ବଦଳିଲା ଐତିହାସିକ ବାଲିଯାତ୍ରାର ନାଁ

କଟକ, ୧୨/୯: ବଦଳିଲା ବାଲିଯାତ୍ରା ନାଁ। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାରେ ଚଳିତ ଥର ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଥର ବାଲିଯାତ୍ରା ନାମ ବଦଳାଇବାକୁ ନିଷ୍ପତ୍ତି ‌ନିଆଯାଇଛି। ଏହି ମେଳାର ନୂଆ ନାମ ହେଲା ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା। ସୂଚନା ମୁତାବକ, ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଚଳିତ ବର୍ଷର ବାଲିଯାତ୍ରା । ଟ୍ରାଫିକ ଜାମ୍ ପାଇଁ ଉପର ବାଲିଯାତ୍ରା […]

ସଂପୂର୍ଣ୍ଣ ପଢନ୍ତୁ

ବଜାରରେ ଇଲିସି କିଲୋ ୩ ହଜାର ଟଙ୍କା

ଭଦ୍ରକ, ୧୨/୯: ବ୍ରିଟିଶ ଶାସନ ସମୟରେ ଧାନ ଆଉ ମୀନର ସହର ଭାବରେ ପ୍ରତିଷ୍ଠା ଲାଭ କରିଥିଲା ଚାନ୍ଦବାଲି ଓ ଧାମରା। ସମୁଦ୍ରରୁ ଧାମରା ଇଲିସିର ବାସ୍ନା ଥିଲା ନିଆରା। ସେଥିପାଇଁ  ଏଠାରେ ଧାମରା ମତ୍ସ୍ୟ ପୋତାଶ୍ରୟ ପ୍ରତିଷ୍ଠା କରାଯାଇଥିଲା। ପୁରାତନ ମାଛଧରା ବନ୍ଦର ଭାବରେ ଓଡ଼ିଶାରେ ଭଦ୍ରକ  ଜିଲ୍ଲାରେ  ଧାମରା ବନ୍ଦର ଓ ଚୁଡ଼ାମଣି ବନ୍ଦର ଥିଲା। ମାଛ ଧରା ପାଇଁ ଏଇ ବନ୍ଦରରେ ରାତି ପାହିଲେ ହଜାର ହଜାର ବୋଟ ଲାଗୁଥିଲା। ଏକଦା ଏହି […]

ସଂପୂର୍ଣ୍ଣ ପଢନ୍ତୁ

ପଥର ଖାଦାନ ଭୁଶୁଡି ୫ ଶ୍ରମିକଙ୍କର ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ନାଲହାଟିର ବାହାଦୁରପୁରରେ ଏକ ପଥର ଖଣି ଭୁଶୁଡିପଡିବା ଯୋଗୁଁ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଚାରି ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣିରୁ ପଥର ବାହାର କରିବା ସମୟରେ ଏହି ଘଟଣା ଘଟିଥିଲା। ଏହି ସମୟରେ ଖଣିରେ ୧୨ ଜଣ ଶ୍ରମିକ କାମ କରୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଶ୍ରମିକମାନେ ଅପରାହ୍ନରେ ଖଣିରୁ ପଥର ବାହାର କରିବା କାମ କରୁଥିଲେ। ହଠାତ୍ ଖଣିର ଏକ ଅଂଶ ଭୁଶୁଡ଼ି […]

ସଂପୂର୍ଣ୍ଣ ପଢନ୍ତୁ

ଅର୍ଚ୍ଚନା ନାଗ ଘର ଆଟାଚ୍‌ କଲା ‘ଇଡି’

