ଓଡ଼ିଶା ପାଇଁ ହାତ ଖୋଲିଦେଲେ ମୋଦି

ଝାରସୁଗୁଡା, ୨୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି। ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନହୋଇଛି। ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ। ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପଙ୍କ ୧୦୦% ଟାରିଫ୍‌ ଘୋଷଣା ପରେ, ଭୁସୁଡ଼ିଲା ଫାର୍ମା ଷ୍ଟକ୍

ମୁମ୍ବାଇ,୨୭/୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରାଣ୍ଡେଡ୍‌ ଔଷଧ ଆମଦାନୀ ଉପରେ ୧୦୦% ଟାରିଫ୍‌ ଲଗାଇବା ଘୋଷଣା ପରେ ଭାରତୀୟ ଶେୟାର ବଜାର ପଞ୍ଚମ ଦିନ ପାଇଁ ତଳମୁହଁ ହୋଇଛି। ଫାର୍ମା ଷ୍ଟକ୍ଗୁଡ଼ିକ ଏହି ପତନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଶୁକ୍ରବାର ବଜାର ଖୋଲିବା ପରେ ଏସ୍‌&ପି ବିଏସ୍‌ଇ ସେନ୍‌ସେକ୍‌ ୨୪୦.୩୯ ପଏଣ୍ଟ୍‌ ହ୍ରାସ ପାଇ ୮୦,୯୧୯.୨୯ରେ ଏବଂ ଏନ୍‌ଏସ୍‌ଇ ନିଫ୍ଟି ୫୦ ୮୬.୩୦ ପଏଣ୍ଟ୍‌ ଖସି ୨୪,୮୦୪.୫୫ରେ ପହଞ୍ଚିଥିଲା। ବୃହତ୍‌ ବଜାର ଇଣ୍ଡେକ୍ସଗୁଡ଼ିକ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ରେତ ଡ୍ୟାମ୍‌ରେ ୫ମିଟର ଘାଇ

ଭବାନୀପାଟଣା,୨୭/୯: କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଦେପୁର ନିକଟିସ୍ଥ ରେତ ଜଳ ସେଚନ ପ୍ରକଳ୍ପର ବାମ ମୁଖ୍ୟ କେନାଲରେ ଶନିବାର ସକାଳୁ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲର ପାଣି ନିକଟିସ୍ଥ ଚାଷ ଜମିକୁ ମାଡି ଯାଇ ଜଳମଗ୍ନ ହୋଇଛି। ପ୍ରାୟ ୫ମିଟର ଏହି ଘାଇ ହୋଇଥିବା ଜଣାପଡିଛି। ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏହାର ମରାମତି ପାଇଁ ଅନୁଧ୍ୟାନ ଆରମ୍ଭ କରିଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ

୩୫ ସାଙ୍ଗଠନିକ ଜିଲା ସଭାପତି ନିଯୁକ୍ତ କଲା କଂଗ୍ରେସ

ଭୁବନେଶ୍ୱର,୨୬/୯: ଦୀର୍ଘଦିନ ଧରି କଂଗ୍ରେସ ପକ୍ଷରୁ ଚାଲିଥିବା ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସୁପାରିସ ଆଧାରରେ ଶୁକ୍ରବାର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲା କଂଗ୍ରେସ କମିଟିର ସଭାପତି ନିଯୁକ୍ତ ହୋଇଛନ୍ତି। ସଙ୍ଗଠନ ସୃଜନ ଅଭିଯାନର ଏକ ଅଂଶ ଭାବରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଙ୍ଗଠନ) କେ.ସି. ବେଣୁଗୋପାଳ ଦର୍ଶାଇଛନ୍ତିି। ଜିଲା-ସଭାପତିଙ୍କ ନାମଅନୁଗୋଳ-ସୁନୀଲ ପ୍ରଧାନବାଲେଶ୍ୱର-ସତ୍ୟ ଶିବ ଦାସବରଗଡ଼-ହରଦୀପ ସିଂଭଦ୍ରକ-ନଳିନୀକାନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ପହଞ୍ଚିଲେ ମୋଦି: ଭବ୍ୟ ସ୍ବାଗତ ପରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ’

ଝାରସୁଗୁଡା, ୨୭/୯ : ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ୧୧ଟା୧୦ମିନିଟ୍‌ରେ ଝାରସୁଗଡାରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ପ୍ରଥମ ଥର ପାଇଁ ଝାରସୁଗୁଡାରେ ରୋଡ଼ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ରୋଡ଼ ସୋ’ରେ ଆସିବା ବେଳେ ତାଙ୍କୁ ଦେଖିବାକୁ ରାସ୍ତାକଡ଼ରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସାଂସ୍କୃତିକ ଦଳଙ୍କ ସମେତ ସାଧାରଣ ଲୋକେ ଓ ଦଳୀୟ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ହେଲେ ପ୍ରଦୀପ୍ତ ଦାସ ଓ ନଗର ସଭାପତି ହେଲେ ଗିରିଵାଳା ବେହେରା

