Court

ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ : ଛତିଶଗଡ଼ ହାଇକୋର୍ଟ

ଦେଶବିଦେଶ
Spread the love

ରାୟପୁର : ଛତିଶଗଡ଼ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ମଧ୍ୟରୁ ଗୋଟିଏରେ ପତ୍ନୀଙ୍କୁ ନେଇ ସ୍ବାମୀଙ୍କ ଅଧିକାରର ସୀମା ବ୍ୟାଖ୍ୟା କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ରାୟ କହିଛନ୍ତି, ‘ ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ। ସ୍ବାମୀମାନେ ସ୍ତ୍ରୀଙ୍କୁ କୌଣସି ସୂଚନା ଦେବାକୁ ବାଧ୍ୟ କରି ପାରିବେ ନାହିଁ। ଏହା ସ୍ତ୍ରୀର ଗୋପନୀୟତା ଅଧିକାରର ଉଲ୍ଲଙ୍ଘନ ହୋଇଥାଏ। ଏଥିପାଇଁ ଘରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ସ୍ତ୍ରୀଙ୍କ ଫୋନ୍ ଏବଂ ବ୍ୟାଙ୍କ ପାସୱାର୍ଡ ଜାଣିବା ନେଇ ସ୍ୱାମୀଙ୍କର କୌଣସି ଆଇନଗତ ଅଧିକାର ନାହିଁ।’
ଜଷ୍ଟିସ୍ ରାକେଶ ମୋହନ ପାଣ୍ଡେ ଜଣେ ସ୍ୱାମୀଙ୍କ ଆବେଦନର ଶୁଣାଣି କରି ଏହି ମନ୍ତବ୍ୟ ଦେଇଛନ୍ତି। ପରିବାର କୋର୍ଟ ସ୍ତ୍ରୀଙ୍କ କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ମାଗିବା ନେଇ ସ୍ବାମୀ କରିଥିବା ଆବେଦକୁ ଖାରଜ କରି ଦେଇଥିଲେ। ଏହାପରେ ଆବେଦନକାରୀ ପରିବାର କୋର୍ଟର ଏହି ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ଆବେଦନକାରୀଙ୍କ ଆବେଦନର କଡ଼ା ଜବାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *