ବର୍ଷ ଶେଷ ସୁଦ୍ଧା ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟ୍ ଟ୍ରାକ୍ ସାରିବା ପାଇଁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟବ୍ୟାପୀ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟ୍ ଟ୍ରାକ୍ ନିର୍ମାଣ କାର୍ଯ୍ୟ ସାରିବା ପାଇଁ କାର୍ଯ୍ୟ କରୁଛନ୍ତି` ବିଭିନ୍ନ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଚାଲିଛି ବୋଲି ଗୁରୁବାର ରାଜ୍ୟ ବିଧାନସଭାରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ନୟାଗଡ ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ର ନିୟମ ୧୪ […]

ସଂପୂର୍ଣ୍ଣ ପଢନ୍ତୁ
Images (1)

‘ମନ୍ତ୍ରୀଙ୍କ କାନ୍ଧରୁ ହାତ ହଟାନ୍ତୁ…’, ରାହୁଲ ଗାନ୍ଧୀଙ୍କ ପରେ ପପୁ ଯାଦବଙ୍କ କ୍ଲାସ ନେଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୭।୩: ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ପୁଣି ଥରେ ଗୃହ ଭିତରେ ଶିଷ୍ଟାଚାର ଉପରେ ପାଠ ପଢ଼ାଇଛନ୍ତି। ଲୋକ ସଭା କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ କାନ୍ଧରେ ହାତ ରଖିବା ପାଇଁ ସ୍ବାଧୀନ ଏମି ପପୁ ଯାଦବଙ୍କୁ ବାଚସ୍ପତି ଚେତାବନୀ ଦେଇଛନ୍ତି। ପପୁ ଯାଦବ ଗୃହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ପାଖରେ ବସିଥିଲେ। ଏହି ସମୟରେ, ଦୁଇ ନେତାଙ୍କ ମଧ୍ୟରେ ହସ ଏବଂ ଥଟ୍ଟା ହୋଇଥିଲା, […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଜାତିସଂଘର ପ୍ରଶଂସା

ନ୍ୟୁୟର୍କ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ବାସ୍ଥ୍ୟକର ଭାରତ ମିଶନ’ ଅଧୀନରେ ଦେଶବ୍ୟାପୀ ଚାଲିଥିବା ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସମଗ୍ର ବିଶ୍ୱ ଏହି ଯୋଜନାର ଶକ୍ତିକୁ ସ୍ବୀକାର କରୁଛି। ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ଜାତିସଂଘ ଭାରତକୁ ପ୍ରଶଂସା କରିଛି। କେବଳ ଏତିକି ନୁହେଁ, ଜାତିସଂଘ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛି। ଏକ କାର୍ଯ୍ୟକ୍ରମ ସମୟରେ, […]

ସଂପୂର୍ଣ୍ଣ ପଢନ୍ତୁ
Fake Medicine 750x430

ମହଙ୍ଗା ହେବ କର୍କଟ, ମଧୁମେହ ଔଷଧ

ନୂଆଦିଲ୍ଲୀ: କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଅନ୍ୟ ଆଣ୍ଟିବାୟୋଟିକ୍ ସହିତ ସରକାରୀ ନିୟନ୍ତ୍ରଣରେ ଥିବା ଅନ୍ୟ ଔଷଧ ଦର ବୃଦ୍ଧି ହେବାକୁ ଯାଉଛି। ଔଷଧ ଦର ପ୍ରାୟ ୧.୭ ପ୍ରତିଶତ ମହଙ୍ଗା ହେବ ବୋଲି ସୂଚନା ମିଳିଛି। ସରକାରୀ ନିୟନ୍ତ୍ରଣରେ ଥିବା କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଅନ୍ୟ ଆଣ୍ଟିବାୟୋଟିକ୍‌ ଔଷଧ ଦର ଖୁବ୍‌ଶୀଘ୍ର ବଢ଼ିବାକୁ ଯାଉଛି। ଏହି ସମସ୍ତ ଔଷଧ ଦର ପ୍ରାୟ ୧.୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ତେବେ […]

ସଂପୂର୍ଣ୍ଣ ପଢନ୍ତୁ
Lqfc9jllid4tenz5wq0q

ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ପୁଟିନ ଏବେ ଗ୍ରହଣ କରିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ଏହାକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି, ଯଦିଓ ସେ […]

