ମହିଳା ଓ ତାଙ୍କ ଝିଅକୁ ବାନ୍ଧି କୋଟିଏ ଟଙ୍କାର ସୁନା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟ

ବଣାଇ, ୨୭/୧୦: ବଣାଇ ଥାନା ହାଟପଦା ନିକଟସ୍ଥ ରଶ୍ମି ଇଲେଟ୍ରିକ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ହୋଇଛି l ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ହାଟପଦା ନିକଟରେ ଜଣାଶୁଣା ରଶ୍ମି ଇଲ‌େଟ୍ରିକ ଦୋକାନ ରହିଛି l ଗତକାଲି ରାତି ପ୍ରାୟ ୧୨ଟାରେ ୫ ଜଣ ମୁଖା ପିନ୍ଧା ବନ୍ଧୁକ ଓ ମାରଣାସ୍ତ୍ର ଧରି ଦୋକାନ ମାଲିକଙ୍କ ଘରେ ପଶିଥିଲେ l ପ୍ରଥମେ କର୍ମଚାରୀଙ୍କୁ ମାଡ଼ମାରି ମାଲିକାଣୀଙ୍କୁ ଫୋନ କରି ମାଲିକାଣୀ […]

ସଂପୂର୍ଣ୍ଣ ପଢନ୍ତୁ

ସ୍କ୍ରବ୍ ଟାଇଫସ୍: ସୁନ୍ଦରଗଡ଼ରେ ୨ ମୃତ, ୧୫୬୪ ଆକ୍ରାନ୍ତ

ସୁନ୍ଦରଗଡ଼, ୨୫/୧୦: ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଜିଲ୍ଲାର ବଡ଼ଗାଁ ଓ ରାଉରକେଲା ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତବର୍ଷ ୧୦ ମାସ ମଧ୍ୟରେ ୧୫୬୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଜାନୁଆରିରୁ ଅକ୍ଟୋବର ୨୨ ତାରିଖ ସୁଦ୍ଧା ୭୩୫୮ଟି ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟବିଭାଗ ସୂତ୍ରରୁ ଜଣାପଡ଼ିଛି। ରାଉରକେଲା ସହରାଞ୍ଚଳରେ ସର୍ବାଧିକ ୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁଣ୍ଡିଆରେ ସର୍ବନିମ୍ନ ୧୦ ଜଣଙ୍କଠାରେ ସ୍କ୍ରବ୍‌ ଟାଇଫସ୍‌ ଲକ୍ଷଣ ଥିବା […]

ସଂପୂର୍ଣ୍ଣ ପଢନ୍ତୁ

ପିକ୍‌ନିକ୍‌ କରିବାକୁ ଯାଇଥିଲେ ୬ ସାଙ୍ଗ ଝରଣାରେ ବୁଡି ୨ ମୃତ୍ୟୁ

ରାଉରକେଲା, ୧୮/୧୦: ପିକ୍‌ନିକ୍‌ କରିବାକୁ ଯାଇ ଝରଣାରେ ବୁଡ଼ି ଦୁଇଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଚାରିଜଣ ବର୍ତ୍ତିଯାଇଛନ୍ତି। ମୃତକମାନେ ହେଲେ ସେକ୍ଟର-୧୫ର ଓମ୍‌ ସୁନା (୧୬) ଓ ସେକ୍ଟର-୧ର ଅନୁରାଗ ଦାସ (୧୬)। ସୌଭାଗ୍ୟବଶତଃ ସେକ୍ଟର- ୨୦ର ଅଭଜିତ୍‌ ହବୋ (୧୬), ସେକ୍ଟର-୬ର ସୁମିତ ସେଟ୍‌ (୧୬), ସେକ୍ଟର-୨ ଅଭିଷେକ ସାହୁ (୧୬) ଓ ସେକ୍ଟର-୩ର ପ୍ରୀତମ ହାଁସଦା (୧୬) ବର୍ତ୍ତିଯାଇଛନ୍ତି। ସମସ୍ତ ଛାତ୍ର ରାଉରକେଲା ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ‌ ଶ୍ରେଣୀର ଛାତ୍ର। […]

ସଂପୂର୍ଣ୍ଣ ପଢନ୍ତୁ

ରାଉରକେଲା ରେଳ ଷ୍ଟେସନରୁ ୨ ମାଓବାଦୀ ଗିରଫ

ରାଉରକେଲା, ୧୦/୧୦:ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ରାଉରକେଲା ରେଳ ସୁରକ୍ଷା ବାହିନୀ ଝାଡ଼ଖଣ୍ଡର ଲାଟେହାର ଏବଂ ପାଲାମୁ ଜିଲ୍ଲାରୁ ଦୁଇଜଣ ୱାଣ୍ଟେଡ୍ ନକ୍ସଲଙ୍କୁ ଗିରଫ କରିଛି। ଉଭୟଙ୍କୁ ଆର୍‌ପିଏଫ୍‌ ପୋଷ୍ଟରେ କଡ଼ା ପଚରାଉଚରା କରାଯାଉଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଲେସଲିଗଞ୍ଜ ଥାନା ଅନ୍ତର୍ଗତ ଦେଓରା ଗ୍ରାମର ବାସିନ୍ଦା ବ୍ରିକ୍ସ ଯାଦବଙ୍କ ପୁଅ ଅବଧେଶ କୁମାର ଏବଂ ଝାଡ଼ଖଣ୍ଡର ଲାଟେହାର ଜିଲ୍ଲାର ମାନିକା ଥାନା ଅନ୍ତର୍ଗତ ମାନିକା ଗ୍ରାମର ବାସିନ୍ଦା ରାଧେଶ୍ୟାମ ଯାଦବଙ୍କ ପୁଅ […]

