ବାଘଛାଲ ଡିଲ୍ ବେଳେ ୩ଜଣ କୁ ମାଡିବସିଲା କ୍ରାଇମବ୍ରାଞ୍ଚ

ଅପରାଧ ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୩/୧୧ : ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ବାଘ ଛାଲ ବେପାରୀ। ଆଜି ରାଜଧାନୀ ଭୁବନେଶ୍ଵରରୁ ବାଘ ଛାଲ ସହ ୩ ବେପାରୀଙ୍କୁ ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ୍ ଗିରଫ କରିଛି। ଜୟଦେବ ବିହାର ଅଞ୍ଚଳରେ ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ମାଡିବସିଛି। ଏହି ବେପାରୀ ମାନେ ବାଘ ଛାଲ କର୍ଣ୍ଣାଟକରୁ ଆଣି ଭୁବନେଶ୍ଵରରେ ଡିଲ କରୁଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଡୁମଡୁମା ଅଞ୍ଚଳର ରୋହିତ୍‌ ମହାପାତ୍ର (୨୬), ଗଞ୍ଜାମ ଭଞ୍ଜନଗରର ମନଜିତ୍ ସାବତ(୨୧) ଏବଂ ଗଣ୍ଡମୁଣ୍ଡା ଅଞ୍ଚଳର ଶମ୍ଭୁ ବିଶୋଇ (୨୩) ବୋଲି ଜଣାପଡିଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି

Leave a Reply

Your email address will not be published. Required fields are marked *