Cs

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ, ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିପ୍ରେକ୍ଷୀରେ ସମସ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Heat

ଆହୁରି ୩ ଦିନ ଗୁଳୁଗୁଳି, ୨୦ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ୱର: ରାଜ୍ୟରେ ଆହୁରି ୩ ଦିନ ଗୁଳୁଗୁଳି। ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନରେ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ପ୍ରଭାବ ଜାରି ରହିବ। ସେହିପରି ଉପକୂଳବର୍ତ୍ତୀ […]

ସଂପୂର୍ଣ୍ଣ ପଢନ୍ତୁ
1747199125 0985

ଶପଥ ନେଲେ ପ୍ରଧାନ ବିଚାରପତି ଜଷ୍ଟିସ୍‍ ବି.ଆର. ଗବାଇ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍‍ ଭୂଷଣ ରାମକୃଷ୍ଣ ଗବାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଦେଶର ୫୨ତମ ପ୍ରଧାନ ବିଚାରପତି ହୋଇଛନ୍ତି ଜଷ୍ଟିସ୍‍ ବି.ଆର . ଗବାଇ । ପ୍ରଧାନ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ପ୍ରାୟ ୬ମାସ ହେବ । ୨୩ ନଭେମ୍ବର ୨୦୨୫ରେ ଜଷ୍ଟିସ୍‍ ବି.ଆର. ଗବାଇ ଅବସର ନେବେ । ସେ ୧୯୬୦ ମସିହା ନଭେମ୍ବର ୨୪ରେ ମହାରାଷ୍ଟ୍ରରେ […]

ସଂପୂର୍ଣ୍ଣ ପଢନ୍ତୁ
Ship

ତୈଳ ଜାହାଜରେ ୨୧ ପାକିସ୍ତାନୀ କ୍ରିୟୁ ମେମ୍ବର, ଯାଞ୍ଚ କରୁଛନ୍ତି କୋଷ୍ଟ ଗାର୍ଡ

ପାରାଦୀପ :  ତୈଳ ଜାହାଜରେ ପାକିସ୍ତାନୀ କ୍ରିୟୁ ମେମ୍ବର । ପାରାଦୀପ ବନ୍ଦର SPM ବର୍ଥରେ ଲାଗିଲା ଅଶୋଧିତ ତୈଳ ନେଇ ଆସିଥିବା ଜାହାଜ । ତୈଳ ଜାହାଜ ଦକ୍ଷିଣ କୋରିଆରୁ ପଣ୍ୟ ନେଇ ପାରାଦୀପକୁ ଆସିଛି । ଜାହାଜରେ ଅଛନ୍ତି ୨୫ ଜଣ କ୍ରିୟୁ ମେମ୍ବର । ୨୧ ପାକିସ୍ତାନୀ କ୍ରୀୟୁ ମେମ୍ବର ଥିବାର ସୂଚନା ଇମିଗ୍ରେସନ ବିଭାଗରୁ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ତୈଳ ଖଲାସ ହେବ ପର୍ଯ୍ୟନ୍ତ ମେରାଇନ […]

ସଂପୂର୍ଣ୍ଣ ପଢନ୍ତୁ
Lokseva Bhawan 750x430

ଓପିଏସସି ଓ ଓଏସଏସସିରେ ନୂଆ ସଦସ୍ୟଙ୍କୁ ନିଯୁକ୍ତ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଆଇଏଏସ୍ ଅଧିକାରୀ ଉଦୟ ନାରାୟଣ ଦାସ ଏବଂ ପୁରୀର ଏସ୍ ସିଏସ୍ (ସ୍ୱୟଂଚାଳିତ) କଲେଜର ଅଧ୍ୟକ୍ଷ ମିହିର ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି। ଉଦୟ ନାରାୟଣ ବର୍ତ୍ତମାନ ଜନଗଣନା ଅପରେସନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ନିଯୁକ୍ତିଗୁଡ଼ିକ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ ଛଅ ବର୍ଷ ପାଇଁ କିମ୍ବା […]

ସଂପୂର୍ଣ୍ଣ ପଢନ୍ତୁ
Jais

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଗ୍ରହଣ କରିବ ନାହିଁ ଭାରତ: ପିଓକେ ଭାରତର, ତୁରନ୍ତ ଖାଲିକରୁ ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ। କାଶ୍ମୀରକୁ ନେଇ ମଧ୍ୟସ୍ତତା କରାଯିବ ନାହିଁ। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ପାକିସ୍ତାନ ଖାଲିକରୁ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଭାରତ ଗ୍ରହଣ କରିବ ନାହିଁ। ଆମର ଏକ ଦୀର୍ଘକାଳୀନ ନୀତି ଅଛି। ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ୱାଲ ପ୍ରକାଶ କରିଛନ୍ତି। ଜମ୍ମୁ-କାଶ୍ମୀରରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର […]

