Highcourt 750x430

ଏସ୍‌ସିବିରେ ଶିଶୁ ବଦଳ ମାମଲା: ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟଙ୍କ ନୋଟିସ୍

କଟକ: କଟକ ବଡ଼ ମେଡିକାଲ (ଏସ୍‌ସିବି)ରେ ଶିଶୁ ବଦଳକୁ ନେଇ ରୁଜୁ ହୋଇଥିବା ମାମଲାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟ କହିଛନ୍ତି, ସରକାରୀ ମେଡିକାଲ୍‌ ଉପରେ ଲୋକଙ୍କ ଅଖଣ୍ଡ ବିଶ୍ୱାସ ରହିଥାଏ। କିନ୍ତୁ ଯେତେବେଳେ ଏହି ଭରସା ତୁଟିଯାଏ ସେତେବେଳେ କେବଳ ଏହି ହସ୍ପିଟାଲ୍‌ର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠେନି ବରଂ ପୂରା ଅନୁଷ୍ଠାନ ଉପରେ ଥିବା ବିଶ୍ୱାସ ଦୋହଲିଯାଏ। ତେଣୁ ଏଭଳି ଏକ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟ ଏସ୍‌ସିବି ଅଧୀକ୍ଷକଙ୍କୁ ଜବାବ […]

ସଂପୂର୍ଣ୍ଣ ପଢନ୍ତୁ
77e1bc62 D4ae 4206 Ae5a 213f554126a5

ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠରେ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ

କଟକ  :  କଟକ ଜିଲ୍ଲା ଶିକ୍ଷା ବିଭାଗ ଅଧୀନସ୍ଥ କଟକ ସଦର ୪୨ ମୌଜା ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ୨୦୨୪ – ୨୦୨୫ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି  ।  କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଶିକ୍ଷାବିତ୍ ଡଃ. ଏସ୍.କେ. କଲ୍ଲିମୁଲା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାପୀଠ ପରିଚାଳନା କମିଟିର ସଭାପତି ବିନୟ ମହାପାତ୍ର ଯୋଗଦେଇଥିଲେ । କାର୍ଯ୍ୟକ୍ରମର […]

ସଂପୂର୍ଣ୍ଣ ପଢନ୍ତୁ
9pbcwynel9ythjfelnww

କାନାଡାରେ ଭାରତୀୟ ଯୁବତୀଙ୍କ ଉପରେ ଆକ୍ରମଣ

ଓଟାଓ୍ବା: କାନାଡାର କାଲଗାରିରେ ଜଣେ ଭାରତୀୟ ଯୁବତୀଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣର ଭିଡିଓ  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ବୋ ଭ୍ୟାଲି କଲେଜ ଟ୍ରେନ୍ ଷ୍ଟେସନର ପ୍ଲାଟଫର୍ମରେ ଜଣେ ଝିଅକୁ ଜୋରରେ ଠେଲି ଦେଉଥିବାର ଓ ତାହାର ବେକ ଚିପୁଥିବାର ଦେଖିବାକୁ ମିଳୁଛି। ଭାଇରାଲ ହୋଇଥିବା ଭିଡିଓରେ, ନୀଳ ଜ୍ୟାକେଟ୍ ଏବଂ ଗାଢ଼ ମାଟିଆ ପ୍ୟାଣ୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଷ୍ଟେସନରେ ଠିଆ ହୋଇଥିବା ଜଣେ ଝିଅକୁ […]

ସଂପୂର୍ଣ୍ଣ ପଢନ୍ତୁ
Mi

ପିଇଓ ସ୍ତ୍ରୀଙ୍କ ପାଇଁ ସ୍ବାମୀ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ଜାଲରେ ପତି-ପତ୍ନୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପିଇଓ ଓ ତାଙ୍କ ସ୍ଵାମୀ। ସ୍ତ୍ରୀ କରିଛନ୍ତି ଚାକିରି, ସ୍ବାମୀ ନେଉଛନ୍ତି ଲାଞ୍ଚ। ସ୍ତ୍ରୀଙ୍କ ପାଇଁ ସ୍ବାମୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଛନ୍ତି । ଏପରି ରୋଚକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ଜ୍ଞାନ ପଞ୍ଚାୟତରେ। ଜଣେ ଗରିବ ଲୋକଙ୍କଠାରୁ ପିଇଓ ମାଡମ୍ ନିଜ ସ୍ବାମୀଙ୍କ ମାଧ୍ୟମରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜ୍ଞାନ ପଞ୍ଚାୟତ ଅଫିସରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ନୁପୁର […]

