କଟକ,୨୬/୯ :ପ୍ରଦେଶ କଂଗ୍ରେସ କମିଟି ତରଫରୁ ଶୁକ୍ରବାର ଜିଲ୍ଲା ସଭାପତି ମାନଙ୍କର ନାଁ ଘୋଷଣା କରାଯାଇଛି।
ଏହି ପରିପ୍ରେକ୍ଷୀରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ, ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଞ୍ଚାୟତ ଦାମୋଦରପୁର ଗ୍ରାମର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ କୁମାର ଦାସ(ବୁଲୁ) ଙ୍କୁ କଟକ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ମନୋନୀତ କରାଯାଇଥିଵା ବେଳେ କଟକ ନଗର ଜିଲ୍ଲା ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିଵାଳା ବେହେରା ମନୋନୀତ ହୋଇଛନ୍ତି। ଦୀର୍ଘ ଦିନର ଅପେକ୍ଷା ଓ କଳ୍ପନା ଜଳ୍ପନା ର ଅବସାନ ଘଟାଇ ଏମାନଙ୍କ ନାଁ ଘୋଷଣା ହୋଇ ଥିଵାରୁ ଜିଲ୍ଲା ଓ ନଗର କଂଗ୍ରେସ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।
