Train Story

ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବଡ଼ ପ୍ରୋତ୍ସାହନ: ୨ଟି ପ୍ରକଳ୍ପ ପାଇଁ ୧୪୯ କୋଟି ମଞ୍ଜୁର

ଭୁବନେଶ୍ବର: ଓଡ଼ିଶାରେ ରେଳ ଭିତ୍ତିଭୂମି ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ୧୪୯.୩୨ କୋଟି ମୂଲ୍ୟରେ ରାଣିତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ଷ୍ଟେସନ ମଧ୍ୟରେ ଚତୁର୍ଥ ଲାଇନକୁ ମଞ୍ଜୁର କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ ସହିତ ଟ୍ରେନ ପରିଚାଳନାର କ୍ଷମତା ଏବଂ ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ଧାମରା ଏବଂ ପାରାଦୀପ ବନ୍ଦରକୁ ମାଲ ପରିବହନ ସଂଯୋଗକୁ ଉନ୍ନତ କରିବ। ରାଣିତାଲ ଲିଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
447ffa01 26b3 45be 9a2f D9eceb9a73e8

ଝଙ୍କଡ଼ ପ୍ରଗଣାରେ ସଫଳ ହେଲା ଓଡିଶା ବନ୍ଦ

ଜଗତସିଂହପୁର/ ଝଙ୍କଡ଼ :   ସମଗ୍ର ରାଜ୍ୟରେ କଂଗ୍ରେସ ର ଆହ୍ଵାନ କ୍ରମେ ଓଡିଶାବନ୍ଦ ପାଳନ କରାଯାଇଥିବା ବେଳେ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମୁଳିସିଂହ ପଞ୍ଚାୟତ ସହରହାଟ ରେ ଏହି ବନ୍ଦ ପାଳନ ଶତ ପ୍ରତିଶତ ସଫଳ ହୋଇଥିବାର ଦେଖିବାକୁ ମିଳିଥିଲା। ସରପଞ୍ଚ ସଫି ଆଜମ୍ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସକର୍ମୀ ସହର ହାଟ ଗୋଲେଇ ଛକ ଉପରେ, ଟାୟାର ଜାଳି ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ରାସ୍ତା ଅବରୋଧ କରିଥିଲେ। ସମସ୍ତ ଦୋକାନ ବଜାର […]

ସଂପୂର୍ଣ୍ଣ ପଢନ୍ତୁ
356e0c0d Cf63 49af 9b5e 7d9a1e5be803

କଟକ ସଦର କଂଗ୍ରେସ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ

କଟକ  :  ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଙ୍କ ଆତ୍ମହତ୍ୟା ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ଆହ୍ୱାନ କ୍ରମେ ଓଡ଼ିଶା ବନ୍ଦ ଅବସରରେ କଟକ ସଦର କଂଗ୍ରେସ କମିଟି ପକ୍ଷରୁ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କଟକ ସଦର କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ ଙ୍କ ନେତୃତ୍ବରେ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ ସଫଳ ହୋଇଛି। କଟକ ସଦରର […]

ସଂପୂର୍ଣ୍ଣ ପଢନ୍ତୁ
Whatsapp 2025 07 17 20 54 15

ଆସିକା-ଚିକିଟିକୁ ମିଳିଲା ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ୨୩ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ପୁରସ୍କାର ଦିଆଯାଇଛି। ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବରେ ଉଭା ହେବା ସହିତ ଭାରତର […]

ସଂପୂର୍ଣ୍ଣ ପଢନ୍ତୁ
232

ବିଚାର ବିଭାଗୀୟ ତଦନ୍ତ ସହ ୨କୋଟି ଦେବାକୁ ଦାବି କଲା ବିଜେଡ଼ି

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା ନେଇ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ଏହି ଘଟଣାକୁ ନେଇ ଭୁବନେଶ୍ବର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ଦେଲା ପରେ ଏହାକୁ ବିଜେଡି ଟାର୍ଗେଟ କରିଛି। ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରାଯାଇଛି। ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଜେଡି ସରକାରରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ […]

ସଂପୂର୍ଣ୍ଣ ପଢନ୍ତୁ
Cm Mohan

ମୃତ୍ୟୁ ଓ ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ୨ ଲକ୍ଷ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କ ପାଇଁ କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ ହେବେ। ପଞ୍ଚାୟତ ପ୍ରତିନିଧି ମାନଙ୍କ କାର୍ଯ୍ୟଅବଧି ସମୟରେ କୌଣସି କାରଣରୁ ମୃତ୍ୟୁ ଘଟିଲେ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ୨ […]

