ଲକ୍ଷଲକ୍ଷ ଟଙ୍କାର ଅଫିମ ଗଛ ପୋଡ଼ିଲା ପ୍ରଶାସନ

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୁରୁସାହିରେ ଲକ୍ଷଲକ୍ଷ ଟଙ୍କାର ଅଫିମ ଚାଷକୁ ପୁଲିସ ପ୍ରଶାସନ ଠାବ କରି ପୋଡ଼ିଛିl ପୋଡା ଯାଇଥିବା ଅଫିମ ଚାଷର ମୂଲ୍ୟ ଆନୁମାନିକ ୪୨ ଲକ୍ଷ ହେବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତିl ଘଟଣାରୁ ପ୍ରକାଶଯେ, ଏଡେଲବେଡା ଗ୍ରାମରେ ଅଫିମ ଚାଷ ହୋଇଥିବା ଖବର ପୁଲିସ ପାଇଥିଲାl ପ୍ରାୟ ୧ ଏକର ଜମିରେ ଅତି ଯତ୍ନରେ ଏବଂ ବ୍ୟବସାୟିକ ଭାବେ ଅଫିମ ଚାଷ ହୋଇଥିଲାl […]

ସଂପୂର୍ଣ୍ଣ ପଢନ୍ତୁ

ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ – ଦୀପାଳି

ଭୁବନେଶ୍ୱର, ୨୯।୧: ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନ ଦେଇଛନ୍ତି। ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ। ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ। ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ ଶୀଘ୍ର ପ୍ରଦାନ କରିବୁ। କାହା ପାଇଁ ରାଜନୀତି ହୋଇପାରେ, ମୋ ପରିବାର ପାଇଁ ଦୁଃଖଦ ଘଟଣା। ଠିକ ୨ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅନ୍ୟପଟେ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ହସ୍ପିଟାଲ୍‌ ଅଗ୍ନି ନିରାପତ୍ତା ନେଇ ଜବାବ ତଲବ: ତଥ୍ୟ ମାଗିଲେ ହାଇକୋର୍ଟ

କଟକ,୨୯।୧: ରାଜ୍ୟରେ ହସ୍ପିଟାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତଥ୍ୟ ମାଗିଲେ ହାଇକୋର୍ଟ। ବୁଧବାର ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ରାଜ୍ୟର ଡାକ୍ତରଖାନାଗୁଡ଼ିକର ଅଗ୍ନି ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶାର ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ସିଭିଲ ଡିଫେନ୍ସର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ସରକାରୀ ଏବଂ ବେସରକାରୀ କ୍ଷେତ୍ର ଉଭୟର ଡାକ୍ତରଖାନା ପାଇଁ ରହିଛି। କେନ୍ଦ୍ରାପଡ଼ାର ଏକ ଡାକ୍ତରଖାନାର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସମ୍ପର୍କିତ […]

ସଂପୂର୍ଣ୍ଣ ପଢନ୍ତୁ

ବିନା ନୋଟିସରେ ଉଚ୍ଛେଦ ମନା! ବିଏମସି, ସିଏମସି କମିଶନରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୯।୧: ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ ସିଲଭର ସିଟି କଟକର ବିଭିନ୍ନ ସ୍ଥାନରେ ଜବରଦଖଲକାରୀଙ୍କୁ ହଟେଇବା ପାଇଁ ଉଚ୍ଛେଦ କରାଯାଉଛି। ଏହାରି ମଧ୍ୟରେ ବୁଧବାର ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ର କମିଶନରମାନଙ୍କୁ ବେଆଇନ ଜବରଦଖଲ ଉଚ୍ଛେଦ କରିବା ୧୫ ଦିନ ପୂର୍ବରୁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ସମ୍ପୃକ୍ତ ସହର ଅଞ୍ଚଳରେ ପୂର୍ବ ସୂଚନା ବିନା ଉଚ୍ଛେଦ କରାଯିବ ନାହିଁ। […]

ସଂପୂର୍ଣ୍ଣ ପଢନ୍ତୁ

ପରଲୋକରେ ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା

କଟକ: ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା ଆଉ ନାହାନ୍ତି। ୮୭ ବର୍ଷ ବୟସରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସ୍ନାୟୁଜନିତ ସମସ୍ୟା ପାଇଁ କିଛି ମାସ ହେବ ଏସସିବି ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ଥିଲେ ସେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଗୀତିକବି ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ବୃନ୍ଦାବନ ଜେନା କେତେକ ସିନେମାରେ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ଏମିତି ରାତି […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୀବନର ଯେକୌଣସି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ସହିତ ସମକକ୍ଷ ହେବା ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କୃଷି କ୍ଷେତ୍ରରେ କାମ କରିବା ଠାରୁ ଆରମ୍ଭ କରି କେବଳ ଯାତ୍ରୀବାହୀ ବିମାନ ନୁହେଁ ବରଂ ଯୁଦ୍ଧ ବିମାନ ଉଡ଼ାଇବା, ମହାକାଶକୁ ରକେଟ୍‌ ଉଡ଼ାଇବା, କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମାଣ କରିଛନ୍ତି ଯେ ପୁରୁଷମାନେ ଯାହା କରିପାରିବେ ମହିଳାମାନେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରୁ ଶୀତ ଗାଏବ: ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା, କୁହୁଡ଼ି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର, ୨୯।୧: ରାଜ୍ୟରୁ ଉଭାନ ହୋଇଛି ଶୀତ। ଦିନ ଭଳି ରାତି ତାପମାତ୍ରା ବୃଦ୍ଧି ପାଇଛି। ଜାନୁଆରୀ ମାସ ନ ସରୁଣୁ ଖରାଦିନ ଭଳି ଗରମ ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ପରେ ସାରା ଓଡ଼ିଶାରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତ୍ରିର ତାପମାତ୍ରା)ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କୁ ସଫଳତା: ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି

ଭୁବନେଶ୍ୱର, ୨୯।୧: ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ -୨୦୨୫ । ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା’ ନୂଆ ଊର୍ଜା ଯୋଗାଇବ । ଆଜି ମୋଟ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫଳରେ ୩୬ଟି ୟୁନିଟରେ ₹୭୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ସୁରକ୍ଷିତ ହୋଇଛି । […]

ସଂପୂର୍ଣ୍ଣ ପଢନ୍ତୁ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ୪ ସପ୍ତାହ ମଧ୍ୟରେ ମାମଲା ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାଟଣାଗଡ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଚାରି ସପ୍ତାହ ମଧ୍ୟରେ ମାମଲା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ହୃଷିକେଶ ରାଏ ଓ ଏସ୍‌ବିଏନ୍‌ ଭଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବା ସରକାରୀ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ମାମଲାରେ ଆଉ ୨ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ; ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି !

ଭୁବନେଶ୍ବର : ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀରେ ଦୁଇଦିନରେ ୧୨ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରର ଜନତା ମଇଦାନରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ବ୍ୟତୀତ ସିଇଓ ରାଉଣ୍ଡ୍‌ଟେବୁଲ୍‌, ମହିଳା ନେତୃତ୍ବ ରାଉଣ୍ଡ୍‌ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍‌ଟେବୁଲ୍ […]

ସଂପୂର୍ଣ୍ଣ ପଢନ୍ତୁ