ସଂପୂର୍ଣ୍ଣ ପଢନ୍ତୁ
Kamakhya

ରୋଲରରେ ଚାପିହୋଇ ତିନି ଶ୍ରମିକଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାମାକ୍ଷାନଗର: କାମାକ୍ଷାନଗର ରେକୁଳାରେ ସଡ଼କ ଦୁର୍ଘଟଣାରେ ତିନି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କାମାକ୍ଷାନଗର ବିଧାୟକ, ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ୩୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।  ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଥିବା […]

ସଂପୂର୍ଣ୍ଣ ପଢନ୍ତୁ
Mukesh Mahalinga 680x430

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ

ସୁବର୍ଣ୍ଣପୁର: ସ୍ବାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କେଉଟ, ଧିବର ଓ କୈବର୍ତ୍ତ ହଟାଅ ଅଲ୍‌ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ପ୍ରଶ୍ନ ଉଠାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀ ୨୦୦୨ ପୂର୍ବରୁ ପାଠ ପଢ଼ିବା ସମୟରୁ ଅନୁସୂଚିତ ଜାତି ଭାବେ ସମସ୍ତ ସରକାରୀ ସୁବିଧା ନେଇଛନ୍ତି । ଯାହାକି ବେଆଇନ। […]

ସଂପୂର୍ଣ୍ଣ ପଢନ୍ତୁ
Bpjrnqyn1s5xpwvfobpp

ଗୋଡ଼ର ଅସ୍ତ୍ରୋପଚାର ପରେ ହସ୍ପିଟାଲ ୱାର୍ଡକୁ କାର୍ଯ୍ୟାଳୟ କଲେ ଜିଲ୍ଲା ସଭାପତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ବିଜେପି ଜିଲ୍ଲା ସଭାପତି ଅନିଲ ଦୀକ୍ଷିତଙ୍କ ଏକ ଫଟୋ ଚର୍ଚ୍ଚାରେ ରହିଛି। ଅନିଲ ଦୀକ୍ଷିତଙ୍କୁ ନିକଟରେ କାନପୁର ଉତ୍ତରର ଜିଲ୍ଲା ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । ଏହି ନିଯୁକ୍ତିର ମାତ୍ର ଗୋଟିଏ ଦିନ ପରେ ସେ ଘରର ଶିଢ଼ିରୁ ଖସି ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁ କାରଣରୁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ କାନପୁରର ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ସେଠାରେ ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ
Lal Chandan Tree 750x426

ରାଜ୍ୟରେ ରହିଛି ୪୫୩୯ ରକ୍ତଚନ୍ଦନ ଗଛ

ଭୁବନେଶ୍ବର: ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ରହିଛି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ୨୫ ମାର୍ଚ୍ଚ, ୨୦୨୫ ସୁଦ୍ଧା, ଓଡ଼ିଶାରେ ମୋଟ ୪,୫୩୯ଟି ଲାଲ ଚନ୍ଦନ ଗଛ ଅଛି, ଯେଉଁଥିରୁ ୨୦୭୧ଟି ପ୍ରାକୃତିକ ଭାବରେ ବଢ଼ିଥିବା ବେେ ୨,୪୬୮ଟି ବନୀକରଣ ପ୍ରୟାସ ମାଧ୍ୟମରେ […]

ସଂପୂର୍ଣ୍ଣ ପଢନ୍ତୁ
Boudha 2

ପୋଲିସକୁ ବାନ୍ଧିଲା ପୋଲିସ, ଗଞ୍ଜେଇ ଚାଲାଣରେ ୩ଜଣ ଆଇଆରବି ଯବାନ ଗିରଫ

ବୌଦ୍ଧ: ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଏପରି ଘଟଣା ଦେଖିବାକୁ ମିଳିଛି । ମନମୁଣ୍ଡା ଥାନା ପୋଲିସ ବାରାକରୁ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏସପିଙ୍କ ତଦନ୍ତ ସମୟରେ ଯବାନଙ୍କ ନିକଟରୁ ଜବତ ହୋଇଥିଲା ଗଞ୍ଜେଇ। ଘଟଣାରେ ୩ ଆଇଆରବି ଯବାନଙ୍କୁ ଗିରଫ କରାଯାଥିବା ସୂଚନା ଦେଲେ ବୌଦ୍ଧ ଏସପି ରାହୁଲ ଗୋଏଲ ।

ସଂପୂର୍ଣ୍ଣ ପଢନ୍ତୁ
Jus

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ

ପୁରୀ: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶାରେ ପହଞ୍ଚି ପୁରୀ ଗସ୍ତରେ ଜଷ୍ଟିସ୍‌ ହରିଶ ଟଣ୍ଡନ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ଜଷ୍ଟିସ୍‌ ହରିଶ ଟଣ୍ଡନ ।ଏହି ସମୟରେ ପୁରୀ ଏସପି, ଜିଲ୍ଲାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଓଡିଶାର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । […]

ସଂପୂର୍ଣ୍ଣ ପଢନ୍ତୁ