ଭୁବନେଶ୍ବର, ୧୨/୯: ଅର୍ଥ କାରବାରକୁ ନେଇ ଦୁଇ ବର୍ଷ ପୂର୍ବରୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପହଞ୍ଚିଛି। ‘ଇଡି’ର ସ୍ବତନ୍ତ୍ର ଟିମ୍‌ ଅର୍ଚ୍ଚନାଙ୍କ ଘରେ ଥିବା ଜିନିଷପତ୍ରର ଯାଞ୍ଚ କରୁଛି। ଅର୍ଚ୍ଚନାଙ୍କୁ ପୂର୍ବରୁ ଇଡି ତରଫରୁ ନୋଟିସ୍‌ ଜାରି ହୋଇଥିଲା।  ସୂଚନାଯୋଗ୍ୟ, ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୧୨/୯: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ କାମାଖ୍ୟାନଗରର ପୂର୍ବତନ ବିଧାୟକ ତଥା ବିଜେଡି ସରକାରରେ ବରିଷ୍ଠ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଦଳରୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ଉପସଭାପତି ପ୍ରତାପ ଜେନାଙ୍କ ଦ୍ୱାରା କରାଯାଇଛି। ପ୍ରଫୁଲ୍ଲ ମଲ୍ଲିକ, ଯିଏ ବିଜେଡିର ବରିଷ୍ଠମାନଙ୍କ ମଧ୍ୟରୁ ଜଣେ ଭାବେ ଜଣାଶୁଣା, ଦଳର ସଂଗଠନାତ୍ମକ କାର୍ଯ୍ୟରୁ ଦୀର୍ଘଦିନ ଧରି ଦୂରେଇଛନ୍ତି। ଗୁରୁବାର ସେ […]

ସଂପୂର୍ଣ୍ଣ ପଢନ୍ତୁ

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ, ୧୨/୯: ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମଧ୍ୟ ଉପସ୍ଥିତ । ଉପରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି। ସୂଚନାଥାଉକି, ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ରାଧାକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୨/୯: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଏବଂ ପ୍ରେମଜିତ୍ ନାୟକଙ୍କୁ ଅନୁସୂଚିତ ଜାତି/ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଅଦଳବଦଳ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ କରାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ

ମହାନଦୀ ରିଭରଫ୍ରଣ୍ଟ ଯୋଜନାକୁ ମଞ୍ଜୁରୀ: ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି

ଭୁବନେଶ୍ୱର,୧୧/୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜଳ ସମ୍ପଦ ବିକାଶ ବିଭାଗ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବ୍ୟବହାର କରିବ। ଯୋଜନା ମଞ୍ଜୁରୀ ଦେଇ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ମହାନଦୀ ଓଡ଼ିଶାର ଜୀବନରେଖା। ଏହାର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ପରିବେଶ, ସାଂସ୍କୃତିକ ଓ ଆଧ୍ୟାତ୍ମିକ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ରୁଷୀୟ ତେଲ କିଣିବା ବନ୍ଦ କରିବା ଉଚିତ ନଚେତ୍‌ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଆଲୋଚନା ହେବ ନାହିଁ – ହାୱାର୍ଡ ଲୁଟନିକ

ଓ୍‌ବାଶିଂଟନ୍‌,୧୧/୯: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ପୁଣିଥରେ ଦୋହରାଇଛନ୍ତି ଯେ ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତା’ହେଲେ ସେତେବେଳେ ଯାଇ ଉଚ୍ଚ ଟାରିଫ୍‌ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ। ଲୁଟନିକ କହିଛନ୍ତି ଯେ ଏହି ସମୟରେ ସେ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।ଏକ ରିପୋର୍ଟ ଅନୁଯାୟୀ, ହାୱାର୍ଡ ଲୁଟନିକ କହିଛନ୍ତି, ଯେତେବେଳେ ଭାରତ ରୁଷୀୟ ତେଲ କିଣିବା ବନ୍ଦ କରିବ, ଆମେ ସେମାନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

୧୮୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୧/୯: ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ( ଏସଏଲବିସି) ର ୧୮୦ତମ ବୈଠକ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶ୍ରୀ ଅଶ୍ଵିନୀ କୁମାରଙ୍କ ସହ-ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସମସ୍ତ ବ୍ୟାଙ୍କକୁ ୨୦୩୬ ଏବଂ ୨୦୪୭ ଭିଜନ ଡକ୍ୟୁମେଣ୍ଟରେ ଓଡ଼ିଶା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଋଣ ଯୋଗାଇଦେଇ […]

ସଂପୂର୍ଣ୍ଣ ପଢନ୍ତୁ