କଟକ,୨୬/୯ :ପ୍ରଦେଶ କଂଗ୍ରେସ କମିଟି ତରଫରୁ ଶୁକ୍ରବାର ଜିଲ୍ଲା ସଭାପତି ମାନଙ୍କର ନାଁ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ, ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଞ୍ଚାୟତ ଦାମୋଦରପୁର ଗ୍ରାମର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ କୁମାର ଦାସ(ବୁଲୁ) ଙ୍କୁ କଟକ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ମନୋନୀତ କରାଯାଇଥିଵା ବେଳେ କଟକ ନଗର ଜିଲ୍ଲା ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିଵାଳା ବେହେରା ମନୋନୀତ ହୋଇଛନ୍ତି। ଦୀର୍ଘ ଦିନର […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍/ଏସ ଅର୍ବାନ ଟେକ୍ସ୍ ଟାଇଲ୍ ର ଉଦଘାଟନ ଉତ୍ସବ

ଝଙ୍କଡ଼, ୨୬/୯: ତିର୍ତ୍ତୋଲ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ପ୍ରଦୀପ୍ତ କୁମାର ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ବୁଧବାର ପୂର୍ବାହ୍ନରେ, କଟକ ବାଲିକୁଦା ଗୋପାଳ ପୁର, ଆର୍. ଆଇ.ଅଫିସ ନିକଟରେ, ଏମ୍/ଏସ ଅର୍ବାନ ଟେସ୍କଟାଇଲ, ସୋରୁମ୍ ର ଉଦଘାଟନୀ ଉତ୍ସବ , ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, କହିଲେଯେ, ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ବିଭିନ୍ନ ପ୍ରକାରର କାରିଗରି କୌଶଳ ରେ ବୁଣା ଯାଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ସରକାର ‘ଆମ ସାଥୀ’ ଚାଟବଟରେ (୯୪୩୭୨୯୨୦୦୦)୧୨୦ରୁ ଅଧିକ ନାଗରିକ ସେବା

ଭୁବନେଶ୍ୱର,୨୬/୯: ଓଡ଼ିଶା ସରକାର ମେଟା ସହଯୋଗରେ ‘ଆମ ସାଥୀ’ ଓ୍ଵାଟସଆପ ଚାଟବଟ ଓ ORTPSA ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଉନ୍ମୋଚନ କରିଛନ୍ତି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଏହି ଚାଟବଟ ଆରମ୍ଭ କରିଛି। ‘ଆମ ସାଥୀ’ ଚାଟବଟ ଏକ ନମ୍ବର (୯୪୩୭୨୯୨୦୦୦) ମାଧ୍ୟମରେ ୧୨୦ରୁ ଅଧିକ ନାଗରିକ ସେବା ଯଥା ଜନ୍ମ ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଜାତିଗତ ବିବାହ ପ୍ରୋତ୍ସାହନ ଓ […]

ସଂପୂର୍ଣ୍ଣ ପଢନ୍ତୁ

ଓସିଏସ୍‌ ପରୀକ୍ଷା-୨୦୨୩: ପ୍ରିୟାଂଶୁ ପାଲ ଟପ୍ପର

ଭୁବନେଶ୍ବର, ୨୬/୯: ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମହିଳା ପରୀକ୍ଷାର୍ଥୀ ଅଛନ୍ତି। ସୂଚନାଯୋଗ୍ୟ, ଓପିଏସ୍‌ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ୍‌) ପରୀକ୍ଷା ୨୦୨୩ର ମୁଖ୍ୟ ପରୀକ୍ଷା ୨୦୨୫ ଏପ୍ରିଲ ୧୯, […]

ସଂପୂର୍ଣ୍ଣ ପଢନ୍ତୁ

ଲଘୁଚାପ ଜନିତ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ୧୭ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୨୬/୯: ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି । ସୂଚନା ଯୋଗ୍ୟ ଯେ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଲଘୁଚାପ ପ୍ରଭାବରେ ୩ ଟି ଜିଲ୍ଲା ଯଥା- କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବାର ଆଶଙ୍କା ଥିବାବେଳେ ୧୪ ଟି ଜିଲ୍ଲା […]

ସଂପୂର୍ଣ୍ଣ ପଢନ୍ତୁ