ବଜାରରେ ମିଳୁଛି ନକଲି ଚିନି !

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବଜାରରେ ଅସଲି ଜିନିଷ ପାଇବା କଷ୍ଟକର। କାରଣ ଏବେ ପ୍ରାୟତଃ ସବୁ ଅପମିଶ୍ରିତ ତଥା ନକଲି ଜିନିଷ ମିଳୁଛି। ଆପଣ ନକଲି ଆଳୁ-ଅଦା ଏବଂ କ୍ଷୀର-ପନିର ବିକ୍ରି ଖବର ଶୁଣିଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି ଯେ, ବର୍ତ୍ତମାନ ପ୍ଲାଷ୍ଟିକରେ ତିଆରି ନକଲି ଚିନି ମଧ୍ୟ ବଜାରରେ ମିଳୁଛି। ବଜାରରେ ଖୁଲମଖୁଲା ନକଲି ଚିନି ବିକ୍ରି ହେଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନକଲି ଚିନି ସେବନ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ସାବ୍ୟସ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ କଲା ରୁଷ୍‌

ମସ୍କୋ/କିଭ୍‌: ୟୁକ୍ରେନ ଦେଇ ୟୁରୋପକୁ ରୁଷ୍‌ର ପାଇପ୍‌ଲାଇନ ଗ୍ୟାସ ଯୋଗାଣ ନୂଆବର୍ଷର ପ୍ରଥମ ଦିନରୁ ବନ୍ଦ ହୋଇଯାଇଛି। ଗ୍ୟାସ ଯୋଗାଣ ପାଇଁ ରୁଷ୍ କରିଥିବା ଟ୍ରାଞ୍ଜିଟ୍ ଡିଲ୍‌କୁ ନବୀକରଣ କରିବାକୁ ୟୁକ୍ରେନ ମନା କରିଦେଇଛି। ଟ୍ରାଞ୍ଜିଟ୍ ଡିଲ୍‌ ବୁଝାମଣା ନବୀକରଣ ହୋଇ ନପାରିବାରୁ ଗ୍ୟାସ ଯୋଗାଣ ବନ୍ଦ ହୋଇଛି। ଫଳରେ ୟୁରୋପର ଇନ୍ଧନ ଶକ୍ତି ବଜାରରେ ରୁଷ୍ ଯେଉଁ ଆଧିପତ୍ୟ ବିସ୍ତାର କରିଥିଲା ତାହା ବାଧାପ୍ରାପ୍ତ ହୋଇଛି। ୟୁକ୍ରେନ ସହିତ ତିନିବର୍ଷର ଯୁଦ୍ଧ ସତ୍ତ୍ବେ ରୁଷର ଗ୍ୟାସ […]

ସଂପୂର୍ଣ୍ଣ ପଢନ୍ତୁ

ଚିନ୍ମୟ ଦାସଙ୍କୁ ଝଟ୍‌କା: ପୁଣି ଜାମିନ ଆବେଦନ ଖାରଜ କଲେ ବାଂଲାଦେଶ ଅଦାଲତ

ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଦେଶଦ୍ରୋହ ଅଭିଯୋଗରେ ଢାକା ପୁଲିସ ଦ୍ଵାରା ଗିରଫ ହୋଇ ଜେଲରେ ଥିବା ଚିନ୍ମୟକୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବାଂଲାଦେଶର ଚଟ୍ଟୋଗ୍ରାମର ଏକ ଅଦାଲତ ଗୁରୁବାର ତାଙ୍କ ଜାମିନ ଖାରଜ କରିଦେଇଛନ୍ତି। ଢାକାରୁ ଚଟ୍ଟୋଗ୍ରାମ ଯାଇଥିବା ସୁପ୍ରିମ୍‌କୋର୍ଟର ୧୧ ଜଣିଆ ଓକିଲ ଦଳ ଜାମିନ ଆବେଦନକୁ ନେଇ ପ୍ରାୟ ୩୦ ମିନିଟ୍‌ ଧରି ଯୁକ୍ତି ବାଢ଼ିଥିଲେ। ୩୦ […]

ସଂପୂର୍ଣ୍ଣ ପଢନ୍ତୁ

ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀ ସୁରକ୍ଷିତ

ଚେନ୍ନାଇ: ତାମିଲନାଡୁସ୍ଥିତ ରାମନାଥପୁରମ୍ ମେଡିକାଲ​‌ରେ ଭୟାବହ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି । ହସ୍ପିଟାଲରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନିଆଁକୁ ଆୟତ୍ତ କରିଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ

ନୀତୀଶଙ୍କୁ ବଡ଼ ଅଫର ଦେଲେ ଲାଲୁ

ପାଟନା : ପୁଣି ପଲଟି ମାରିବେ କି ପଲଟୁରାମ? ଏନ୍‌ଡିଏ ଛାଡି ଇଣ୍ଡି ମେଣ୍ଟକୁ ଯିବେ କି? ଆର୍‌ଜେଡି ସହ ମିଶାଇବେ କି ହାତ? ଏଭଳି କିଛି ଚର୍ଚ୍ଚାକୁ ନେଇ ଏବେ ସରଗରମ ହେଲାଣି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁଆଡେ ଏନ୍‌ଡିଏ ଛାଡୁଛନ୍ତି। ଏହି ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାରି ଭିତରେ ନୀତୀଶ କୁମାରଙ୍କୁ ବଡ଼ ଅଫର ଦେଇଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଲାଲୁଙ୍କ ଏହି ଅଫର୍‌କୁ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ରେଳ ଟ୍ରାକ୍‌ ଉଡ଼ାଇବାକୁ ଷଡ଼ଯନ୍ତ୍ର, ମିଳିଲା ଗ୍ୟାସ୍‌ ସିଲିଣ୍ଡର

