ଟ୍ରଲର ଦୁର୍ଘଟଣାରେ ମା ମୃତ, ପୁଅ ଗୁରୁତର

ଜିଲା ଖବର ରାଜ୍ୟ ସୁନ୍ଦରଗଡ଼
Spread the love

କୁତ୍ରା, ୮/୧୦: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି।

କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ରାଉରକେଲାରୁ ବାଇକରେ ଫେରୁଥିବା ବେଳେ ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର। ଘଟଣା ସ୍ଥଳରେ ମା ମୃତ, ପୁଅ ଗୁରୁତର। ମୃତକ ହେଲେ ହେମଗିରି ଥାନା ଗୋପାଳପୁର ଅଞ୍ଚଳର ଡିଲେଶ୍ୱରୀ ଦାସ। ମହିଳାଙ୍କ ଭାଇଙ୍କର ରାଉରକେଲାର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତାଙ୍କୁ ଦେଖି ଫେରିବା ବେଳକୁ ଏହି ଘଟଣା ଘଟିଛି। ଘଟଣା ସ୍ଥଳରେ ଉତ୍ତେଜିତ ଲୋକ ରାଜପଥକୁ ଅବରୋଧ କରିଛନ୍ତି। ଏଣେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛି।

Leave a Reply

Your email address will not be published. Required fields are marked *