ସଂପୂର୍ଣ୍ଣ ପଢନ୍ତୁ

ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ରାଉରକେଲା, ୮/୧୦: ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ରାଜଗାଙ୍ଗପୁର ରୱାନୀ ଛକ ଅଞ୍ଚଳର ଅସରଫ ଅନ୍‌ସାରୀ(୨୬), ସିନ୍ଧିପଡ଼ାର ଦୀପକ ମାହାତୋ(୩୧), ବିଶ୍ରା ଥାନା ଅଞ୍ଚଳର କର୍ମା ଗୁଆଲା(୩୮), ଟିମ୍ବର କଲୋନିର ଆଶୁତୋଷ ରଥ(୨୫), ରେଲୱେ କଲୋନି ସ୍ବାମୀ ବିବେକାନନ୍ଦପାଲିର ଶେଖର ମୁଖୀ(୨୦) ଓ ଗୋପବନ୍ଧୁପାଲିର ଚନ୍ଦନ ଯାଦବ(୨୪)। ସେମାନଙ୍କଠାରୁ ୨ଟି ଲୁହା ରଡ୍‌, ଗୋଟିଏ ଭୁଜାଲି ଓ ୩ଟି ଛୁରି […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରଲର ଦୁର୍ଘଟଣାରେ ମା ମୃତ, ପୁଅ ଗୁରୁତର

କୁତ୍ରା, ୮/୧୦: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ରାଉରକେଲାରୁ ବାଇକରେ ଫେରୁଥିବା ବେଳେ ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର। ଘଟଣା ସ୍ଥଳରେ ମା ମୃତ, ପୁଅ ଗୁରୁତର। ମୃତକ ହେଲେ ହେମଗିରି ଥାନା ଗୋପାଳପୁର ଅଞ୍ଚଳର ଡିଲେଶ୍ୱରୀ ଦାସ। ମହିଳାଙ୍କ ଭାଇଙ୍କର ରାଉରକେଲାର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ […]

ସଂପୂର୍ଣ୍ଣ ପଢନ୍ତୁ

ବସ ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୩ ମହିଳା, କଣ୍ଡକ୍ଟର ସମେତ ୫ ମୃତ

କୋଇଡା,୨୬/୯: ପାର୍ବଣ ଋତୁରେ ସାରା ଓଡ଼ିଶା ଚଳ ଚଞ୍ଚଳ ଆଉ ହାତଗଣତି କେତୋଟି ଦିନ ଅଛି ମା’ ଙ୍କ ଦୁର୍ଗତି ନାଶିନୀ ପୂଜା । ସମସ୍ତେ ଏବେ ଘର ମୁହାଁ ଓ ବଜାର ମୁହାଁ । ଏହି ଅବସରରେ ଆଜି ଗୁରୁବାର ଦିନ ପୂର୍ଵାହ୍ନ ୧୦ ଟା ପାଖାପାଖି ସମୟରେ ରାଉରକେଲାରୁ କୋଇଡା ଆସୁଥିବା ଏକ ଘରୋଇ ବସ ଲିଙ୍ଗରାଜ ସହ ଏକ ଲୁହାପଥର ବୋଝେଇ ଟ୍ରକର କେ ବଲାଙ୍ଗ ଥାନା ନିକଟଵର୍ତି କେ ବଲାଙ୍ଗ ଜାତୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଯବାନ- ମାଓବାଦୀ ଗୁଳିବିନିମୟ: ତିନି ମାଓବାଦୀ ନିହତ

ରାଉରକେଲା,୨୪/୯: ଆଜି ସକାଳୁ ଝାରଖଣ୍ଡ ପୁଲିସ, ଯବାନ ଓଡ଼ିଶା- ଝାରଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି। ରାଉରକେଲା ବିଶ୍ରl ଠୁ ପ୍ରାୟ ୭୦ କିମି ଦୂର ଗୁମଲା ଜିଲ୍ଲାର ବିଶୁନପୁର ଥାନା ଅଞ୍ଚଳରେ ଝାରଖଣ୍ଡ ଜାଗୁଆର ଓ ଗୁମଲା ପୁଲିସ ସମେତ ସୁରକ୍ଷା ବାହିନୀ ଏବଂ ଝାରଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି)ର ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ତିନି ଜେଜେଏମପି ମାଓବାଦୀ ନିହତ ହୋଇଥିଲେ। ଆଜି ସକାଳୁ […]

ସଂପୂର୍ଣ୍ଣ ପଢନ୍ତୁ

ଜମି ଅଧିଗ୍ରହଣ ପାଇଁ ଲାଞ୍ଚ ନେଲା ‌ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାଟା ଏଣ୍ଟ୍ରି ଅପରେଟର

ବଣାଇଁଗଡ଼,୨୦/୯ ଭିଜିଲାନ୍ସ ହାତରେ ପୁଣି ଜଣେ ସରକାରୀ କର୍ମଚାରୀ ଫସିଛନ୍ତି। ଜମି ଅଧିଗ୍ରହଣ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୭୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଡାଟା ଏଣ୍ଟ୍ରି ଅପରେଟର ପୃଥ୍ବୀରାଜ କାମିଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୁନ୍ଦରଗଡ଼ଜିଲ୍ଲା ବଣାଇରେ ଥିବା ରୁକୁଡ଼ା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ପୃଥ୍ୱୀରାଜ କାମିଲା ଜଣେ ବ୍ୟକ୍ତିଙ୍କର ଜମି ଅଧିଗ୍ରହଣ ସଂପର୍କିତ ମାମଲାର ସମାଧାନ କରିବା ପାଇଁ ୨୦ ହଜାର ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