ରାଉରକେଲା, ୮/୧୦: ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ରାଜଗାଙ୍ଗପୁର ରୱାନୀ ଛକ ଅଞ୍ଚଳର ଅସରଫ ଅନ୍ସାରୀ(୨୬), ସିନ୍ଧିପଡ଼ାର ଦୀପକ ମାହାତୋ(୩୧), ବିଶ୍ରା ଥାନା ଅଞ୍ଚଳର କର୍ମା ଗୁଆଲା(୩୮), ଟିମ୍ବର କଲୋନିର ଆଶୁତୋଷ ରଥ(୨୫), ରେଲୱେ କଲୋନି ସ୍ବାମୀ ବିବେକାନନ୍ଦପାଲିର ଶେଖର ମୁଖୀ(୨୦) ଓ ଗୋପବନ୍ଧୁପାଲିର ଚନ୍ଦନ ଯାଦବ(୨୪)। ସେମାନଙ୍କଠାରୁ ୨ଟି ଲୁହା ରଡ୍, ଗୋଟିଏ ଭୁଜାଲି ଓ ୩ଟି ଛୁରି ଜବତ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