ସଂପୂର୍ଣ୍ଣ ପଢନ୍ତୁ
Vegppqepnvvdfuyzi6l0

ଜେଲ୍‌ରେ ରହିବେ ରାଣ୍ୟା, ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ

ବେଙ୍ଗାଲୁରୁ: ସୁନା ଚୋରା ଚାଲାଣ ଅଭିଯୋଗରେ ଜେଲରେ ଥିବା କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ଏକ ବଡ଼ ଝଟକା ଲାଗିଛି। ୬୪ତମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ କୋର୍ଟ (ସିସିଏଚ୍) ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି, ଯାହା ଫଳରେ ତାଙ୍କୁ ଏବେ ଜେଲରେ ରହିବାକୁ ପଡିବ। ପୂର୍ବରୁ, ତାଙ୍କ ଅପରାଧ ପାଇଁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତଳ କୋର୍ଟରୁ ଆଶ୍ୱସ୍ତି ନ ପାଇବା ପରେ, ଏବେ ତାଙ୍କ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Images

୪୪ ଲୋକଙ୍କ ସହ ବୁଡିଗଲା ବୁଡ଼ାଜାହାଜ ‘ସିନ୍ଦବାଦ’, ୬ ମୃତ, ୨୯ ଉଦ୍ଧାର

କାଇରୋ : ଗୁରୁବାର (୨୭ ମାର୍ଚ୍ଚ) ସକାଳେ ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ପର୍ଯ୍ୟଟନ ବୁଡ଼ାଜାହାଜ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ଏହି ୬ ଜଣଯାକ ରୁଷ ନାଗରିକ ବୋଲି ଜଣାପଡିଛି । ତେବେ କାଇରୋରେ ଥିବା ରୁଷ ଦୂତାବାସ ପକ୍ଷରୁ ଏପର୍ଯ୍ୟନ୍ତ ୪ ରୁଷ ନାଗରିକଙ୍କ ମୃତ୍ୟୁକୁ ସୁନିଶ୍ଚିତ କରାଯାଇଛି । ବିବିସି ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ପ୍ରାୟ […]

ସଂପୂର୍ଣ୍ଣ ପଢନ୍ତୁ
Heat

୩ ଦିନ ପରେ ଅସମ୍ଭାଳ ତାତି, ୫ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଚେତାବନୀ

ଭୁବନେଶ୍ବର: ରାଜ୍ୟରେ ଟାଇଁଟାଇଁ ଖରା ସହ ବୃଦ୍ଧି ପାଉଛି ପାରଦର ସ୍ତର। ଆଗାମୀ ତିନି ଦିନ ମଧ୍ୟରେ ୨ ରୁ ୪ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ। ୩ ଦିନ ପରେ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୨୯ ତାରିଖରେ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସେପଟେ ଆଗାମୀ ୫ ଦିନ […]

ସଂପୂର୍ଣ୍ଣ ପଢନ୍ତୁ
E8fu30r54isjicce2afn

କମାଣ୍ଡରଙ୍କୁ ନକ୍ସଲଙ୍କ ଚିଠି: ‘କୌଣସି ଠିକଣା ସୁରକ୍ଷିତ ନାହିଁ’

ମାଲକାନଗିରି: ନକ୍ସଲ ସଂଗଠନରେ କିପରି ଆତଙ୍କ ଓ ଭୟ ଖେଳିଯାଇଛି ଏହାର ଏକ ପ୍ରମାଣ ଗତ ବିଜାପୁର ଏନକାଉଣ୍ଟରରେ ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ଏକ ଚିଠିରୁ ଜଣାପଡିଛି। ଯବାନ ନକ୍ସଲଙ୍କର ଦୁଇ ଫରଦର ଏକ ଚିଠିକୁ ଜବତ କରିଛନ୍ତି। ଏହି ଚିଠି ସ୍ଥାନୀୟ ଗଣ୍ଡି ଭାଷାରେ ଲେଖାଯାଇଛି। ନକ୍ସଲ କମାଣ୍ଡର ସଂଗଠନର ଶୀର୍ଷ ନେତାଙ୍କୁ ଲେଖିଥିବା ଚିଠିରେ କିପରି ସଂଗଠନ ଦୁର୍ବଳ ହେବା ସହ ସଂଗଠନରେ ଭୟ ଆତଙ୍କ ଖେଳିଯାଇଛି ତାକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦୁପତ୍ର ହିତାଧିକାରୀଙ୍କ କଲ୍ୟାଣ ପାଇଁ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା’

ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର, ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କ। ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି। ୮,୫୯,୪୪୯ ଜଣ ତୋଳାଳୀଙ୍କ ମଧ୍ୟରୁ ୮୩.୯୨% ମହିଳା ଅଟନ୍ତି | ୨୦,୫୦୨ ଜଣ କେନ୍ଦୁପତ୍ର ବନ୍ଧେଇ ଶ୍ରମିକମାନଙ୍କୁ ଶତକଡା ୫ ହାରରେ ୧.୯୪ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଏବଂ ୧୬,୭୫୪ ଜଣ କେନ୍ଦୁପତ୍ର ସାମୟିକ କର୍ମଚାରୀମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