ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୬/୧୨: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ ଇଣ୍ଡିଗୋ କମ୍ପାନୀ। କମ୍ପାନୀର ବିମାନ ଉଡ଼ାଣରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ନ ଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ଟଙ୍କା ଫେରାଇବାକୁ ଶନିବାର ଇଣ୍ଡିଗୋକୁ ନିର୍ଦେଶ ଦେଇଛି। ଏହା ପରେ କମ୍ପାନୀ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସ୍ବୟଂଚାଳିତ ଭାବେ ଯାତ୍ରୀଙ୍କ ଆକାଉଣ୍ଟ ଟଙ୍କା ଫେରସ୍ତ ହେବ ବୋଲି କମ୍ପାନୀ କହିଛି।ମନ୍ତ୍ରଣାଳୟ ପକ୍ଷରୁ ବିମାନ କମ୍ପାନୀକୁ ସ୍ପ​‌ଷ୍ଟ ଭାବେ ନିର୍ଦେଶ ଦିଆଯାଇ କୁହାଯାଇଛି ଯେ, ଯେଉଁ ଯାତ୍ରୀମାନେ ବିମାନ ରଦ୍ଦ ଯୋଗୁ ପ୍ରଭାବିତ ହୋଇଛନ୍ତି ସେମାନଙ୍କଠାରୁ କୌଣସି ପ୍ରକାର ପୁନଃସୂଚୀ ଶୁଳ୍କ ନିଆ ନ ଯାଉ। ଏହା ସହିତ ୭ ଡିସେମ୍ବର ସୁଦ୍ଧା ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରାଯାଉଛି। ଆଦେଶ ପାଳନରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ମନ୍ତ୍ରଣାଳୟ ଆହୁରି ନିର୍ଦେଶରେ କହିଛି ଯେ, ଉଡ଼ାଣ ରଦ୍ଦ କିମ୍ବା ବିଳମ୍ବ କାରଣରୁ ଯାତ୍ରୀମାନଙ୍କଠାରୁ ଚ୍ଛିନ୍ନ ହୋଇଥିବା ସମସ୍ତ ଲଗେଜର ପତ୍ତା ଲଗାଇ ସେଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ଯାତ୍ରୀଙ୍କ ଘରେ କିମ୍ବା ସେମାନେ ଦେଇଥିବା ଠିକଣାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ। ଲଗେଜଗୁଡ଼ିକୁ ଟାକ୍‌ କରି ସେମାନଙ୍କର ସ୍ଥିତି ଏବଂ ଡେଲିଭରିର ସମୟ ବିଷୟରେ ଯାତ୍ରୀଙ୍କୁ ଅବଗତ କରାଇବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *