ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ କଲା ରୁଷ୍‌

ଦେଶବିଦେଶ
Spread the love

ମସ୍କୋ/କିଭ୍‌: ୟୁକ୍ରେନ ଦେଇ ୟୁରୋପକୁ ରୁଷ୍‌ର ପାଇପ୍‌ଲାଇନ ଗ୍ୟାସ ଯୋଗାଣ ନୂଆବର୍ଷର ପ୍ରଥମ ଦିନରୁ ବନ୍ଦ ହୋଇଯାଇଛି। ଗ୍ୟାସ ଯୋଗାଣ ପାଇଁ ରୁଷ୍ କରିଥିବା ଟ୍ରାଞ୍ଜିଟ୍ ଡିଲ୍‌କୁ ନବୀକରଣ କରିବାକୁ ୟୁକ୍ରେନ ମନା କରିଦେଇଛି। ଟ୍ରାଞ୍ଜିଟ୍ ଡିଲ୍‌ ବୁଝାମଣା ନବୀକରଣ ହୋଇ ନପାରିବାରୁ ଗ୍ୟାସ ଯୋଗାଣ ବନ୍ଦ ହୋଇଛି। ଫଳରେ ୟୁରୋପର ଇନ୍ଧନ ଶକ୍ତି ବଜାରରେ ରୁଷ୍ ଯେଉଁ ଆଧିପତ୍ୟ ବିସ୍ତାର କରିଥିଲା ତାହା ବାଧାପ୍ରାପ୍ତ ହୋଇଛି। ୟୁକ୍ରେନ ସହିତ ତିନିବର୍ଷର ଯୁଦ୍ଧ ସତ୍ତ୍ବେ ରୁଷର ଗ୍ୟାସ ଯୋଗାଣ ଜାରି ରହିଥିଲା। ରୁଷ୍‌ର ଗ୍ୟାସ ଯୋଗାଣକାରୀ କମ୍ପାନୀ ଗାଜ୍‌ପ୍ରୋମ୍ କହିଛି ଯେ ଜାନୁଆରୀ ୧ରୁ ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ ହୋଇଛି। ୟୁରୋପର ସ୍ଲୋଭାକିଆ ଓ ଅଷ୍ଟ୍ରିଆ ଭଳି ଦେଶ ରୁଷ୍ ଠାରୁ ଗ୍ୟାସ କ୍ରୟ କରୁଥିଲେ। ଏବେ ସେମାନେ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ତେବେ ଅନ୍ୟତମ ରାଷ୍ଟ୍ର ହଙ୍ଗେରୀ ଅନ୍ୟ ବାଟ ଦେଇ ଗ୍ୟାସ କ୍ରୟ କରିବ ବୋଲି କହିଛି।

Leave a Reply

Your email address will not be published. Required fields are marked *