Screenshot 2025 04 25 110051 750

ନବ ଦାସ ହତ୍ୟା ମାମଲା: ଗୋପାଳର ବଡ଼ଭାଇ ସହ ପୁତୁରାକୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ପୁଣି ଥରେ ଛାନଭିନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳ ଦାସ ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରା। ଗୋପାଳର ବଡ଼ ଭାଇ ସହ ପୁତୁରାକୁ ଗତକାଲି ଟାଉନ ଥାନାରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ଗୋପାଳଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଗୋପାଳଙ୍କ ଭାଇଙ୍କ ସତ୍ୟ ନାରାୟଣ ବୋଲି ଜଣାପଡିଥିବା ବେଳେ ସେ […]

ସଂପୂର୍ଣ୍ଣ ପଢନ୍ତୁ
Bul

ପହଲଗାମ ଆକ୍ରମଣରେ ସାମିଲ ଜଣେ ଆତଙ୍କୀ ଘରେ ବୁଲିଲା ବୁଲଡୋଜର

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣରେ ସାମିଲ ସ୍ଥାନୀୟ ଆତଙ୍କୀ ଆଦିଲ ହୁସୈନ ଥୋକରର ଅନନ୍ତନାଗ ଜିଲାର ବିଜହେରା ଅଞ୍ଚଳରେ ସ୍ଥିତ ଘରକୁ ସୁରକ୍ଷାବଳ ବୋମାରେ ଉଡାଇ ଦେଇଛନ୍ତି । ଆଦିଲ ଥୋକ ଓରଫ ଆଦିଲ ଗୁରୀ ରୂପେ ପରିଚୟ ମିଳିଛି । ପହଲଗାମର ବୈସରନ ଘାଟୀରେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣ ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାକାରୀ କରିବାରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ  ଆଦିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଥିଲା । ଶୁକ୍ରବାର ସକାଳେ ବୋମାମାଡ […]

ସଂପୂର୍ଣ୍ଣ ପଢନ୍ତୁ
Fake Currency 1

ଡେଲାଙ୍ଗରେ ନକଲି ଟଙ୍କା କାରବାର, ୩ ଅଟକ

ପୁରୀ : ୫୦ ହଜାର ଟଙ୍କା ଦିଅ ୩ ଲକ୍ଷ ଟଙ୍କା ନିଅ ।  ଗାଁରେ ପଶି ଟଙ୍କା କାରବାର ବେଳେ ଘେରିଲେ ଗାଁ ଲୋକ ।  ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ ।  ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡା ଗାଁରେ ଘଟିଛି ଏଭଳି ଘଟଣା । ଡେଲାଙ୍ଗ ପୋଲିସ ଗାଁରେ ପହଞ୍ଚି ଡକାୟତଙ୍କୁ କାବୁ କରିଛନ୍ତି ।  ଏହାସହ ସେମାନଙ୍କ ନିକଟରୁ ଟଙ୍କା ଗଣତି ମେସିନ ଓ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 04 25 072639 750

ରାଉରକେଲାରେ ପୋଲିସ ଏନକାଉଣ୍ଟର

ରାଉରକେଲା: ରାଉରକେଲାରେ ଏନକାଉଣ୍ଟର। ଗୁରୁବାର ରାତି ୧୦ଟାରେ ଲୁଟ୍‌ କରିବାକୁ ଆସି ହୋଟେଲ ମାଲିକଙ୍କୁ ଗୁଳି ମାଡ଼ କଲେ ୮ ଦୁର୍ବୃତ୍ତ। ହୋଟେଲ ମାଲିକ ଗଙ୍ଗେ ଓରାମଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳକୁ ବାଜିଛି ଗୁଳି। ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ଡବଲ ଏନକାଉଣ୍ଟର୍‌ କରିଛି ପୋଲିସ। ଏଥିରେ ଦୁଇ ଜଣ ଦୁର୍ବୃତ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଜଣକୁ ପୋଲିସ ଅଟକ ରଖିଛି। ହେଲେ ଆଉ ୫ ଜଣ ଫେରାର ହୋଇ ଯାଇଛନ୍ତି। ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

ଆଉ ଦୁଇଦିନ ତାତି, ରବିବାର କାଳବୈଶାଖୀର ସମ୍ଭାବନା

ଭୁବନେଶ୍ୱର,୨୪ା୪: ଗୁରୁବାର ଓଡ଼ିଶାର କିଛି ଅଞ୍ଚଳ ପାଇଁ ଗ୍ରୀଷ୍ମ ଲହରୀ ଚେତାବନୀ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଲର୍ଟ ଜାରି କରିଛି। ଆଇଏମଡି ପୂର୍ବାନୁମାନ କରିଛି ଯେ ୨୩ ଏପ୍ରିଲରୁ ୨୬ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତୀବ୍ର ଗ୍ରୀଷ୍ମ ଲହରୀ, ଗୁଳୁଗୁଳି ଏବଂ ରାତି ସମୟରେ ମଧ୍ୟ ପ୍ରବଳ ଗରମ ଅନୁଭବ ହେବାର ସମ୍ଭାବନା ରହିଛି। ବୁଧବାର […]

