କଟକ ସହର ସ୍ଥିତି ସ୍ଵଭାବିକ ହେଲା

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୭/୧୦,: ଦଶହରା ଭସାଣି ଗଣ୍ଡଗୋଳ ରେ କଟକ ସହରର ସ୍ଥିତି ଅଣାୟତ ହେବାରୁ ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ, ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ ଲଗାଯାଇଥିବା ୩୬ ଘଣ୍ଟିଆ କର୍ଫ୍ୟୁ ଓ ଇଣ୍ଟରନେଟ କଟକଣାକୁ ହଟାଇ ଦିଆଯାଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କୁ ଆସିବା ପରେ କଟକଣା ହଟାଯାଇଛି। ହେଲେ ଦରଘା ବଜାର ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ପୋଲିସ ନଜରରେ ରଖିଛି।ଯେଉଁଥିପାଇଁ ଆଜି ମଙ୍ଗଳବାର ମଧ୍ୟାହ୍ନରୁ ମାଲଗୋଦାମ ଓ ଛତ୍ରଵଜାର ଖୋଲିଛି । ଜୀଵନ ଯାତ୍ରା ସ୍ୱ।ଭାଵିକ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ପୋଲିସ ବିଫଳତା ଜଳଜଳ ଦେଖାଯାଉଥିବା ଏଵଂ ସ୍ଥିତି ଵିଗିଡିଵା ପରେ ପ୍ରଶାସନ ର ଚେତା ପଶିଥିବା କୁ ନେଇ କଟକୀୟା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସୂଚନାଯୋଗ୍ୟ ଯେ ୧୯୯୦ ଭସାଣି ଗଣ୍ଡଗୋଳରେ କର୍ଫ୍ୟୁ ହୋଇଥିଲା ହେଲେ ଏଥର ଯାହା ହେଲା ପୂର୍ବରୁ କେବେ ହୋଇନଥିଲା କି ଘଟିନଥିଲା ବୋଲି ସାଧାରଣରେ ମତପ୍ରକାଶ ପାଉଛି। ହଜାର ବର୍ଷ ଭାଇଚାରାର ସହର କଟକରେ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ନେତୃମଣ୍ଡଳୀ ଅପିଲ କରିଛନ୍ତି।

Leave a Reply

Your email address will not be published. Required fields are marked *