ଲକ୍ଷ୍ନୌ : ପୁଣି ରେଳ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର। ଟ୍ରାକ୍‌ ଉପରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏଭଳି କିଛି ଘଟଣା। ଏଥର ପୁଣି ଶିବରାଜପୁର ଅଞ୍ଚଳରେ ଟ୍ରାକ୍‌ ଉପରୁ ପଞ୍ଚ କିଲୋଗ୍ରାମର ଗ୍ୟାସ୍‌ ସିଲିଣ୍ଡର ମିଳିଛି। ସୂଚନା ମୁତାବକ, ଏହି ସିଲିଣ୍ଡର ଖାଲି ଥିଲା ଏବଂ ଏକ ବ୍ୟାଗରେ ରଖାଯାଇଥିଲା। ତେବେ ପାଞ୍ଚ କିଲୋଗ୍ରାମ ବିଶିଷ୍ଟ ଏହି ଖାଲି ସିଲିଣ୍ଡର ମଙ୍ଗଳବାର ରାତିରେ ଶିବରାଜପୁର ଷ୍ଟେସନର ପ୍ରାୟ ୧୦୦ ମିଟରରୁ ମିଳିଛି। ଏହି […]

ସଂପୂର୍ଣ୍ଣ ପଢନ୍ତୁ

୪ଜଣଙ୍କୁ ଖେଳରତ୍ନ, ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର; ତାଲିକାରେ ନାହାନ୍ତି ଜଣେ ବି କ୍ରିକେଟର

ନୂଆଦିଲ୍ଲୀ : ବିଶ୍ୱ ଚେସ୍ ଚାମ୍ପିଅନ୍ ଡି ଗୁକେଶ ଓ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ଷ୍ଟାର ଶୁଟର୍ ମନୁ ଭାକରଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ମନୁ ଭାକର ଓ ଡି. ଗୁକେଶଙ୍କ ସମେତ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତି ସିଂହ ଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରବୀଣ କୁମାରଙ୍କୁ ଖେଳରତ୍ନ ପୁରସ୍କାର ଦେଇ ସମ୍ମାନିତ କରାଯିବ। ବର୍ଷ ୨୦୨୪ରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ ପାରିତ

ନିକଟରେ ତେଲେଙ୍ଗାନା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ସେବେଠାରୁ ଏହି ମାନ୍ୟତା ପାଇଁ କଂଗ୍ରେସ ଦଳ ଭିତରେ ସମର୍ଥନ ବଢ଼ିବାରେ ଲାଗିଛି। ରାଜ୍ୟସଭାରେ କଂଗ୍ରେସ ଉପନେତା ପ୍ରମୋଦ ତିୱାରୀ କହିଛନ୍ତି ଯେ ସେ ତେଲେଙ୍ଗାନା ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହି ସଂକଳ୍ପକୁ ଗ୍ରହଣ କରିବାକୁ ମୁଁ କେନ୍ଦ୍ରକୁ ଅନୁରୋଧ କରୁଛି। ମନମୋହନଜୀ ଆମ ଦେଶର ଜଣେ ମହାନ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ

ଆମେରିକୀୟ କୋର୍ଟରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି। ବହୁ ଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀ ତହବୁର ହୁସେନ ରାଣାକୁ ଖୁବଶୀଘ୍ର ଭାରତକୁ ଅଣାଯିବ। ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ତହବୁର ରାଣାର ପ୍ରତ୍ୟର୍ପଣ ପାଇଁ ଆମେରିକା ସବୁଜ ସଙ୍କେତ ଦେଇଛି। ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆମେରିକୀୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଣାକୁ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପ୍ରକାଶ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି ବିରୋଧରେ ମୋହନ ଭାଗବତଙ୍କୁ ଚିଠି ଲେଖିଲେ କେଜ୍ରିୱାଲ, ଦଳ ଦେଲା ଜବାବ

ଦୁଇ ଦିନ ତଳେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ବିଜେପି ନାଁରେ କିଛି ଅଭିଯୋଗ ଆଣିଥିବା ବେଳେ ସେଗୁଡ଼ିକୁ ଆରଏସଏସ କେମିତି ନଜରରେ ଦେଖୁଛି ବୋଲି ମୋହନ ଭାଗବତଙ୍କୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ। ଅନ୍ୟପକ୍ଷରେ ଆଜି ଏହାକୁ କାଉଣ୍ଟର କରି ଦିଲ୍ଲୀ ବିଜେପି ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି ଓ ନୂଆ ବର୍ଷରେ ୫ଟି ସଂକଳ୍ପ ନେବାକୁ ପରାମର୍ଶ […]

ସଂପୂର୍ଣ୍ଣ ପଢନ୍ତୁ