ସଂପୂର୍ଣ୍ଣ ପଢନ୍ତୁ
12f159d9 Ba40 4137 83fe 701e663de7a5

ମାତୃକୃପା ସାହିତ୍ୟ ସଂସଦର ସପ୍ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

କଟକ : ସାହିତ୍ୟର ସେବା ହିଁ ସମାଜର ସେବା । ଜଗତସିଂହପୁର ଜିଲ୍ଲା ବାଲିକୁଦା କୃଷ୍ଣଦାସପୁର ଗ୍ରାମପଞ୍ଚାୟତର ଚଷାପଡା(ସୁଧାଗଡ) ଠାରେ ମାତୃକୃପା ସାହିତ୍ୟ ସଂସଦ ସୁଧାଗଡର ସପ୍ତମ ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନ ଧର୍ମାନନ୍ଦ ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଅତିଥି ଭାବେ ଝାରଖଣ୍ଡର ବ୍ୟଙ୍ଗ କବି ସତ୍ୟପ୍ରକାଶ କର, ଜଗତସିଂହପୁର ପ୍ରଫୁଲ୍ଲ ଷଡଙ୍ଗୀ,ଅଜୟ ଶତପଥୀ,ମୁଖ୍ୟ ଅତିଥି ସମୀର ଭୂୟାଁ ଏବଂ ବ୍ୟଙ୍ଗ ସମ୍ରାଟ ସପଂଦ ରଥ ମୁଖ୍ୟ ବକ୍ତା ରୂପେ ମଞ୍ଚାସୀନ ରହି ଭାରତ ଭାଗ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
01b1000d Aac6 4ea2 Ba55 5b49da9b8147

ତିର୍ତ୍ତୋଲ ସତ୍ୟସାଇ ସେବା ସମିତି ରେ ଆରାଧନା ମହୋତ୍ସବ – ୨୦୨୫ ପାଳିତ

ଝଙ୍କଡ଼ :   ବିଶ୍ଵର ସର୍ବଜନ ବିଦିତ ଆଧ୍ୟାତ୍ମିକ ମାର୍ଗ ଦର୍ଶକ ତଥା ଧର୍ମଗୁରୁ ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ୧୪ ତମ ତିରୋଧାନ ଦିବସ ଉପଲକ୍ଷେ, ତିର୍ତ୍ତୋଲ ନେହେରୁ ପଡ଼ିଆ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ , ଆରାଧନା ମହୋତ୍ସବ,-୨୦୨୫ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆବାହକ କାଳନ୍ଦୀ ଚରଣ ମହାନ୍ତି ଙ୍କ ଆହ୍ବାନ କ୍ରମେ , ଏହି ଉତ୍ସବ ପାଳନ ଅବସରରେ ପ୍ରାତଃ ସମୟରେ ଓମ୍ କାର […]

ସଂପୂର୍ଣ୍ଣ ପଢନ୍ତୁ
Zzzzzz

ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହି ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେବାକୁ ମନା କରାଯାଇଛି। ସାମିଲ ହେଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ନିଯୋଗରୁ ବାସନ୍ଦ କରାଯିବ। ଅର୍ଥାତ ଶ୍ରୀମନ୍ଦିର ରୋଷ କାର୍ଯ୍ୟରୁ ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Odisha Green Energy1 375435

ଓଡ଼ିଶା ଅକ୍ଷୟ ଶକ୍ତି: ୧୧୯୧.୪୭ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍.ଡବ୍ଲ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ କରାଯାଇଛି। ଏହା ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି […]

ସଂପୂର୍ଣ୍ଣ ପଢନ୍ତୁ
Zzzz

ନୌସେନା ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି: ୩ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଭାରତୀୟ ନୌସେନାର ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିଛି। ଅଗ୍ନିବୀର ପରୀକ୍ଷାରେ ପାସ୍ କରାଇ ଦେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଭୂଷଣ, ସତ୍ୟମ ଚହର ଓ ବିନୟ କୁମାର ରାୟ। ଖୋର୍ଦ୍ଧା ପୁଲିସ ଏମାନଙ୍କର ଠାରୁ ୪ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। […]

ସଂପୂର୍ଣ୍ଣ ପଢନ୍ତୁ