3y71hdvm3fxch3iufugy

ଦିଲ୍ଲୀ ଶିଖ୍ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ଫେବୃଆରୀ ୧୨ ତାରଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଆଜି ଦଣ୍ଡାଦେଶ ହୋଇଛି। ୧୯୮୪ ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ସରସ୍ୱତୀ ବିହାର ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ନଭେମ୍ବର ୧ ତାରିଖ ୧୯୮୪ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 02 25 085938 750x430

ମହାଶିବରାତ୍ରୀ: କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର: ଦିନକ ପରେ ମହାଶିବରାତ୍ରୀ। ଏଥିପାଇଁ ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି ହୋଇଛି। ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାଶିବରାତ୍ରୀ ନେଇ ଗତ ମଙ୍ଗଳବାର ଦିନ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ ହେବାକୁ ଥିବା ମହାଶିବରାତ୍ରି ପୂର୍ବ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସୁଗମ କରିବା, ଭିଡ଼ ନକରିବା ଏବଂ ପଦଯାତ୍ରୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
1609797287 05metexam1 5col 750x430

ଧରା ପଡିଲେ ନକଲି ମାଟ୍ରିକ ପରୀକ୍ଷାର୍ଥୀ

ନିମାପଡା: ନିମାପଡ଼ାରୁ ନକଲି ମାଟ୍ରିକ ପରୀକ୍ଷାର୍ଥୀ ଗିରଫ । ନହନ୍ତରା ହାଇସ୍କୁଲରେ ପରୀକ୍ଷା ଦେବାବେଳେ ଧରାପଡ଼ିଲେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀ ଜଣଙ୍କ ହେଉଛନ୍ତି ସାକ୍ଷୀଗୋପାଳ ଡାଙ୍ଗୁରାର ରାଜା ଭୋଇ । ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନକରିବାରୁ ଧରାପଡ଼ିଗଲେ ନକଲି ଛାତ୍ର । ସୂଚନା ଅନୁସାରେ, ପରୀକ୍ଷାର୍ଥୀ ଜଣକ ସାକ୍ଷୀଗୋପାଳ ଥାନା ଡ଼ାଙ୍କୁରା ଅଞ୍ଚଳର ରାଜା ଭୋଇ ହୋଇଥିବା ବେଳେ ନିମାପଡ଼ା ବ୍ଲକ୍ ନହନ୍ତରା ହାଇ ସ୍କୁଲରେ ଅନ୍ୟଜଣେ ଛାତ୍ରଙ୍କ ପାଇଁ ପରୀକ୍ଷା ଦେଉଥିବା ସମୟରେ ନକଲି […]

ସଂପୂର୍ଣ୍ଣ ପଢନ୍ତୁ
Rat

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ

ଭୁବନେଶ୍ବର: ଏଣିକି ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଯଦି କାହାର ଆୟକର ଫାଇଲ ପାଇଁ ରାସନ କାର୍ଡ କଟିଥାଏ, ତାଙ୍କୁ ପୁନଶ୍ଚ କାର୍ଡ ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ଡୋର ଟୁ ଡୋର ବୁଲି ସର୍ଭେ ଯୋଗାଣ ଅଧିକାରୀ । ଯେଉଁମାନେ ପ୍ରକୃତରେ […]

ସଂପୂର୍ଣ୍ଣ ପଢନ୍ତୁ
Mobus

ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ

ଭୁବନେଶ୍ୱର: ମରଣ ଯନ୍ତା ପାଲଟିଛି ମୋ ବସ୍ । ପ୍ରତିଦିନ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟାଉଛି ମୋ ବସ୍ । ଆଖି ବୁଜି ଗାଡି ଚଳାଉଛନ୍ତି ଡ୍ରାଇଭର । ଫଳରେ ଯାଉଛି ନିରିହ ଲୋକଙ୍କ ଜୀବନ। ଆଜି ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍ । ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ । ଯୁବକ ଜଣଙ୍କ ଗୁରୁତର ଥିବା ବେଳେ ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Mandi

ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର

ଭୁବନେଶ୍ବର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ । ଧାନ କିଣା ପାଇଁ ମାର୍ଚ୍ଚ ୩୧କୁ ହିଁ ଡେଡଲାଇନ ଧାର୍ଯ୍ୟ କରିଛନ୍ତି ସରକାର […]

ସଂପୂର୍ଣ୍ଣ ପଢନ୍ତୁ
Jagar 2

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ: ଲୋକନାଥ, ଲିଙ୍ଗରାଜ ଓ ଆରଡ଼ିରେ ବ୍ୟାପକ ପ୍ରସ୍ତୁତି

ସଜେଇ ହେଉଛି ରାଜ୍ୟର ବିଭିନ୍ନ ଶୈବପୀଠ । ରାତି ପାହିଲେ ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେବ ପରିବେଶ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ ଉଠିବ । ଶ୍ରଦ୍ଧାଳୁଙ୍କ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି ଟିଭିର ବ୍ୟବସ୍ଥା ହେବ । ଶ୍ରଦ୍ଧାଳୁମାନେ ମନ୍ଦିରକୁ କେଉଁ ବାଟେ ଆସିବେ । ସେବାୟତଙ୍କ ପରିବାର କେଉଁ ବାଟେ […]

ସଂପୂର୍ଣ୍ଣ ପଢନ୍ତୁ
Baby

ଧାରିପୋଲ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରୂପସା: ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ନିକଟ ୬୦ ନମ୍ବର ଜାତୀୟ ରାଜପଥ ଧାରିପୋଲ ନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ବ୍ୟାଗ ଭିତରୁ ମିଳିଛି ନବଜାତ ଶିଶୁ। ତେବେ କିଏ ଶିଶୁଟିକୁ ଛାଡ଼ି ଚାଲିଯାଇଛି, ତାହା ଜଣାପଡ଼ିନାହିଁ। ରୂପସା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସଂପୂର୍ଣ୍ଣ ପଢନ୍ତୁ
Earthqq

ଓଡ଼ିଶାରେ ମୃଦୁ ଭୂମିକମ୍ପ ଅନୂଭୁତ

ଓଡ଼ିଶାରେ ମୃଦୁ ଭୂକମ୍ପ ଝଟକା । ସକାଳ ୬ଟା୧୦ମିନିଟରେ ଭୂମିକମ୍ପ ଅନୂଭୁତ ହୋଇଛି । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି । ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଭୁବନେଶ୍ବର । ୨ରୁ ୩ ସେକେଣ୍ଡ ଯାଏଁ ଭୂକମ୍ପ ପ୍ରଭାବ ଅନୁଭୂତ ହୋଇଥିଲା । ବଙ୍ଗୋପାସାଗରରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ଓଡ଼ିଶାର ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ବର, ଅନୁଗୁଳ , ସମ୍ବଲପୁରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । […]

ସଂପୂର୍ଣ୍ଣ ପଢନ୍ତୁ
Athara

ଅଠର ନଳା ଉପରୁ ଡେଇଁ ଯୁବକ ମୃତ

ପୁରୀ : ଅଠର ନଳା ଉପରୁ ଡେଇଁ ଚାଲିଗଲା ଯୁବକଙ୍କ ଜୀବନ। ମଙ୍ଗଳବାର ଯୁବକ ଜଣକ ଅଠର ନଳା ଉପରୁ ଡେଇଁ ପଡିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଥିଲେ । ମେଡିକାଲରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସଂପୂର୍ଣ୍ଣ ପଢନ୍ତୁ