତେବେଳେ ଗୀତ ଏବଂ କଳାତ୍ମକ କାର୍ଯ୍ୟ ଭିନ୍ନ ଭିନ୍ନ ରୂପେ ଲୋକମାନଙ୍କ ଭାବନାକୁ ପ୍ରଭାବିତ କରି ଆନ୍ଦୋଳନର ସ୍ୱରୂପ ପ୍ରଦାନ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତାହା ଛତ୍ରପତି ଶିବାଜି ମହାରାଜଜୀଙ୍କ ସେନାର ଯୁଦ୍ଧ ଗୀତ ହୋଇଥାଉ, ଅଥବା ସ୍ୱାଧୀନତା ଆନ୍ଦୋଳନ ସମୟରେ ସଂଗ୍ରାମୀମାନଙ୍କ ଦ୍ୱାରା ବୋଲାଯାଉଥିବା ଗୀତ ହୋଇଥାଉ କିମ୍ବା ଆପାତକାଳୀନ ସ୍ଥିତି ଜାରି ହୋଇଥିବାବେଳେ ଏହା ବିରୋଧରେ ଦେଶର ଯୁବଗୋଷ୍ଠୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଫିଲିପାଇନ୍ସରେ କାଲମେଗୀର ରେ ଏଯାଏ ୨୪୧ଜଣ ମୃତ୍ୟୁ : ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ,୬/୧୧: ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ କାଲମେଗୀ। ଏହାର ପ୍ରଭାବରେ ଝଡ଼ ଏବଂ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଛି କାଲମେଗୀ। ଭୂକମ୍ପ ଅନେକଙ୍କ ଘର ଭାଙ୍ଗିଥିବା ବେଳେ ଘୂର୍ଣ୍ଣିଝଡ଼ କାଲମେଗୀ ଅନେକଙ୍କ ଘର ଉଡ଼ାଇ ନେଇଛି। ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ କହିବାରୁ ଏକାଧିକ ଘର ଭାଙ୍ଗି ଯାଇଛି। ଏପର୍ଯ୍ୟନ୍ତ ଏହାର ପ୍ରଭାବରେ ୨୪୧ ଜଣଙ୍କ ଜୀବନ ଯାଇସାରିଥିବା ସାମ୍ନାକୁ ଆସିଛି। ଗୁରୁବାର ଦିନ […]

ସଂପୂର୍ଣ୍ଣ ପଢନ୍ତୁ

ସୁରେଶ ରାଇନା ଓ ଶିଖର ଧାଓ୍ବନଙ୍କ ଘରେ ଇଡି

ନୂଆଦିଲ୍ଲୀ, ୬/୧୧: କ୍ରିକେଟ ଜଗତରୁ ଏକ ବଡ଼ ଖବର ଆସିଛି। ଏକ କଥିତ ବେଆଇନ ବେଟିଂ ସାଇଟ୍ ପରିଚାଳନା ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ୧୧.୧୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଇଡି ଅଧିକାରୀମାନେ ନଭେମ୍ବର ୬ ତାରିଖରେ ଏହା ଘୋଷଣା କରିଥିଲେ। ରାଇନା ଏବଂ ଧାୱନଙ୍କ ପରେ, ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଇଡିର ଯାଞ୍ଚର ସମ୍ମୁଖୀନ ହୋଇପାରନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ବିହାରରେ ସନ୍ଧ୍ୟା ୫ ମୂଖ୍ୟ ୬୦.୧୩ ପ୍ରତିଶତ ଭୋଟର ମତଦାନ ହୋଇଛି

ପାଟନା, ୬/୧୧ : ବିହାରରେ ଆଜି (ଗୁରୁବାର ୬ ନଭେମ୍ବର) ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଏଥର ରାଜ୍ୟ ସନ୍ଧ୍ୟା ୫ ଟା ସୁଦ୍ଧା ମତଦାନର ପୂର୍ବ ରେକର୍ଡ ଭାଙ୍ଗିଛି। ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଛି। ଏହି ୧୨୧ ଟି ଆସନରେ ମତଦାନର ପୂର୍ବ ରେକର୍ଡ ୫୫.୮୧ ପ୍ରତିଶତ ଥିଲା। ଏବେ ବି ଭୋଟ ଗ୍ରହଣ ଚାଲୁ ରହିଥିବାରୁ ଆଉ ଅତିକମରେ ୫ ପ୍ରତିଶତ ଭୋଟ […]

ସଂପୂର୍ଣ୍ଣ ପଢନ୍ତୁ