ସଂପୂର୍ଣ୍ଣ ପଢନ୍ତୁ
Dea

ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ମୃତ, ୬ ଗୁରୁତର

ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ମଜୀଠାର ମଡଇ ଗାଁ ଓ ଭାଗଲୀ ଗାଁରେ ଘଟିଛି । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ପୋଲିସ ମୁତାବକ, ସୋମବାର ରାତିରେ ଅମୃତସର ଜିଲ୍ଲା ମଜୀଠା ଓ ମଡଇ ଗାଁ ଓ ଭାଗଲି ଗାଁରେ ବିଷାକ୍ତ ମଦ ପିଇବା କାରଣରୁ ୧୪ ଜଣଙ୍କର […]

ସଂପୂର୍ଣ୍ଣ ପଢନ୍ତୁ
Hc

କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା

କଟକ: କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ବାରା ସବୁ ଦିଗରୁ ବିଚାର କରିବାକୁ ଆବେଦନକାରୀ ପ୍ରତାପ ମହାନ୍ତି ଆବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ‘କିଟ୍‌’ ବିଶ୍ବବିଦ୍ୟାଳୟରେ ନେପାଳର ବିଟେକ୍‌ ଦ୍ବିତୀୟ ବର୍ଷ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ବିଚାରାଧୀନ ରହିଛି। ଏହାର ପ୍ରାୟ ଅଢ଼େଇ ମାସ ପରେ ଉକ୍ତ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର […]

ସଂପୂର୍ଣ୍ଣ ପଢନ୍ତୁ
Google

ଦଶନ୍ଧି ପରେ ବଦଳିଲା ଗୁଗଲ୍‌ ଲୋଗୋ

ବଦଳିଲା ଗୁଗଲ୍‌ ଲୋଗୋ। ଦୀର୍ଘ ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ଗୁଗଲ୍‌ ଏହାର ପ୍ରତିଷ୍ଠିତ ‘G’ ଲୋଗୋରେ ପରିବର୍ତ୍ତନ କରିଛି। ବର୍ଷ ୨୦୧୫ ପରେ ଏହା ପ୍ରଥମ ବଡ଼ ଭିଜୁଆଲ ପରିବର୍ତ୍ତନ। ଏପର୍ଯ୍ୟନ୍ତ ଲୋଗୋରେ ସଲିଡ୍‌ ଲାଲ, ହଳଦିଆ, ସବୁଜ ଏବଂ ନୀଳ ରଙ୍ଗ ଥିଲା, ଯାହାକୁ ବର୍ତ୍ତମାନ ଏକ ଫ୍ଲୁଇଡ୍‌ ଗ୍ରେଡିଏଣ୍ଟ ଶେଡ୍‌ସରେ ପରିବର୍ତ୍ତନ କରାଯାଇଛି। ଏଥିରେ ସେହି ସମାନ ଚାରୋଟି ରଙ୍ଗ ଅଛି କିନ୍ତୁ ଏବେ ଏହା ପରସ୍ପର ସହିତ ସହଜରେ […]

ସଂପୂର୍ଣ୍ଣ ପଢନ୍ତୁ
Cri

ବିଭିନ୍ନ ଥାନା ଅଞ୍ଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ଗଞ୍ଜାମ : ଆକ୍ସନ ମୋଡରେ ଗଞ୍ଜାମ ପୋଲିସ ।  ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ଜିଲ୍ଲାରେ ଚାଲିଛି ସ୍ୱତନ୍ତ୍ର ଡ୍ରାଇଭ ।  ପୋଲସରା, ଆସ୍କା, ହିଞ୍ଜିଳିକାଟୁ ଓ କୋଟିନଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରି ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୮ଟି ବନ୍ଧୁକ, ୨୩ଟି ମୋବାଇଲ, ୩୧ ଟି ଗୁଳି, ୧୨ଟି ଖୋଖା ଜବତ କରାଯାଇଛି ।  ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନା ଅଞ୍ଚଳରେ ଅନେକ ମାମଲା ରହିଥିବା […]

ସଂପୂର୍ଣ୍ଣ ପଢନ୍ତୁ