ସଂପୂର୍ଣ୍ଣ ପଢନ୍ତୁ
Xc3

୧୬ ବର୍ଷକୁ କମିବ ବ୍ରିଟେନରେ ଭୋଟଦାନ ବୟସ

ଲଣ୍ଡନ : ବ୍ରିଟେନରେ ଭୋଟଦାନ ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ କରାଯିବ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନର ଲେବର ପାର୍ଟି ସରକାର । ବ୍ରିଟେନରେ ଗତ ୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ଲେବର ପାର୍ଟି ନିର୍ବାଚନ ଜିତିଥିଲା । ନିର୍ବାଚନ ପ୍ରଚାର ସମୟରେ ଲେବର ପାର୍ଟି ଭୋଟଦାନ ବୟସ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଏହା ପୂର୍ବରୁ ୧୯୬୯ରେ ବ୍ରିଟେନରେ ଭୋଟଦାନ ବୟସକୁ […]

ସଂପୂର୍ଣ୍ଣ ପଢନ୍ତୁ
Court

ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ : ଛତିଶଗଡ଼ ହାଇକୋର୍ଟ

ରାୟପୁର : ଛତିଶଗଡ଼ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ମଧ୍ୟରୁ ଗୋଟିଏରେ ପତ୍ନୀଙ୍କୁ ନେଇ ସ୍ବାମୀଙ୍କ ଅଧିକାରର ସୀମା ବ୍ୟାଖ୍ୟା କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ରାୟ କହିଛନ୍ତି, ‘ ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ। ସ୍ବାମୀମାନେ ସ୍ତ୍ରୀଙ୍କୁ କୌଣସି ସୂଚନା ଦେବାକୁ ବାଧ୍ୟ କରି ପାରିବେ ନାହିଁ। ଏହା ସ୍ତ୍ରୀର ଗୋପନୀୟତା ଅଧିକାରର ଉଲ୍ଲଙ୍ଘନ ହୋଇଥାଏ। ଏଥିପାଇଁ ଘରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ସ୍ତ୍ରୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Uddhava 150x150

ଏନଡିଏକୁ ଫେରିବେ କି ଉଦ୍ଧବ !

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ଏହା ପରେ ରାଜ୍ୟ ରାଜନୈତିକ ପାଣିପାଗ ହଠାତ୍ ସରଗରମ ହୋଇଉଠିଛି । ଉଦ୍ଧବ ପୁଣି ଏନଡିଏକୁ ଫେରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଏହି ବୈଠକ ମହାରାଷ୍ଟ୍ର ବିଧାନ ପରିଷଦ ସଭାପତି ରାମ ସିନ୍ଦେଙ୍କ ଚାମ୍ବରରେ ହୋଇଥିଲା। ଦୁଇ ନେତାଙ୍କ ବ୍ୟତୀତ ଅନ୍ୟ କେହି କୋଠରୀରେ ଉପସ୍ଥିତ ନଥିଲେ। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
King Cobra

ନୈନିତାଲରେ ମୃତ୍ୟୁର ଛାୟା; ସାପ ଭୟରେ ଶୋଇ ପାରୁନାହାଁନ୍ତି ଲୋକେ

ନୈନିତାଲ : ଉତ୍ତରାଖଣ୍ଡର ସୁନ୍ଦର ଉପତ୍ୟକାରେ ମୁଣ୍ଡ ଟେକିଛି ଏକ ନୂଆ ବିପଦ । ଯାହାର ନାମ କିଙ୍ଗ କୋବ୍ରା । ଯେଉଁ ସାପ ଏପର୍ଯ୍ୟନ୍ତ କେବଳ ଘଞ୍ଚ ଜଙ୍ଗଲ କିମ୍ବା ତରାଇ ଅଞ୍ଚଳରେ ଦେଖାଯାଉଥିଲା, ତାହା ଏବେ ପର୍ବତଗୁଡିକର ଆବାସିକ ବସତିରେ ପହଞ୍ଚିଛି । ବନ ବିଭାଗର ସାମ୍ପ୍ରତିକ ରିପୋର୍ଟ ଅନୁସାରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ୨୦୧୫ରୁ ୨୦୨୦ ମଧ୍ୟରେ ଉତ୍ତରାଖଣ୍ଡରେ କିଙ୍ଗ କୋବ୍ରାକୁ ମୋଟ ୧୩୨ଥର ଦେଖା ଯାଇଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