4987bf4b E602 4e3c 82b3 867c101281ee

ଝାରକଟା ଉପ୍ରା ବିଦ୍ୟାଳୟରେ ବନ ମହୋତ୍ସବ

ରାଜ୍ୟ
Spread the love

କଟକ :  ବୟାଳିଶ ମୌଜା ସ୍ଥାନୀୟ ଝାରକଟା ଉପ୍ରା ବିଦ୍ୟାଳୟରେ ଫୁଲନଖରା ବନାଞ୍ଚଳ କାର୍ଯ୍ୟାଳୟ ଆନୁକୂଲ୍ୟରେ 76 ତମ ବନମହୋତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ସଭାପତିତ୍ୱରେ ଓ ବନପାଳ ଶ୍ରୀକାନ୍ତ ବେହେରାଙ୍କ ତତ୍ୱାବଧାନରେ ପାଳିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ସିଆରସିସି ଆରତ ଭଂଜନ ସାହୁ ମୁଖ୍ୟ ଅତିଥି ଓ ଏସଏମସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ବେହେରା ସମ୍ମାନନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ହିଁ ଜୀବନ ବିଷୟକ ତଥ୍ୟ ଉପସ୍ଥାପନ କରିବା ସହ ସମସ୍ତେ ବୃକ୍ଷ ରୋପଣ ମନ୍ତ୍ରରେ ଦୀକ୍ଷିତ ହେବାକୁ ଆହ୍ୱାନ ଜଣାଇ ଥିଲେ | ଏହି ଉତ୍ସବରେ ବନପାଳ ଧନେଶ୍ୱର ସାହୁ ଶିଶିର ସାହୁ ଅନନ୍ୟା ବିଶ୍ୱାଳ ଶିକ୍ଷୟିତ୍ରୀ ଗୌରୀ ଦେଇ ମିନତି ସ୍ୱାଇଁ ଏସଏମସିର ସଭ୍ୟ ସଭ୍ୟା ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ | ଶିକ୍ଷୟିତ୍ରୀ ଅଳକା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ବିକାଶ କୁମାର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ | ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରା ଯାଇଥିଲା |

Leave a Reply

Your email address will not be published. Required fields are marked *