ଭୁବନେଶ୍ଵର, ୩/୧୧ : ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ବିଜେପିରେ ସାମିଲ ହେବା ପରେ ଅମର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। ଯେତେବେଳେ ବି ସଂସଦରେ ମୋଦୀଙ୍କ ଭାଷଣ ଶୁଣିଛି , ମୁଁ ପ୍ରଭାବିତ ହୋଇଛି। ଭାରତକୁ ଆଗକୁ ଦେବା ପାଇଁ ତାଙ୍କ ପ୍ରତିବଦ୍ଧତାରେ ମୁଁ ଅନୁପ୍ରାଣିତ। ମୋଦୀଙ୍କ ପାଇଁ ଦେଶ ଆଜି ବିଶ୍ଵରେ ସ୍ଵତନ୍ତ୍ର ସ୍ଥାନ ପାଇପାରିଛି। ରାଜ୍ୟବାସୀଙ୍କ ସେବା ପାଇଁ ଚାକିରି ଛାଡି ରାଜନୀତିକୁ ଆସିଥିଲି। ଏବେ ରାଜ୍ୟର ସେବା ସହ ରାଷ୍ଟ୍ର ନିର୍ମାଣରେ ସାମିଲ୍ ହେବାକୁ ମୁଁ ଲକ୍ଷ୍ୟ ରଖିଛି। ଦଳ ମୋତେ ଯେଉଁ ଦାୟିତ୍ଵ ଦେବ , ସାମର୍ଥ୍ୟ ମତେ ମୁଁ ସବୁ କିଛି କରିବି।
